Odisha news

SBI ର ପୂର୍ବତନ ଚେୟାରମ୍ୟାନ ଙ୍କର ଦୀପାବଳୀ କଟିବ ଜେଲ୍ ରେ, ୨୦୦ କୋଟିର ଠକେଇ

ନୂଆଦିଲ୍ଲୀ : SBI ର ପୂର୍ବତନ ଚେୟାରମ୍ୟାନ ପ୍ରତୀପ ଚୌଧୁରୀ ଙ୍କୁ ଜୈସଲମେର CJM କୋର୍ଟ ଷୋମବାର ଦିନ ୧୪ଦିନ ପାଇଁ ପୋଲିସ ରିମାଣ୍ଡ ରେ ପଠାଇ ଛନ୍ତି l ୨୦୦ କୋଟି ତାଙ୍କର ହୋଟେଲ ର ନିଲାମୀ ମାମଲାରେ ପୋଲିସ ତାଙ୍କୁ ନେଇ କୋର୍ଟ ରେ ପହଂଚି ଥିଲା l ୬ବର୍ଷ ପୁରୁଣା ଏହି ନିଲାମୀ ରେ ଚୌଧୁରୀଙ୍କ ଉପରେ ଏହି ହୋଟେଲ କୁ ସିଜ କରି ନିଜର ସମ୍ପର୍କୀୟଙ୍କୁ  ୨୫ କୋଟି ଟଙ୍କାରେ ବିକ୍ରି କରିବାର ଆରୋପ ଲାଗିଛି l

ଏହାକୁ ନେଇ କୋର୍ଟଙ୍କ ପକ୍ଷରୁ କୁହାଯାଇଛି ଯେ ଏପରି ବ୍ୟତିକ୍ରମ ହେବା ଠିକ ନୁହେଁ l ଏହା ଏକ ଲଜ୍ଜା ଜନକ ଘଟଣା, କାରଣ ଏପରି ଘଟଣା ଜଣେ SBI ଚେୟାରମ୍ୟାନ ଙ୍କ ପାଇଁ କରିବା ଠିକ ନୁହେଁ l ତେଣୁ ଏଥିପାଇଁ ଚୌଧୁରୀ ଙ୍କ ଉପରେ ଲାଗିଥିବା ଆରୋପ ଅନୁସାରେ ସତ୍ୟ ପ୍ରମାଣିତ ହେଲେ ତାଙ୍କୁ ଠକେଇ ମାମଲାରେ ଦଣ୍ଡ ବିଧାନ ମଧ୍ୟ କରାଯାଇ ପାରେ l ଏହାକୁ ନେଇ ଚୌଧୁରୀ ଙ୍କ ଓକିଲ କହିଥିଲେ ଯେ ଏସବୁ ଘଟଣା ବିଷୟରେ ଶ୍ରୀଯୁକ୍ତ ଚୌଧୁରୀ ଅଜ୍ଞ ଅଟନ୍ତି l ତାଙ୍କୁ ପହସେଇ ଦିଆ ଯାଇଛି l

ପୋଲିସ ଘଟଣାର ସତ୍ୟାସତ୍ୟ ଜାଣିବା ପାଇଁ ପଚରାଉଚରା ଜାରି ରଖିଛି l

Nalco

Comments are closed.