ଆମ ଭାରତୀୟ ମାନଙ୍କର ଚା ହେଉଛି ଖୁବ୍ ପ୍ରିୟ । ଆମେ ସମସ୍ତେ ସକାଳୁ ଉଠିଲା ମାତ୍ରକେ କପେ ଗରମ୍ ଚା ପିଇବାକୁ ଇଚ୍ଛା କରିଥାଉ । ଆମ ଭିତରୁ ଅଧିକାଂଶ ଲୋକ ଦିନଯାକ ଅନେକ କପ୍ ଚା ପିଇ ଥାଆନ୍ତି । ବିଶେଷ ଭାବରେ ଶୀତଋତୁ ରେ ଚିନି ର ଚା ବଦଳରେ ଗୁଡ ଚା ଶରୀର ପାଇଁ ଖୁବ୍ ହିତକର । ଏହା ଆପଣଙ୍କ ପାଟିର ସ୍ଵାଦ ବଢ଼ାଇବା ସହିତ ସ୍ବାସ୍ଥ୍ୟ କୁ ମଧ୍ୟ ଠିକ୍ ରଖିଥାଏ ।
ଗୁଡ଼ରେ ଚା ଥିବା ପୋଷାକ ତତ୍ତ୍ଵ –
ଫସଫରସ, ପୋଟାସିୟମ, ଜସ୍ତା, ସୁକ୍ରୋଜ୍, ଗ୍ଲୁକୋଜ, ଆଇରନ, କ୍ୟାଲସିୟମ, ମଗ୍ନେଶୀୟମ, ଭିଟାମିନ ଏ, ବି ଓ ମିନେରାଲ ଓ ଭିଟାମିନ ମିଳିଥାଏ । ଏହି ସମସ୍ତ ପୋଷାକ ତତ୍ତ୍ଵ ସ୍ବାସ୍ଥ୍ୟ ପାଇଁ ଖୁବ୍ ଉପୋଜୋଗୀ ।
* ଗୁଡର ଚା ପିଇବା ଦ୍ଵାରା ପାଚନ ପ୍ରକ୍ରିୟା ଠିକ୍ ରହିଥାଏ । ଏହା ସହିତ ଗ୍ୟାସ୍, ଏସିଡିଟି, ଭଳି ସମସ୍ୟାରୁ ଆରାମ ମିଳିଥାଏ । ଗୁଡ ରେ ଅର୍ଟିଫିଶିଆଲ୍ ସ୍ୱିଟ୍ନର ଖୁବ୍ କମ୍ ମାତ୍ରାରେ ଥାଏ । ତା ସହିତ ଚିନି ତୁଳନାରେ ଭିଟାମିନ ଓ ମିନେରାଲ ରହିଥାଏ ଯାହା ସ୍ବାସ୍ଥ୍ୟ ପାଇଁ ଖୁବ୍ ହିତକର ।
* ଗୁଡ଼ର ଚା ପିଇବା ଦ୍ଵାରା ଇମ୍ୟୁନିଟି ଷ୍ଟ୍ରଙ୍ଗ ହୋଇଥାଏ । ଯେଉଁ କାରଣରୁ ସର୍ଦ୍ଦି, ଥଣ୍ଡା, କଫ ଭଳି ସମସ୍ୟା ଦେଖା ଯାଇ ନଥାଏ । ଗୁଡ ଗରମ୍ ହୋଇଥିବା କାରଣରୁ ଶରୀରକୁ ଶୀତଋତୁ ରେ ଗରମ୍ ମିଳିଥାଏ ।
* ଗୁଡ ର ଚା ପିଇବା ଦ୍ଵାରା ଶରୀରକୁ ଶକ୍ତି ମିଳିଥାଏ । ମାନସିକ ଚାପ ରୁ ଆରାମ ମିଳିଥାଏ । ଗୁଡ ଚା ଦ୍ଵାରା ଗଳା ରେ ହେଉଥିବା ସଂକ୍ରମଣ ପାଇଁ ମଧ୍ୟ ହିତକର ।
* ଗୁଡ ଚା ରକ୍ତ ହୀନତା ସମସ୍ୟା ଦୂର ହୋଇଥାଏ । କାରଣ ଗୁଡ଼ରେ ଆଇରନ ଥାଏ । ଗୁଡ ଚା ମଧ୍ୟ ରକ୍ତଚାପ ନିୟନ୍ତ୍ରଣ କରିଥାଏ ।