ନୂଆଦିଲ୍ଲୀ : ଆଜିକାଲି ଭାରତର ଉପକୂଳବର୍ତ୍ତୀ ରାଜ୍ୟ ଗୁଡିକରେ ପ୍ରତ୍ୟେକ ମାସରେ କୌଣସି ନା କୌଣସି ବାତ୍ୟା ର ସ୍ପର୍ଶ ଉପଲବ୍ଧ ହେଉଛି । ବିଶେଷ ଭାବରେ ଏହା ଦକ୍ଷିଣ ପୂର୍ବ ଓ ଦକ୍ଷିଣ ପଶ୍ଚିମ ରେ ଥିବା ରାଜ୍ୟ ଗୁଡ଼ିକ ବିଶେଷ ଭାବରେ ପ୍ରଭାବିତ ହେଉଛି ।
କିନ୍ତୁ ବିଶେଷ ଭାବରେ ଓଡ଼ିଶା ବାସୀଙ୍କ ଏହା ଏକ ଭୟ ଓ ଆତଙ୍କ ସୃଷ୍ଟି କରୁଛି । ବର୍ତ୍ତମାନ୍ ଡିସେମ୍ବର ୩ ତାରିଖ ଦିନ ଆଉ ଗୋଟିଏ ବାତ୍ୟା ଆଶଙ୍କା ଦେଖା ଦେଇଛି । ତାର ନାମ ହେଉଛି ଜୱାଦ୍ । ଦକ୍ଷିଣ ଆଣ୍ଡାମାନ ସାଗରରେ ୨୯ ତାରିଖ ଦିନ ସୃଷ୍ଟି ହେବାକୁ ଥିବା ଲଘୁଚାପ ବଳୟ ଅଧିକ ଘନୀଭୂତ ହୋଇ ବଙ୍ଗୋପ ସାଗରରେ ବାତ୍ୟାର ରୂପ ନେବାର ଆଶଙ୍କା ରହିଛି । ଡିସେମ୍ବର ୩ ତାରିଖ ଦିନ ଏହା ଭୀଷଣ ବାତ୍ୟାର ରୂପ ନେଇ ପଶ୍ଚିମ ବଙ୍ଗ ଓଡ଼ିଶା ସମେତ ବଙ୍ଗଳା ଦେଶରେ କ୍ଷୟକ୍ଷତି କରିପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଉଛି ।
ଯଦି ଏହି ଲଘୁଚାପ ବାତ୍ୟାର ରୂପ ନିଏ ତେବେ ଏହାର ନାମ ଜୱାଦ୍ ହେବ । ଏହି ନାମଟି ସାଉଦି ଆରବ ପକ୍ଷରୁ ରଖା ଯାଇଛି ।
ବିଶ୍ବରେ ହେଉଥିବା ଏହି ଚକ୍ରବାତି ତୋଫାନ ଗୁଡ଼ିକର ନାମ ବିଭିନ୍ନ ଦେଶ ପକ୍ଷରୁ ଗୋଟିଏ ସ୍ଵତନ୍ତ୍ର ପ୍ରକ୍ରିୟା ଅନୁସାରେ ଏହା କରାଯାଇ ଥାଏ । ଜୱାଦ୍ ର ଅର୍ଥ ହେଉଛି ଆଦର୍ଶ ବାଦୀ ଓ କୃପାଳୁ ।
ଏହି ପ୍ରକ୍ରିୟା ସର୍ବ ପ୍ରଥମେ ୧୯୫୩ ରେ ଆରମ୍ଭ ହୋଇଥିଲା । ସେହି ବର୍ଷ ଆମେରିକାର ମାୟାମି ସ୍ଥିତ ନେସନାଲ ହରିକେନ୍ ସେଣ୍ଟର୍ ଓ ୱାର୍ଲ୍ଟ ମେଟ୍ରୋଲଜିକଲ ଅର୍ଗନାଇଯେଶନ ର ତତ୍ବାବଧାନରେ ଗୋଟିଏ ପ୍ୟାନେଲ୍ ତିଆରି କରାଗଲା । ଏହି ପ୍ୟାନେଲ ଆଟଲାଣ୍ଟିକ କ୍ଷେତ୍ରରେ ହେଉଥିବା ଚକ୍ରବାତୀ ତୋଫାନ ଗୁଡ଼ିକର ନାମ ନିର୍ଧାରଣ କରିଥାଏ । ସେହି ସମୟରେ କେବଳ ଆମେରିକାରେ ମହିଳା ଙ୍କ ନାମ ଅନୁସାରେ ତୋଫାନ ଗୁଡ଼ିକର ନାମ ରଖା ଯାଉଥିଲା, କିନ୍ତୁ ଅଷ୍ଟ୍ରେଲିଆ ରେ ଭ୍ରଷ୍ଟ ନେତା ମାନଙ୍କ ନାମ ଅନୁସାରେ ତୋଫାନ ର ନାମ ରଖା ଯାଉଥିଲା ।
୨୦୦୪ ରେ ନେସନାଲ ହାରିକେନ୍ ସେଣ୍ଟର୍ ଓ ୱାରଲ୍ଟ ମେଟ୍ରୋଲୋଜିକଲ ଅର୍ଗାନାଇଯେଶନ ତତ୍ବାବଧାନରେ ହୋଇଥିବା ପ୍ୟାନେଲ ଭାଙ୍ଗି ଯାଇଥିଲା । ଏହାପରେ ସବୁ ଦେଶ ନିଜ ହିସାବରେ ନାମ ରଖିଲେ ।
ଇତି ମଧ୍ୟରେ ଭାରତ ହିନ୍ଦ୍ ମହାସାଗର ରେ ଆସିଥିବା ଚକ୍ର ବାତ୍ ତୋଫାନ ର ନାମ ରଖିବା ପ୍ରକ୍ରିୟା ଆରମ୍ଭ କରିଥିଲା । ଏହି ପ୍ରକ୍ରିୟା ଅନୁସାରେ ୮ଟି ଉପକୂଳବର୍ତ୍ତୀ ଦେଶ ଭାରତ, ବଙ୍ଗଳାଦେଶ, ପାକିସ୍ତାନ, ମିୟାମାର୍ , ମାଳଦିପ , ଶ୍ରୀଲଙ୍କା , ଓମାନ ,ଥାଇଲ୍ୟାଣ୍ଡ ମଧ୍ୟରେ ବାତ୍ୟାର ନାମ ରଖିବା ପାଇଁ ଗୋଟିଏ ରାଜିନାମା ସ୍ୱାକ୍ଷର ହେଲା । ପ୍ରତି ଦେଶ ୮ଟି ଲେଖାଏଁ ନାମ ଦେଇ ଥାଆନ୍ତି । ସମୁଦାୟ ୬୪ ଟି ନାମ ଦିଆଯାଏ । ସେହି ଦିନଠାରୁ ଠାରୁ ସ୍ଥିର ହେଲା ଯେ ହିନ୍ଦ୍ ମହାସାଗର ରେ ହେଉଥିବା ବାତ୍ୟାର ନାମ କରଣ ଏହି ଦେଶ ଗୁଡ଼ିକ କରିବେ ।
ଏହି ନାମକରଣ ପଛର ଉଦ୍ଦେଶ୍ୟ ହେଉଛି କେଉଁ ବାତ୍ୟା ରେ କଣ ଘଟି ଥିଲା ସେ ବିଷୟରେ ଠିକ୍ ଭାବରେ ଜାଣିହେବ । ବାତ୍ୟା ର ଏହି ନାମ ତାଲିକାରେ କେବେବି କୌଣସି ନାମ ରିପିଟ ହୋଇ ନଥାଏ । ଏଥିପାଇଁ ୮ଟି ଦେଶ ପକ୍ଷରୁ ଗୋଟିଏ ପ୍ୟାନେଲ ତିଆରି କରାଯାଇ ଥାଏ । ଏହି ପ୍ୟାନେଲ ସମସ୍ତ ଦେଶର ପାଣିପାଗ ବିଶେଷଜ୍ଞ ରହି ଥାଆନ୍ତି ।
ଏହି ପ୍ୟାନେଲ ରେ ଥିବା ସଦସ୍ୟ ମାନେ ନାମ ସହିତ ତାର ଅର୍ଥକୁ ମଧ୍ୟ ବିଶେଷ ଧ୍ୟାନ ଦେଇ ଥାଆନ୍ତି । କାରଣ କୌଣସି ଦେଶର ନାମ ଦ୍ଵାରା ଅନ୍ୟ ଦେଶର ନାଗରିକ ମାନଙ୍କର ଭାବନା ହାନି ନହେଉ ।