ଆଦିଲ୍ଲୀ : ଗୋଟିଏ ପକ୍ଷରେ ବିଶ୍ୱର ସମସ୍ତ ଦେଶ ନିଜର ନାଗରିକ ମାନଙ୍କୁ ଯେତେ ଶୀଘ୍ର କରୋନା ଟୀକ୍କା କରଣ କରିବାକୁ ଚାହୁଁଛନ୍ତି l ଅଷ୍ଟ୍ରେଲିଆ ଆଗକୁ ଗୋଟିଏ ବଡ ଆହ୍ୱାନ ଆସିଛି l ସେଠାରେ ଏପରି ଅନେକ ଲୋକ ରହିଛନ୍ତି ଯେଉଁ ମାନଙ୍କ ସରକାର ଭରଣ ପୋଷଣ ଦେବେ l ଏହି କ୍ଷତିପୂରଣ ଭ୍ୟାକସିନ ଯୋଗୁ ଘଟିଥିବା ଅସୁବିଧା କାରଣରୁ ଦିଆଯିବ l ସେଠାକାର ସରକାର କ୍ଷତିପୂର୍ତୀ ଯୋଜନା ଆରମ୍ଭ କରିଛନ୍ତି l
ମିଳିଥିବା ସୂଚନା ଅନୁସାରେ ଅଷ୍ଟ୍ରେଲିଆ ସରକାର ପାଖାପାଖି ୧୦ ହଜାର ଲୋକଙ୍କୁ କ୍ଷତିପୂରଣ ଭାବରେ ଲକ୍ଷ ଲକ୍ଷ ଟଙ୍କା ଦେବେ l ଏହି ସ୍କିମ ଅନୁସାରେ ଯେଉଁ ଲୋକ ମାନଙ୍କର କରୋନା ଟୀକ୍କା ନେବା ପରେ ପାର୍ଶ୍ୱ ପ୍ରତିକ୍ରିୟା ଦେଖା ଦେଇଛି ସେପରି ଲୋକଙ୍କୁ କ୍ଷତିପୂରଣ ଦିଆଯିବ l ସେମାନଙ୍କ ମଧ୍ୟରୁ କେହି ହସ୍ପିଟାଲ ରେ ଭର୍ତି ହୋଇଥିଲେ ତ ଆଉ କେହି ଚାକିରୀ ହରାଇଛନ୍ତି l ଏହି କ୍ଷତିପୂରଣ ୫ହଜାର ଡଲାର ରୁ ଆରମ୍ଭ ହେଉଛି l ଯେଉଁଥିରେ ଚିକିତ୍ସା ଖର୍ଚ୍ଚ ଓ ଚାକିରୀ ହରାଇବାର କାରଣ ସାମିଲ ରହିଛି l
ଏପରି ସ୍ଥଳେ ସରକାରଙ୍କର ୫୦ ମିଲିୟନ ଡଲାର ଲାଗିବ l ଯାହା ପାଖାପାଖି ୩୭୨ କୋଟି ଟଙ୍କା ଅଟେ l ମିଳିଥିବା ସୂଚନା ଅନୁସାରେ ଅଷ୍ଟ୍ରେଲିଆ ରେ ୩୬.୮ ମିଲିୟନ ଟୀକ୍କା ଦାନ କରାଯାଇଥିଲା l ଏଥିରୁ ସାଇଡ ଇଫେକ୍ଟ ୭୯ ହଜାର ମାମଲା ଆସିଥିଲା ଓ ୧୦ ହଜାର ଲୋକ କ୍ଷତି ପୁରାଣ ପାଇଁ କ୍ଲେମ କରିଛନ୍ତି l