ନୂଆଦିଲ୍ଲୀ : ହୋମ ଲୋନ ନେବାକୁ ଚାହୁଁଥିବା ବ୍ୟକ୍ତିଙ୍କ ପାଇଁ ଜରୁରୀ ସୂଚନା l ଫେଷ୍ଟିଭ ଅଫର ସରିବା ମାତ୍ରକେ କୋଟାକ ମହିନ୍ଦ୍ରା ବ୍ୟାଙ୍କ ହୋମ୍ ଲୋନ ଉପରେ ଋଣ ଦର ବଢ଼ାଇବାର ଘୋଷଣା କରିଛି l ବ୍ୟାଙ୍କ ହୋମ ଲୋନ ର ଋଣ ଦର ରେ ୦.୫ ପ୍ରତିଶତ ବୃଦ୍ଧି କରିଛନ୍ତି l ଏହାପରେ ବର୍ତମାନ କୋଟାକ ମହିନ୍ଦ୍ରା ବ୍ୟାଙ୍କ ରେ ହୋମ ଲୋନ ଇନଟ୍ରେଷ୍ଟ ୬.୫୫ ପ୍ରତିଶତରୁ ଆରମ୍ଭ ହେବ l ଆପଣଙ୍କୁ କହି ରଖୁଛୁ ଯେ ହୋମ ଲୋନ ର ନୂଆ ଇନଟ୍ରେଷ୍ଟ ନଭେମ୍ବର ୯ ତାରିଖରୁ ୧୦ ଡିସେମ୍ବର ୨୦୨୧ ମଧ୍ୟରେ ଲାଗୁ ହେବ l
ବ୍ୟାଙ୍କ ଏଥିପାଇଁ ଗୋଟିଏ ବୟାନ ଜାରି କରିଛନ୍ତି l ଏହି ଇନଟ୍ରେଷ୍ଟ ପୂର୍ବରୁ ୬ .୫୦ ପ୍ରତିଶତ ଥିଲା l ବର୍ତମାନ ଏହା ବୃଦ୍ଧି ହୋଇଥିବା ବେଳେ ଆବେଦକ ମାନଙ୍କର ଏହା ବର୍ତମାନ ଚିନ୍ତାର ବିଷୟ ହୋଇଛି l କିନ୍ତୁ ଏହା ବର୍ତମାନ ମଧ୍ୟ ସେମାନଙ୍କ ପାଇଁ ୬ .୫୦ ପ୍ରତିଶତ ରହିଛି l
ଏହା ପୂର୍ବରୁ କୋଟାକ ମହିନ୍ଦ୍ରା ୬୦ ଦିନର ଫେଷ୍ଟିଭ ସିଜନ ଅଫର ଦେଇଥିଲା l ଏହାକୁ ନେଇ ବ୍ୟାଙ୍କ ଅଧକ୍ଷ ଓ କଂଜୟୁମର ଏଜେଣ୍ଟ କହିଛନ୍ତି ଯେ ଫେଷ୍ଟିଭ ଶୀଜନ ଦିଅ ଯାଇଥିବା ଅଫର କୁ ବ୍ୟାଙ୍କ ପକ୍ଷରୁ ଖୁବ ଗୁରୁତ୍ୱ ଦିଅ ଯାଇଛି l ଆମେ ଆମ ଗ୍ରାହକ ଙ୍କୁ ସନ୍ତୁଷ୍ଟ କରିବାର ସମ୍ପୂର୍ଣ ଚେଷ୍ଟା କରୁଛୁ l କୋଟାକ ମହିନ୍ଦ୍ରା ପକ୍ଷରୁ ନୂଆ ଇନଟ୍ରେଷ୍ଟ ସହିତ ବାଲାନ୍ସ ଟ୍ରାନ୍ସଫର ଲୋନ ରେ ମଧ୍ୟ ଲାଗୁ ହୋଇଥାଏ l ଏହି ନିୟମ ଅନୁସାରେ ଲୋନ ନିଆ ଯାଉଥିବା ଋଣ ରାଶିର କୌଣସି ନିର୍ଦ୍ଧିଷ୍ଟ ସୀମା ନାହିଁ l ଏହା ବେତନ ଭୋଗୀ ଓ ସେଲ୍ଫ ଏମ୍ପ୍ଲୋଏଡ଼ ଉଭୟଙ୍କ ପାଇଁ ଲାଗୁ ହୋଇଛି l
Comments are closed.