Odisha news

ତିହିଡି ପଞ୍ଚାୟତ ସମିତି ଅଧ୍ୟକ୍ଷ ପଦ ଅଣ ସଂରକ୍ଷିତ ରଖିବାକୁ ହାଇକୋର୍ଟଙ୍କ ନିଦେ୍ର୍ଦଶ

0

ଭଦ୍ରକ,୧୭ା୧୧: ତିହିଡି ପଞ୍ଚାୟତ ସମିତି ଅଧ୍ୟକ୍ଷ ପଦକୁ କେବଳ ଅଣ ସଂରକ୍ଷିତ ରଖିବାକୁ ମାନ୍ୟବର ହାଇକୋର୍ଟ ନିଦେ୍ର୍ଦଶ ଦେଇଛନ୍ତି । ଏହା ଗତ ୨୦୧୭ ନିର୍ବାଚନରେ ଅଣ ସଂରକ୍ଷିତ ମହିଳାଙ୍କ ଲାଗି ସଂରକ୍ଷିତ ଥିବା ବେଳେ ଆଗାମୀ ୨୦୨୨ ଲାଗି ମଧ୍ୟ ପୁଣି ଥରେ ଏହାକୁ ପୁନରାବୃତ୍ତି କରାଯାଇଥିଲା । ଯାହା ସଂପୂର୍ଣ୍ଣ ତ୍ରୁଟିପୂର୍ଣ୍ଣ ବୋଲି ଅଭିଯୋଗ କÿରି ତିହିଡି ଅଞ୍ଚଳର ସମାଜସେବୀ ମହେଶ୍ୱର ସେଠୀଙ୍କ ପକ୍ଷରୁ ଚଳିତ ମାସ ୫ ତାରିଖରେ ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା(ଡବ୍ଲୁ୍ୟ.ପି.ସି ନଂ-୩୪୬୬୪)ଦାୟର କରାଯାଇଥିଲା । ଏଥିରେ ପଞ୍ଚାୟତ ସମିତି ଅଧ୍ୟକ୍ଷ ପଦ ଲାଗି ଜିଲ୍ଲା ପ୍ରଶାସନର ତ୍ରୁଟିପୂର୍ଣ୍ଣ ସଂରକ୍ଷଣ ଚିଠା ତାଲିକାକୁ ଚ୍ୟାଲେଞ୍ଜ କରାଯାଇଥିଲା । ରାଜ୍ୟ ସରକାରଙ୍କ ପଞ୍ଚାୟତ ରାଜ ବିଭାଗର ଗାଇଡଲାଇନକୁ ଜିଲ୍ଲାପାଳଙ୍କ ପକ୍ଷରୁ କିଭଳି ସିଧାସଳଖ ଭାବେ ଉଲ୍ଲଘଂନ କରାଯାଇ ସଂରକ୍ଷଣ ଚିଠା ତାଲିକା ପ୍ରସ୍ତୁତ କରାଯାଇଛି ସେ ସମସ୍ତ ବିଷୟ ଏଥିରେ ଦର୍ଶାଯାଇଥିଲା । ଏହାର ବିଚାର କରି ମାନ୍ୟବର ହାଇକୋର୍ଟ ତିହିଡି ପଞ୍ଚାୟତ ସମିତି ଅଧ୍ୟକ୍ଷ ପଦକୁ କେବଳ ଅଣ ସଂରକ୍ଷିତ ରଖିବାକୁ ପଦକ୍ଷେପ ନେବା ସହ ଏଥିନେଇ ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ସୁପାରିଶ କରିବାକୁ ଭଦ୍ରକ ଜିଲ୍ଲାପାଳଙ୍କୁ ନିଦେ୍ର୍ଦଶ ଦେଇଛନ୍ତି । ଆବେଦନକାରୀ ଶ୍ରୀ ସେଠୀଙ୍କ ପକ୍ଷରୁ ଆଇନଜୀବୀ ଗୋପାଳ ଜେନା ମକଦ୍ଦମା ପରିଚାଳନା କରୁଥିଲେ । ପ୍ରକାଶ ଯେ, ଆସନ୍ତା ୨୦୨୨ ପଞ୍ଚାୟତ ନିର୍ବାଚନ ଲାଗି ଜିଲ୍ଲା ପ୍ରଶାସନ ପକ୍ଷରୁ ପଞ୍ଚାୟତ ଅଧ୍ୟକ୍ଷ ପଦ ଲାଗି ସଂରକ୍ଷଣ ଚିଠା ତାଲିକା ପ୍ରକାଶ ପାଇବା ପରେ ସେଥିରେ ବଦଳ କ୍ରମ(ରୋଟେସନ) ନିୟମକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଉଲ୍ଲଘଂନ କରାଯାଇ ଚିଠା ତାଲିକା ପ୍ରକାଶ ପକାଶ ପାଇଥିଲା । ଏଥିରେ ଜନସଂଖ୍ୟା ଆଧାରରେ ବିଭିନ୍ନ ବର୍ଗଙ୍କ ଲାଗି ସଂରକ୍ଷଣ ଓ ଅତୀତର ସଂରକ୍ଷଣ ତାଲିକାକୁ ବିଚାରକୁ ନିଆ ଯାଇ ନଥିଲା । ଏହାକୁ ନେଇ ଜିଲ୍ଲା ତମାମ ଅସନ୍ତୋଷ ପ୍ରକାଶ ପାଇବା ସହିତ ବିଭିନ୍ନ ବ୍ଲକରୁ ଶତାଧିକ ଅଭିଯୋଗ ଆଗତ କରାଯାଇଥିଲା । ତେବେ ଜିଲ୍ଲା ପ୍ରଶାସନ କେବଳ ମାତ୍ର ୱାର୍ଡ ସଭ୍ୟ ଓ ସରପଞ୍ଚ ପଦକୁ ନେଇ ରହିଥିବା କିଛି ତ୍ରୁଟି ବିଚୁ୍ୟତିକୁ ସଂଶୋଧନ କରି ପୂର୍ବ ପ୍ରକାଶିତ ସଂରକ୍ଷଣ ତାଲିକାକୁ କାଏମ ରଖିଥିଲେ । ଗତ ମାସ ୨୨ ତାରିଖରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଚୂଡାନ୍ତ ତାଲିକା ପ୍ରକାଶ ପାଇବା ପରେ ଏହା ଜଣା ପଡିଥିଲା । ଫଳରେ ଜିଲ୍ଲା ପ୍ରଶାସନର ଏତାଦୃଶ କାର୍ଯ୍ୟକୁ ଚ୍ୟାଲେଞ୍ଜ କରିବାକୁ ଯାଇ ଶ୍ରୀ ସେଠୀ ମାନ୍ୟବର ହାଇକୋର୍ଟଙ୍କ ଆଶ୍ରୟ ନେଇଥିଲେ ।

Govt
Leave A Reply