ନୂଆଦିଲ୍ଲୀ : ଦେଶର ସ୍ଵାଧୀନତା କୁ ୭୫ ବର୍ଷ ହୋଇ ଯାଇଥିଲେ ମଧ୍ୟ ଜାତିବାଦ ଘଟଣା ଆଜି ମଧ୍ୟ ଭାରତରେ ଦେଖିବାକୁ ମିଳୁଛି ବୋଲି ଏହା ଦୁଃଖ ଦାୟକ ଏହା କହିଛନ୍ତି ସୁପ୍ରିକୋର୍ଟ । ସୁପ୍ରିମ କୋର୍ଟ କହିଛନ୍ତି ଯେ ଏହା ହେଉଛି ପ୍ରକୃଷ୍ଟ ସମୟ ଯେ ନାଗରିକ ସମାଜ ଜାତି କୁ ନେଇ ହୋଇଥିବା ଭୟାନକ ଅପରାଧ ବିରୁଦ୍ଧରେ ନିଜର ସ୍ଵର ଉତଳନ କରିବେ ।
ସୁପ୍ରିମ କୋର୍ଟ ଉତ୍ତର ପ୍ରଦେଶର ୧୯୯୧ ରେ ହୋଇଥିବା ଗୋଟିଏ ମିଥ୍ୟା ଆଡମ୍ବର କୁ ନେଇ ଘଟିଥିବା ଅନର୍ କିଲିଂ ମାମଲାର ଶୁଣାଣି କରି କହିଥିଲେ ଯେ ଉକ୍ତ ଅଧିକାରୀ ମାନଙ୍କ ପାଇଁ ଶୁଣାଣି ପୂର୍ବରୁ ହୋଇ ସାରିଛି ।
ଜଷ୍ଟିସ ସଞ୍ଜୀବ ଖାନା ଓ ଜଷ୍ଟିସ ବି ଆର୍ ଗବାଇ ଙ୍କ ଖଣ୍ଡପୀଠ ର ଶୁଣାଣି କରି କହିଥିଲେ ” ଜାତିଗତ ସାମାଜିକ ବନ୍ଧନ ର ଉଲଂଘନ କରିବା ଆରୋପ ରେ ଦୁଇ ଯୁବକ ଓ ଜଣେ ମହିଳା ଙ୍କ ଉପରେ ପାଖାପାଖି ୧୨ ଘଣ୍ଟା ଧରି ଆକ୍ରମଣ କରାଯାଇ ଥିଲା । ଏହାପରେ ସେମାନଙ୍କ ହତ୍ୟା କରି ଦିଆ ଯାଇଥିଲା । ଦେଶରେ ଜାତି ପ୍ରେରିତ ହିଂସା ର ଏହି ମାମଲା ଏହା ଜଣେଇ ଦେଉଚି ଯେ ସ୍ୱତନ୍ତ୍ରତା ର ୭୫ ବର୍ଷ ପରେ ମଧ୍ୟ ଜାତିବାଦ ର ସମାପ୍ତ ହେଉ ନାହିଁ ।
୧୯୯୧ ରେ ଗୋଟିଏ ଅନର କିଲିଙ୍ଗ ମାମଲା ନିମ୍ନ ଅଦାଲତ ୨୦୧୧ ରେ ୩୫ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ । ଉଚ୍ଚ ନ୍ୟାୟାଳୟ ଦୁଇ ଜଣଙ୍କୁ ଖଲାସ କରିଥିଲେ । ଜେବେକି ଶେଷ ବ୍ୟକ୍ତି ଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇ ଥିଲା । ଏଥି ମଧ୍ୟରୁ ୮ଜଣଙ୍କୁ ଫାଶୀ ଦଣ୍ଡ ଦେବାର ଆଦେଶ ଦିଆ ଯାଇଥିଲା । ପରେ ଯାହାକୁ ଆଜୀବନ କାରାଦଣ୍ଡ ରେ ଦଣ୍ଡିତ କରାଯାଇ ଥିଲା ।
ଏହାକୁ ନେଇ ସୁପ୍ରିମ କୋର୍ଟ କହିଛନ୍ତି ଯେ ଆଜି ମଧ୍ୟ ଭାରତରେ ଜାତି ପ୍ରଥା ପ୍ରଚଳିତ ରହିଛି । ଯାହାକୁ ନେଇ ନାଗରିକ ମାନେ ନିଜର ସାମାନ୍ୟ ଅଧିକାର ରୁ ବଞ୍ଚିତ ହେଉଛନ୍ତି । ସୁପ୍ରିମ କୋର୍ଟ ଆହୁରି ମଧ୍ୟ କହିଛନ୍ତି ଯେ ଯେବେ ପ୍ରଭାବଶାଳୀ ଲୋକମାନେ ଏପରି ଭୁଲ୍ କରି ମଧ୍ୟ ଖସି ଜାଇ ଥାଆନ୍ତି ଓ ନିମ୍ନ ବର୍ଗର ଲୋକଙ୍କୁ ଭୟ ଦେଖାଇ ଦୋଷ ମୁକ୍ତ ହୋଇ ଥାଆନ୍ତି ସେଠାରେ ସରକାର ମଧ୍ୟ କିଛି କରି ପାରନ୍ତି ନାହିଁ ।