‘ଦ ଗର୍ଜିୟନ’ ରିପୋର୍ଟ ଅନୁସାରେ ଗତବର୍ଷ ଡିସେମ୍ବର ରେ ରୁଷ ରେ ଗୋଟିଏ ଫାଂର୍ମିଙ୍ଗ ସେଣ୍ଟର ରେ ଅଚାନକ ଭାବରେ ୧ଲକ୍ଷ କୁକୁଡ଼ା ମରିଗଲେ l ଯାଞ୍ଚ ରୁ ଜଣା ପଡିଥିଲା ଯେ ଏହା ପଛର କାରଣ ଘାତକ ଏବିୟନ ଫ୍ଲୁ ଅଟେ l ଏହି ଫ୍ଲୁ ରୁ ରକ୍ଷା କରିବା ପାଇଁ ୯ଲକ୍ଷ କୁକୁଡ଼ା ଙ୍କୁ ମରା ଯାଇଥିଲା l
ଏବିୟନ ଫ୍ଲୁ ଦୁନିଆରେ ବ୍ୟାପୁଥିବା ଆଉ ଗୋଟିଏ ମହାମାରୀ ଅଟେ ଓ H5N8 କେବଳ ଗୋଟିଏ ସ୍ଟ୍ରେନ ଅଟେ l ନିକଟରେ ଏହି ସ୍ଟ୍ରେନ ବ୍ରିଟେନ ସହିତ ଅନେକ ଦେଶକୁ ବ୍ୟାପିଛି l ଯାହା ବତକ ସହିତ ଅନ୍ୟ ପକ୍ଷୀ ମାନଙ୍କର ମୃତ୍ୟୁର କାରଣ ଅଟେ l କିନ୍ତୁ ରୁଷର ଘଟଣା ସମ୍ପୂର୍ଣ ଅଲଗା l କାରଣ ଏଠାରେ ଏତେ ଗୁଡିଏ କୁକୁଡ଼ାକୁ ମାରିବା ପରେ ମଧ୍ୟ ପୁରୁଷ ଓ ମହିଳାଙ୍କ ନିକଟରେ ଏହି ମହାମାରୀ ଦେଖିବାକୁ ମିଳିଥିଲା l ଏହା ପ୍ରଥମଥର ଘଟି ଥିଲା H5N8 ଭୁତାଣୁ ପକ୍ଷୀ ମାନଙ୍କ ନିକଟରୁ ମଣିଷଙ୍କୁ ବ୍ୟାପି ଥିଲା l
କୁହାଯାଇଛି ଯେ ଏଭିୟାନ ଫ୍ଲୁ ୮ପ୍ରକାରର କିମ୍ବା ଏହାଠାରୁ ଅଧିକ ପ୍ରକାରର ଦେଖିବାକୁ ମିଳିଥାଏ l ଯାହା ସବୁ ମଣିଷଙ୍କୁ ସଂକ୍ରମିତ ଓ ମାରିବା ପାଇଁ ସକ୍ଷମ ଅଟେ l ତେଣୁ ଏଥିପାଇଁ ବିଶ୍ୱ ବାସୀଙ୍କୁ ବିଶେଷ ସଜାଗ ହେବାକୁ ପଡିବ l