ମଣିଷ ଜୀବନ ମାତ୍ରକେ ବିଭିନ୍ନ ସମସ୍ୟା ଦେଖା ଦେଇଥାଏ l ତେଣୁ ଆମେ ସର୍ବଦା ଚାହିଁ ଥାଉ ଯେ ସମସ୍ତ ଅସୁବିଧା ରୁ ଆମ ପରିବାର ଦୁରେଇ ରହିଥାଉ l କିନ୍ତୁ ଅଧିକାଂଶ ସମୟରେ ଆମେ ବିପଦରେ ମଧ୍ୟ ପଡି ଯାଇଥାଉ ଓ କଠୋର ପରିଶ୍ରମ ସତ୍ୱେ ସଫଳତା ମିଳି ନଥାଏ l ତେଣୁ କିଛିଟା ଛୋଟ ଉପାୟକୁ ଆପଣାଇ ଜୀବନରୁ ଅସୁବିଧାକୁ ଦୂର କରନ୍ତୁ l
* ପ୍ରତିଦିନ ଆପଣ ଗାଧୋଇବା ପାଣିରେ ଗୋଟିଏ ପିଞ୍ଚ ହଳଦୀ ପକାଇ ଗାଧାନ୍ତୁ ,ଏହାଦ୍ୱାରା ଆପଣଙ୍କ ବୃହସ୍ପତି ମଜବୁତ ହେବ ଓ ଭଗବାନ ବିଷ୍ଣୁ ପ୍ରସନ୍ନ ହେବେ l
* ଜ୍ୟୋତିଷ ଶାସ୍ତ୍ର ଅନୁସାରେ ସୂର୍ଯ୍ୟଦେବଙ୍କ ପୂଜା କରିବା ଦ୍ୱାରା ଅଦ୍ଭୁତ ଲ;ଅଭ ମିଳିଥାଏ l ସକାଳ ସମୟରେ ଗାଧୋଇ ସାରି ତମ୍ବା ପାତ୍ରର ସାମାନ୍ୟ ସିନ୍ଦୁର ଓ ଜଳ ନେଇ ସୂର୍ଯ୍ୟ ଦେବଙ୍କୁ ଅର୍ଘ୍ୟ ଦେଲେ ସମସ୍ତ ସଙ୍କଟରୁ ମୁକ୍ତି ମିଳିଥାଏ l
* ମା ଦୁର୍ଗା ଙ୍କୁ ପୂଜା କରିବା ଦ୍ୱାରା ସମସ୍ତ ସଙ୍କଟ ଦୂର ହୋଇଥାଏ l ସେହିଭଳି ପ୍ରତିଦିନ ଗାଧୋଇ ସାରି ଦୁର୍ଗା ସପ୍ତସତୀ ପାଠ କରିବା ଦ୍ୱାରା ଧନସମ୍ପତ୍ତି ର ସମସ୍ତ ଅସୁବିଧା ଦୂର ହୋଇଥାଏ l
* ଆପଣ ପ୍ରତି ମଙ୍ଗଳବାର ପଞ୍ଚମୁଖୀ ହନୁମାନଙ୍କ ନିକଟରେ ଦୀପ ଜଳାଇ ହନୁମାନ ଚାଳିଶା ପାଠ କରିବା ଦ୍ୱାରା ଜୀବନରୁ ଦୁଃଖ ଦୁର୍ଦଶା ଦୂର ହେବା ସହିତ ଘରେ ଶାନ୍ତି ରହିବ l
Comments are closed.