Odisha news

କରୋନା ଟିକା ସଚେତନତା ସମୟରେ ଆଶାକର୍ମିଙ୍କୁ ହତ୍ୟା ଧମକ ସହ ଅଶ୍ଳିଳ ଭାଶାରେ ଗାଳିଗୁଲଜ ଓ ମରଣାତ୍ମକ ଆକ୍ରମଣର ଶିକାର :ଥାନାରେ ଏତଲା

0
ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : କରୋନା ଟୀକା ପାଇଁ ସଚେତନତା କରାଇବା ସମୟରେ ହତ୍ୟା ଧମକ ସହ ଅଶ୍ଳିଳ ଭାଶାରେ ଗାଳିଗୁଲଜ ସହ ମରଣାତ୍ମକ ଆକ୍ରମଣର ଶିକାର ହୋଇଛନ୍ତି ଜଣେ ଆଶାକର୍ମି ଏହାକୁ ନେଇ ବାଲିଗୁଡା ଥାନାରେ ଏତଲା ହୋଇଛି । ଏହି ଘଟଣା ଟି ଘଟିଛି ବାଲିଗୁଡା ସହରର ପିପଳ ସାହିରେ । ଏହାକୁ ନେଇ ଆଶାକର୍ମି ସୁଜାତା ନାୟକ ଥାନାରେ ଏକ ଏତଲା ଦେଇଛନ୍ତି,ଏତଲାରେ ପ୍ରକାରେ ଆଶାକର୍ମି ସୁଜାତା ନାୟକ ନୁଆସାହିରେ ଆଶା ଭାବରେ ରେ ନିୟୋଜିତ ଅଛନ୍ତି, କନ୍ଧମାଳ ସିଡିଏମଓଙ୍କ ନିର୍ଦ୍ଦେଶପ୍ରକାରେ ଓ ଆମ ସ୍ୱାସ୍ଥ୍ୟ କର୍ମି ରଶ୍ମିରାଣି ସାହୁଙ୍କ ଆଦେଶ ପ୍ରକାରେ ପ୍ରଥମ ଡୋଜ ଟିକାକରଣ ନେଇଥିବା ବ୍ୟକ୍ତି ଓ ମୁଳରୁ ଟିକା ନେଇନଥିବା ବ୍ୟକ୍ତିଙ୍କୁ ସଚେତନ କରାଇ ଟିକା କରଣ ନିମନ୍ତେ ଡାକିବା ପାଇଁ ଯାଇଥିଲେ । ସେହି ସମୟରେ ପିପଳ ସାହିର କର୍ଣ୍ଣେଲ ନାୟକ ଘରକୁ ଦିନ ୧୨ଟାରେ ଟିକା ନେବା ପାଇଁ ଡାକିବାକୁ ଯାଇଥିଲେ କିନ୍ତୁ କର୍ଣ୍ଣେଲ ଟିକା ନେବାକୁ ମନା କରିଥିଲେ କିନ୍ତୁ ଆଶାକର୍ମି ସୁଜାତା ତାଙ୍କୁ ଟିକା ନେବାକୁ ସଚେତନ କରାଇଥିଲେ, କିନ୍ତୁ ସେ ହଠାତ ଗାଳିଗୁଲଜ କରିବା ଆରମ୍ଭ କରିଥିଲେ ଓ ର୍ଦୁବ୍ୟବହାର କରି ଧକିଆ ମାରି ଥିଲେ l   ମୋ ପାଖରେ ଥିବା ମୋ ସ୍ୱାମୀଙ୍କୁ ମଧ୍ୟ ଧକିଆ ମାରିଥିଲେ  ଯାହାଦ୍ୱାରା ମୁଁ ତଳେ ପଡିଯାଇଥିଲି ଜୀବନରେ ମାରିଦେବାକୁ ଧମକ  ମଧ୍ୟ ଦେଇଥିଲେ । ଏହାପରେ ମୁଁ ସେଠାରୁ ଖସିଆସି ଥାନାର ଦ୍ୱାରସ୍ଥ ହୋଇଛି ।ଥାନରେ ଆସିବା ସମୟରେ ମୋ ଘରକୁ ପରିବାରରଥିବା ବାପାମା ଓଅନ୍ୟ ମାନଙ୍କୁ ମଧ୍ୟ ଗାଳିଗୁଲଜ କରିଛନ୍ତି । ତେଣୁ ଏହି ଘଟଣାର ତଦନ୍ତକରି ନ୍ୟାୟ ପ୍ରଦାନ ପାଇଁ ଦାବୀ କରିଛନ୍ତି ଆଶା କର୍ମି । ପୋଲିସକୁ ଏତଲା ଦେବା ସମୟରେ ବାଲିଗୁଡାର ବହୁ ଆଶାକର୍ମି ମିଳିତ ଭାବରେ ଯାଇ ଏତଲା ଦେଇଥିଲେ ଓ ଏତଲାରେ ସବୁ ଆଶାକର୍ମି ମାନେ ଦସ୍ତଖତ କରିଛନ୍ତି । ଲିଖିତ ଅଭିଯୋଗ ହେବା ପରେ ବାଲିଗୁଡା ଥାନାରେ କେଶ ନଂ.୨୫୦/ରେ ଏକ ମାମଲାରୁଜୁ କରି ତଦନ୍ତ ଆରମ୍ଭ କରିଛନ୍ତି ବୋଲି ଏସଏସଆଇ କୁଳମଣି ରାଉତ ସୁଚନା ଦେଇଛନ୍ତି l  ଏହି ବାବଦରେ ବାରଖମା ଗୋଷ୍ଠି ସ୍ୱାସ୍ଥକେନ୍ଦ୍ରର ଅଧିକାରୀ ଡା.ଅଭିନନ୍ଦନଙ୍କୁ ପଚାରିବାରୁ ସେ କହିଛନ୍ତି ଯେ ଏହି ବାବଦରେ ମୁଁ ଜାଣିଛି, ଆମ ଆଶାକର୍ମିମାନେ ଥାନାର ଦ୍ୱାରସ୍ଥ ହୋଇଛନ୍ତି ।
Leave A Reply