Odisha news

କେତେ ମୁଖି ରୁଦ୍ରାକ୍ଷର କେଉଁ ଗୁଣ : ଆସନ୍ତୁ ଜାଣିବା କେଉଁ ରୁଦ୍ରାକ୍ଷ ଆପଣଙ୍କ ପାଇଁ ଉପଯୋଗୀ

0

ସନାତନ ଧର୍ମରେ ରୁଦ୍ରାକ୍ଷ ର ବିଶେଷ ମହତ୍ୱ ରହିଛି l ରୁଦ୍ରାକ୍ଷ ଗୋଟିଏ ଏପରି ବରଦାନ ଯାହା ପ୍ରକୃତି ପକ୍ଷରୁ ଏହି ମଣିଷ ସମାଜକୁ ମିଳିଛି l ଯାହାଦ୍ୱାରା ଅର୍ଥ,କାମ,କ୍ରୋଧ,ମୋହ ସବୁକିଛି ପ୍ରାପ୍ତି ହୋଇଥାଏ l ଶାସ୍ତ୍ରରେ ବର୍ଣନା ହୋଇଛି ଯେ ରୁଦ୍ରାକ୍ଷ ଭଗବାନ ଶିବଙ୍କ ନେତ୍ରରୁ ଖସି ଥିବା ଜଳ ବୁନ୍ଦାରୁ ପ୍ରସ୍ତୁତ ହୋଇଛି l ଯେଉଁମାନେ ରୁଦ୍ରାକ୍ଷ ଧାରଣ କରି ଥାଆନ୍ତି ସେମାନଙ୍କ ଉପରେ ଭଗବାନ ଶିବଙ୍କର ଆଶୀର୍ବାଦ ରହିଥାଏ l ରୁଦ୍ରାକ୍ଷ ଧାରଣ କରିଥିବା ବ୍ୟକ୍ତିଙ୍କ ନିକଟକୁ ନକାରାତ୍ମକ ଶକ୍ତି ଆସି ନଥାଏ l

*ଏକମୁଖୀ ରୁଦ୍ରାକ୍ଷ –
ଏହା ଗୋଟିଏ ଦୁର୍ଲଭ ରୁଦ୍ରାକ୍ଷ ଅଟେ l ଏହା ବିଷୟରେ କୁହାଯାଏ ଯେ ସମସ୍ତ ସିଦ୍ଧି ପ୍ରାପ୍ତି ହୋଇଥାଏ l ଏକମୁଖୀ ରୁଦ୍ରାକ୍ଷ ଧାରଣ କରିଥିବା ବ୍ୟକ୍ତି ସମସ୍ତ ଇନ୍ଦ୍ରିୟ ମାନଙ୍କ ଉପରେ ବିଜୟ ଲାଭ କରିଥାଏ l

* ଦୁଇମୁଖୀ ରୁଦ୍ରାକ୍ଷ –
ଏହା ଅର୍ଧ ନାରୀଶ୍ୱର ରୁଦ୍ରାକ୍ଷ ଅଟେ l ଏହାକୁ ଧାରଣ କରିଥିବା ବ୍ୟକ୍ତି ମାତା ପାର୍ବତୀ ଓ ମହାଦେବ ଙ୍କ ଆଶୀର୍ବାଦ ପ୍ରାପ୍ତ କରିଥାଏ l ବୈବାହିକ ଜୀବନରେ ଆନନ୍ଦ ଓ ସୁଖ ପ୍ରାପ୍ତ କରିବା ପାଇଁ ଏହି ରୁଦ୍ରାକ୍ଷ ଧାରଣ କରନ୍ତୁ l

* ତିନିମୁଖୀ ରୁଦ୍ରାକ୍ଷ –
ତିନିମୁଖୀ ରୁଦ୍ରାକ୍ଷ ସାକ୍ଷାତ ଅଗ୍ନିଶମ ଉତପ୍ତ ଅଟେ l ଏହାକୁ ଧାରଣ କଲେ ଅଗ୍ନିଦେବ ପ୍ରସନ୍ନ ହୋଇ ଥାଆନ୍ତି l ଏହାକୁ ଧାରଣ କଲେ ଶକ୍ତି ବୃଦ୍ଧି ହୋଇଥାଏ l ଏହା ପୂର୍ବ ଜନ୍ମର ସମସ୍ତ ପାପରୁ ମୁକ୍ତି ଦେଇଥାଏ l

* ଚାରିମୁଖୀ ରୁଦ୍ରାକ୍ଷ –
ଏହି ରୁଦ୍ରାକ୍ଷ ସମ୍ପୂର୍ଣ ବ୍ରହ୍ମ ସ୍ୱରୂପ ଅଟେ l ଏହାକୁ ଧାରଣ କଲେ ବ୍ରହ୍ମାଙ୍କ ଆଶୀର୍ବାଦ ସର୍ବଦା ପ୍ରାପ୍ତ ହୋଇଥାଏ l ଏହି ରୁଦ୍ରାକ୍ଷ ବୁଧ ଙ୍କ ପ୍ରତୀକ ଅଟେ l ଏହାଦ୍ୱାରା ଲେଖନ ଶକ୍ତି ଓ ବାକ ଶକ୍ତି ବୃଦ୍ଧି ହୋଇଥାଏ l

* ପଞ୍ଚମୁଖୀ ରୁଦ୍ରାକ୍ଷ –
ଏହି ରୁଦ୍ରାକ୍ଷ ସାକ୍ଷାତ ଶିବଙ୍କ ରୂପ l ଏହି ରୁଦ୍ରାକ୍ଷ ଧାରଣ କରିବା ଦ୍ୱାରା ବୃହସ୍ପତିଙ୍କ ଅଶୁଭ ଫଳ ସମାପ୍ତ ହୋଇଥାଏ l ଜ୍ଞାନ ଓ ଆଧ୍ୟାତ୍ମିକ ବିକାଶ ପାଇଁ ଏହି ରୁଦ୍ରାକ୍ଷ ଧାରଣ କରିବା ଉଚିତ l

*ଷଡ଼ମୁଖୀ ରୁଦ୍ରାକ୍ଷ –
ରୁଦ୍ରାକ୍ଷ ଷଡ଼ମୁଖ କାର୍ତ୍ତିକେୟ ଙ୍କ ରୂପ ଅଟେ l ଏହାକୁ ଧାରଣ କରିବା ଦ୍ୱାରା ଭୟରୁ ମୁକ୍ତି ମିଳିଥାଏ ଓ ଆରୋଗ୍ୟ ପ୍ରାପ୍ତି ହୋଇଥାଏ l ତା ସହିତ ବଳ ଓ ବୀର୍ଯ୍ୟର ବୃଦ୍ଧି ହୋଇଥାଏ l ଶତ୍ରୁ ମାନଙ୍କର ନାଶ ହୋଇଥାଏ l

* ସପ୍ଟମୁଖୀ ରୁଦ୍ରାକ୍ଷ –
ଏହାକୁ ଧାରଣା କଲେ ମତ ଲକ୍ଷ୍ମୀଙ୍କ ଆଶୀର୍ବାଦ ପ୍ରାପ୍ତ ହୋଇଥାଏ l ସମାଜରେ ମନ ସମ୍ମାନ ପ୍ରାପ୍ତ ହୋଇଥାଏ l ସାନି ମହାଦାସା ରୁ ମୁକ୍ତି ମିଳିଥାଏ l

* ଅଷ୍ଟମୂଖୀ ରୁଦ୍ରାକ୍ଷ –
ଏହି ରୁଦ୍ରାକ୍ଷ ମା ଗଙ୍ଗା ଙ୍କର ଖୁବ ପ୍ରିୟ ଅଟେ l ଏହାକୁ ଧାରଣା କଲେ ସମସ୍ତ ପାପ ରୁ ତ୍ରାହି ମିଳିଥାଏ l ଏହା ରାହୂଙ୍କ ପ୍ରତୀକ ଅଟେ l ତେଣୁ ଏହାକୁ ଧାରଣ କଲେ ରହୂଙ୍କ ଅଶୁଭ କୋପରୁ ରକ୍ଷା ପାଇଁ ହୁଏ l

* ନବମୁଖୀ ରୁଦ୍ରାକ୍ଷ –
ଏହା ନବଶକ୍ତିର ପ୍ରତୀକ ଅଟେ l ଏହାକୁ ଧାରଣ କଲେମକୁ ଦୁର୍ଗା ପ୍ରସନ୍ନ ହୋଇ ଥାଆନ୍ତି l ତା ସହିତ ଯମ ରାଜ ଓ ମୃତ୍ୟୁ ଭୟ ଦୂର ହୋଇଥାଏ l ଏହା କେତୁଙ୍କ ରୂପ ହୋଇଥିବାରୁ କେତୁଙ୍କ ଅଶୁଭ ପ୍ରଭାବରୁ ରକ୍ଷା ପାଇ ହୁଏ l

* ଦ୍ୱାଦଶ ଓ ଚତୁର୍ଦଶ ମୁଖୀ ରୁଦ୍ରାକ୍ଷ –
ଏହି ଦୁଇ ରୁଦ୍ରାକ୍ଷ ଭଗବାନ ଶିବଙ୍କ ପ୍ରତୀକ ଅଟନ୍ତି l ଏହାକୁ ଧାରଣ କଲେ ଘରେ ଆର୍ଥିକ ସଙ୍କଟ ରୁହେ ନାହିଁ l ସୁଖ ଶାନ୍ତି ବାସ କରିଥାଏ l ଏହାକୁ ନେଇ ବିଶେଷ ଭାବରେ ଘରେ ଧର୍ମ କର୍ମ କାର୍ଯ୍ୟ ହୋଇଥାଏ l ଏହାକୁ ଧାରଣ କରିଥିବା ବ୍ୟକ୍ତି ଶାନ୍ତିରେ ଦିନ ବିତାଇ ଥାଆନ୍ତି l

Leave A Reply