Odisha news

କଣ ଆପଣ ଧନ ଓ ଯଶ ପାଇବାକୁ ଚାହୁଁଛନ୍ତି କି ? ରବିବାର ଦିନ କରନ୍ତୁ ଏହି ସବୁ ଚମତ୍କାରୀ ଉପାୟ

0

ରବିବାର ଦିନଟିର ଆମ ହିନ୍ଦୁ ଧର୍ମର ଗୋଟିଏ ମୁଖ୍ୟ ବାର ଅଟେ l ହିନ୍ଦୁ ମାନେ ସକାଳେ ସ୍ନାନ ସାରି ବିଶେଷ ଭାବରେ ସୂର୍ଯ୍ୟ ଦେବଙ୍କୁ ଜଳ ଅର୍ପଣ କରି ପରିବାରର ସୁଖ ସମୃଦ୍ଧି କାମନା କରନ୍ତି l ଶାସ୍ତ୍ର ଅନୁସାରେ କୁଣ୍ଡଳୀରେ କିଛି ଯଦି ତ୍ରୁଟି ରହିଥାଏ ତେବେ ସୂର୍ଯ୍ୟ ପୂଜାକୁ ବିଶେଷ ଗୁରୁତ୍ୱ ଦିଆ ଯାଇଥାଏ l

– ସବୁଠୁ ମୁଖ୍ୟ କାର୍ଯ୍ୟ ହେଲା ରବିବାରଦିନ ସୂର୍ଯ୍ୟ ଦେବଙ୍କୁ ଜଳ ଅର୍ପଣ କରିବା l ଉଦୟ ସୂର୍ଯ୍ୟଙ୍କୁ ତମ୍ବା ପାତ୍ରରେ ଜଳ ଅର୍ପଣ କରୁଥିବା ସମୟରେ ସୂର୍ଯ୍ୟ ମନ୍ତ୍ର ଜପ କରିବା ନିହାତି ଆବଶ୍ୟକ l

– ରବିବାର ଦିନ ବଜାରରୁ ୩ଟି ଝାଡୁ କିଣନ୍ତୁ ଓ ପରଦିନ ବ୍ରହ୍ମ ମୁହୂର୍ତ୍ତରୁ ଉଠି ଏହି ଝାଡୁ କୁ ଘର ନିକଟରେ ଥିବା କୌଣସି ମନ୍ଦିରରେ ରଖି ଆସନ୍ତୁ l କେବଳ ଏତିକି ଧ୍ୟାନ ରଖନ୍ତୁ ଯେ ଯେପରି ଆପଣଙ୍କୁ କେହି ଦେଖୁ ନାହାନ୍ତି l ଏହାଦ୍ୱାରା ରିଷ୍ଟ ଖଣ୍ଡନ ହୋଇଥାଏ l

– ରବିବାରଦିନ ରାତିରେ ଶୋଇବା ସମୟରେ ଗୋଟିଏ ଦୁଗ୍ଧ ଗ୍ଲାସ କୁ ନିଜ ମୁଣ୍ଡ ନିକଟରେ ରଖି ଶୁଆନ୍ତୁ l ସକାଳୁ ଏହି ଦୁଗ୍ଧାକୁ ବରଗଛ ମୂଳରେ ଗାଧୋଇ ସାରି ଢାଳି ଦିଅନ୍ତୁ l ଏପରି କରିବା ଦ୍ୱାରା ଘରର ସମସ୍ତ ରିଷ୍ଟ ଖଣ୍ଡନ ହେବା ସହିତ ଆର୍ଥିକ ସମୃଦ୍ଧି ହୋଇଥାଏ l

– ରବିବାର ଦିନ ଆପଣ ଯେ କୌଣସି ସ୍ଥାନରେ ସୂର୍ଯ୍ୟ ମନ୍ଦିରରେ ସୂର୍ଯ୍ୟ ଦେବଙ୍କୁ ଦର୍ଶନ କଲେ ,ସନ୍ତାନ ମାନଙ୍କ ଜୀବନରୁ ସମସ୍ତ ପ୍ରକାରର ଅସୁବିଧା ଦୁରେଇ ଯାଇଥାଏ l

– ରବିବାରଦିନ ସକାଳୁ ସୂର୍ଯ୍ୟଦେବଙ୍କୁ ହଳଦୀ ପାଣି ଅର୍ପଣ କରିବା ଦ୍ୱାରା ସମସ୍ତ ଦୁଃଖ ଯନ୍ତ୍ରଣା ଦୂର ହେବା ସହିତ, ସନ୍ତାନ ମାନଙ୍କର ଆୟୁ ବୃଦ୍ଧି ହୋଇଥାଏ ଓ ଧନ ସମୃଦ୍ଧି ବୃଦ୍ଧି ହୁଏ l

Leave A Reply