ପ୍ରତି ମଣିଷଙ୍କ ଦୈନନ୍ଦିନ ଜୀବନରେ ବିଭିନ୍ନ ପରିବର୍ତ୍ତନ ଆସିଥାଏ । ଏହିସବୁ ପରିବର୍ତ୍ତନ ପାଇଁ ଆମର ସମ୍ପୂର୍ଣ୍ଣ ଦିନଟି ବଦଳି ଯାଇଥାଏ । ମଣିଷ ନିଜର ଓ ନିଜ ପରିବାରର ଆବଶ୍ୟକତା କୁ ମେଣ୍ଟାଇବା ପାଇଁ ସବୁଦିନ କିଛି ନା କିଛି କାର୍ଯ୍ୟରେ ଲାଗି ପଡିଥାଏ ।
କିନ୍ତୁ ଦିନେ ଦିନେ ସକାଳୁ ଆମେ ଏପରି କିଛି
ଜିନିଷକୁ ଦେଖିଥାଉ ଯାହା ଆମର ସମ୍ପୂର୍ଣ୍ଣ ଦିନ ଟିକୁ ପ୍ରଭାବିତ କରିଥାଏ । ତେଣୁ ବାସ୍ତୁ ନିୟମ ଅନୁସାରେ ଏହି କିଛିଟା ନିୟମ କୁ ନିହାତି ମାନିବା ଆବଶ୍ୟକ ।
ବାସ୍ତୁ ଶାସ୍ତ୍ରରେ ଏହିସବୁ ଜିନିଷ କୁ ସକାଳୁ ଉଠି ଦେଖିବା ବର୍ଜନୀୟ ଅଟେ –
* ସକାଳୁ ଉଠିବା ମାତ୍ରକେ କେବେ ବନ୍ଦ୍ ଥିବା କାନ୍ଥ ଘଡି, ଟେବୁଲ୍ ଘଡି ଓ ହାତ ଘଡି କୁ ଦେଖିବା ଉଚିତ୍ ନୁହେଁ । ଏହା ଆପଣଙ୍କ କର୍ମରେ ବାଧା ସୃଷ୍ଟି କରିଥାଏ ।
* ସକାଳୁ ଉଠିବା ମାତ୍ରକେ କେବେ ବି ଦର୍ପଣ ଦେଖିବା ଉଚିତ୍ ନୁହେଁ । କାରଣ ଏପରି କରିବା ଦ୍ବାରା ଏହା ଆପଣଙ୍କ ଉନ୍ନତି ରେ ବାଧା ଉପୂଜାଇ ଥାଏ ।
* ସକାଳୁ ଉଠିବା ମାତ୍ରକେ ଅଇଁଠା ବାସନ ଦେଖିବା ଉଚିତ୍ ନୁହେଁ । ସକାଳୁ ଉଠି ଅଇଁଠା ବାସନ ଦେଖିବା ଦ୍ଵାରା ଆର୍ଥିକ ସମସ୍ୟା ଦେଖା ଦେଇଥାଏ ।
* ସକାଳୁ ଉଠିବା ମାତ୍ରକେ ଗୋଟିକିଆ କୌଣସି ପକ୍ଷୀ ଦେଖିବା ଉଚିତ୍ ନୁହେଁ । ଏପରି କଲେ ଏହା ଆପଣଙ୍କ ଦାମ୍ପତ୍ୟ ଜୀବନରେ ବାଧା ସୃଷ୍ଟି କରିଥାଏ ।
* ସକାଳୁ ଉଠିବା ମାତ୍ରକେ କେବେବି ଅଘଷା ପାଟିରେ କୁଆଡେ ଯିବା ଠିକ୍ ନୁହେଁ ଏହା ସମୃଦ୍ଧି ରେ ବାଧା ଆଣିଥାଏ ।