Odisha news

ଶୀତଋତୁରେ ସୋରିଷ ତେଲରେ କାହିଁକି ମାଲିସ୍ ହୁଅନ୍ତି ? ଆସନ୍ତୁ ଜାଣିବା ଏହାର ୮ ଗୋଟି ଲାଭ ବିଷୟରେ

0
ଶୀତଋତୁରେ ସୋରିଷ ତେଲରେ ମାଲିଶ୍ ହେବା ଦ୍ବାରା ଶରୀରକୁ ମିଳିଥାଏ ଅଦ୍ଭୁତ ଲାଭ । ଅନେକ ପୁରୁଣା କାଳରୁ ଏହି ମାଲିଶ୍ ସମସ୍ତେ ପ୍ରାୟ ହୋଇ ଆସୁଛନ୍ତି । ଆମ ଜେଜେମା ଓ ଆଈ ମଧ୍ୟ ଆମକୁ ପିଲା ଦିନରେ ମାଲିଶ୍ କରୁ ଥିଲେ । କିନ୍ତୁ ଆଜିକାଲି ସମସ୍ତେ ପ୍ରାୟ ମାଲିଶ୍ ହେବା ପାଇଁ ପାର୍ଲର କୁ ଯାଉଛନ୍ତି । ପ୍ରକୃତରେ ଦେଖିବାକୁ ଗଲେ ଘରର ମାଲିଶ୍ ହେଉଛି ସବୁଠୁ ଉତ୍କୃଷ୍ଟ ମାଲିଶ୍ । ଆସନ୍ତୁ ଆଜି ଜାଣିବା ଶୀତଋତୁରେ ସୋରିଷ ତେଲରେ ମାଲିଶ୍ ହେବା ଦ୍ବାରା ମିଳିଥାଏ କେଉଁ ସବୁ ଲାଭ ।
– ସୋରିଷ ତେଲକୁ ଖୁବ୍ ପୌଷ୍ଟିକ ବୋଲି କୁହାଯାଏ । ଏହାକୁ ଖାଦ୍ୟ ପ୍ରସ୍ତୁତ କରିବା ସହ ଶୀତଋତୁ ରେ ଶରୀରର ଉଷୁମ ପାଇଁ ମାଲିଶ୍ କରାଯାଇ ଥାଏ ।
– ସୋରିଷ ତେଲରେ ମାଲିଶ୍ କରିବା ଦ୍ୱାରା ମାଂସପେଶୀ ଶକ୍ତ ହୋଇଥାଏ ଓ ରକ୍ତ ସଞ୍ଚାଳନ ଠିକ୍ ଭାବରେ ହୋଇଥାଏ । ଏହା ଶରୀରକୁ ଉଷୁମ ଯୋଗାଇବାରେ ସାହାଯ୍ୟ କରିଥାଏ ।
– ଶୀତଋତୁ ରେ ପ୍ରାୟ ଦାନ୍ତ ଯନ୍ତ୍ରଣା ଦେଖିବାକୁ ମିଳିଥାଏ । ଏହି ସମୟରେ ଆପଣ ପ୍ରତିଦିନ ଲୁଣ ଓ ସୋରିଷ ତେଲ ଦାନ୍ତ ମୂଳରେ ମାଲିସ କରିବା ଦ୍ୱାରା ଯନ୍ତ୍ରଣା ରୁ ଆରାମ ମିଳିଥାଏ ।
– ଶୀତ ଋତୁରେ ଶରୀର ଶୁଷ୍କ ହୋଇ ଯାଇଥାଏ । ଏହି ସୁଷ୍କତ କୁ ଦୁର କରିବା ପାଇଁ ପ୍ରତିଦିନ ସୋରିଷ ତେଲ ମାଲିଶ୍ କରିବା ଫଳରେ ସୁଷ୍କତା ଦୁର ହୋଇଥାଏ ।
– ପ୍ରତିଦିନ ରାତିରେ ଶୋଇବା ପୁର୍ବରୁ ସୋରିଷ ତେଲକୁ ଗରମ୍ କରି ସେଥିରେ ବିରି, କଳାଜିରା, ରସୁଣ ମିଶାଇ ମାଲିଶ୍ କରିବା ଦ୍ୱାରା ଥଣ୍ଡା ଓ ସର୍ଦ୍ଦି ଠାରୁ ଦୂରେଇ ରହିବା ।
– ସୋରିଷ ତେଲରେ ଭିଟାମିନ ଇ ରହିଛି ଆଣ୍ଠୁ ଗଣ୍ଠି ଯନ୍ତ୍ରଣା ପାଇଁ ଶୀତଋତୁରେ ମାଲିଶ୍ କରିବା ଦ୍ୱାରା ଏଥିରୁ ଆରାମ ମିଳିଥାଏ । ପ୍ରତିଦିନ ରାତିରେ ଶୋଇବା ପୁର୍ବରୁ ଉଷୁମ କରି ମାଲିଶ୍ କରନ୍ତୁ ।
– ସୋରିଷ ତେଲରେ ଖାଦ୍ୟ ପ୍ରସ୍ତୁତ କରିବା ଦ୍ୱାରା କରୋନାରୀ ହାର୍ଟ ଡିଯିଜ୍ ରୁ ଦୂରେଇ ରହିବେ ।
– ଯଦି ପ୍ରତିଦିନ ରାତିରେ ଶୋଇବା ପୁର୍ବରୁ ଅଣ୍ଟା ର ଶେଷ ହାଡ ରେ ସୋରିଷ ତେଲ ମାଲିଶ୍ କରି ଶୋଇବେ ତେବେ ଜୀବନରେ କେବେବି ଥଣ୍ଡା ଧରିବ ନାହିଁ ।
Leave A Reply