Odisha news

ବାସ୍ତୁ ଟିପ୍ସ : ଘରେ ଏହି ସବୁ ଜିନିଷ ରଖିବା ଦ୍ୱାରା ସର୍ବଦା ରହିଥାଏ ମା ଲକ୍ଷ୍ମୀଙ୍କ କୃପା

0

ସବୁ ମଣିଷ ଇଛା କରି ଥାଆନ୍ତି ତାର ଜୀବନ ସୁଖ ସୁବିଧାରେ ଭରପୁର ହୋଇଥାଉ l ଯେଉଁଠି ପାଇଁ ସେ ଦିନରାତି ପରିଶ୍ରମ କରିଥାଏ l ଯେତେବେଳେ କଠୋର ପରିଶ୍ରମ ପରେ ମଧ୍ୟ ସଫଳତା ମିଳି ନଥାଏ ତାହାକୁ ଭାଗ୍ୟର ବିଡମ୍ବନା ବୋଲି କୁହାଯାଇ ଥାଏ l ଆଜିର ବାସ୍ତୁ ଟିପ୍ସ ରେ ଏପରି କିଛି ଉପାୟ ବିଷୟରେ କୁହାଯାଇଛି ଯାହାକୁ ଆପଣାଇ ନିଜର ଭାଗ୍ୟ ଆପଣ ବଦଳାଇ ପାରିବେ l

* ବାସ୍ତୁଶାସ୍ତ୍ର ଅନୁସାରେ ଉତର ଦିଗଟି ହେଉଛି ଧନର ଦେବତା କୁବେରଙ୍କ ଦିଗ l ତେଣୁକରି ଆପଣ ଏହି ଦିଗରେ କୁବେରଙ୍କ ର ଗୋଟିଏ ପ୍ରତିମା ନିହାତି ଲଗାନ୍ତୁ l ତା ସହିତ ଏହି କଥାର ମଧ୍ୟ ଧ୍ୟାନ ରଖନ୍ତୁ ଘରର ଟ୍ରେଜେରି ମୁହଁ ମଧ୍ୟ ଏହି ଦିଗକୁ ଖୋଲିବା ଆବଶ୍ୟକ l ମାନ୍ୟତା ରହିଛି ଏପରି କରିବା ଦ୍ୱାରା ଧନ ଅଭାବ ରୁହେ ନାହିଁ l

* ଅର୍ଥ ଅଭାବରୁ ଦୁରେଇ ରହିବା ପାଇଁ ଘରର ଉତ୍ତର-ପୂର୍ବ ଦିଗରେ ଗୋଟିଏ ଗଣେଶ ଓ ଲକ୍ଷ୍ମୀଙ୍କ ମୂର୍ତି ସ୍ଥାପନା କରନ୍ତୁ l ପ୍ରତିଦିନ ସକାଳେ ସନ୍ଧ୍ୟାରେ ଏଠାରେ ଘିଅ ଦୀପ ଅର୍ପଣ କରନ୍ତୁ l ମାନ୍ୟତା ରହିଛି ଯେ ଏପରି କରିବା ଦ୍ୱାରା ଅର୍ଥ ଅଭାବ ଦୂର ହୋଇଥାଏ l

* ଘରେ ସର୍ବଦା ଧନ ଧାନ୍ୟ ରହିବ ସେଥିପାଇଁ କାଚର ଗୋଟିଏ ବଡ ପାତ୍ର ନେଇ ସେଥିରେ ଗୋଟିଏ ରୁପା ମୁଦ୍ରା ରଖନ୍ତୁ l ମାନ୍ୟତା ରହିଛି ଯେ ଏପରି କରିବା ଦ୍ୱାରା ଲକ୍ଷ୍ମୀଙ୍କ ର ବିଶେଷ କୃପା ଲାଭ ହୋଇଥାଏ l

* ଘରର ଉତର ଦିଗରେ ନୀଳ ରଙ୍ଗର ପିରାମିଡ଼ ରଖିବା ଦ୍ୱାରା ଅର୍ଥ ଅଭାବ ହୋଇ ନଥାଏ l ସର୍ବଦା ଏହି ଦିଗରେ ଗୋଟିଏ ପାଣି ପାତ୍ର ମଧ୍ୟ ରଖିବା ଆବଶ୍ୟକ l

* ଘରେ ସୁଖ ସୁବିଧା ପାଇଁ ଅଁଳା ଓ ତୁଳସୀ ଗଛ ନିହାତି ଲଗାଇବା ଆବଶ୍ୟକ l ଏପରି କରିବା ଦ୍ୱାରା ଧନ ବୃଦ୍ଧି ହୋଇଥାଏ l

Leave A Reply