Odisha news

ଆକାଶରୁ ମାଡ଼ି ଆସୁଛି ବିପଦ : କାମ କରିବ ନାହିଁ GPS ସିଗ୍ନାଲ, ଠପ୍ ହୋଇଯିବ ମୋବାଇଲ୍ , ବୈଜ୍ଞାନିକଙ୍କ ଚେତାବନୀ

ନୂଆଦିଲ୍ଲୀ : ନାସା ର ସୋଲାର ଡ଼ାୟନେମିକ୍ସ ଆବ୍ଭାର୍ଭଟରୀ ସୂର୍ଯ୍ୟଙ୍କ ନିକଟରୁ ବାହାରୁ ଥିବା ଚମକ୍ କୁ କ୍ୟାପଚର୍ କରାଯାଇଛି । ଯାହାକି ଗୋଟିଏ ବଡ଼ ସୌର ଝଡ଼ର କାରଣ ଅଟେ । ନାସା ର ସୂଚନା ଅନୁସାରେ ଏହା ଶନିବାର ଦିନ ଅକ୍ଟୋବର ୩୦ ତାରିଖ ରେ ପୃଥିବୀ ସହିତ ଧକା ହୋଇପାରେ ଓ ଏହି କାରଣରୁ GPS ସିଗ୍ନାଲ ରେ ବାଧା ସୃଷ୍ଟି ହୋଇପାରେ ।
Solar Flare କୁ ନେଇ ନାସା ସୂଚନା ଦେଇଛି ଯେ ଏହି ତେଜ ଚମକ୍ AR 2887 ସନ୍ ସ୍ପଟ୍ ରୁ ଆସୁଚି । ଏହି ସନ୍ ସ୍ପଟ୍ ରୁ ସ୍ଥିର କରାଯିବ ଯେ କଣ ପୃଥିବୀ ଆଡ଼କୁ ଆସୁଥିବା ବିଶାଳ ସୌର ଝଡ କଣ ବଡ଼ ବିପଦ ଘଟାଇ ପାରେ ।
ସ୍ପେସ ସେବର୍ ଡ଼ଟ୍ କମ୍ ରିପୋର୍ଟ ଅନୁସାରେ ଏହି ସୌର ଝଡ ସୂର୍ଯ୍ୟଙ୍କ କେନ୍ଦ୍ରରୁ ଆସୁଚି ଓ ଏହାର ପ୍ରଚଣ୍ଡ କିରଣ ପୃଥିବୀ ଉପରେ ପଡିବ ।
ଏହି ସୌର ଝଡ଼କୁ X1 କଟଗୋରୀ ରେ ରଖାଯାଇଛି । ଯାହା ଶନିବାର ଦିନ ପୃଥିବୀର ଚୁମ୍ବକୀୟ କ୍ଷେତ୍ରରେ ଧକା ହୋଇପାରେ । X1 କଟଗୋରୀ ର ସୌର ଝଡ ଅସ୍ଥାୟୀ ଅଟେ । କିନ୍ତୁ ଏହା ବ୍ଲାକ ଆଉଟ୍ ର କାରଣ ହୋଇପାରେ । US ସ୍ପେସ ସେଣ୍ଟର୍ ସୂଚନା ଅନୁସାରେ ଏହାର ପ୍ରଭାବ ଦକ୍ଷିଣ ଆମେରିକା ଅଧିକ ଦେଖା ଦେଇପାରେ ।
ବୈଜ୍ଞାନିକ ମାନଙ୍କର ସୂଚନା ଅନୁସାରେ ସୂର୍ଯ୍ୟଙ୍କ କେନ୍ଦ୍ରରୁ ଉଠିଥିବା ଏହି ସୌର ଝଡ ରେଡିଏସନ୍ ର ଗୋଟିଏ ବଡ଼ ବିସ୍ଫୋଟ ଅଟେ । କିନ୍ତୁ ଏହି ଦୃତ ରେଡିଏସନ ର ଗତି ପୃଥିବୀ ର ବାତାବରଣକୁ ପାର୍ କଲେ ସୁଧା ମଣିଷ ଙ୍କ ର କିଛି କ୍ଷତି ଘଟାଇ ପାରିବ ନାହିଁ । କିନ୍ତୁ ଏହା ଏତେ ଅଧିକ ମାତ୍ରାରେ ତେଜ ଓ ଚମକ୍ ହୋଇଥିବ ଯେ GPS ସମ୍ପୂର୍ଣ୍ଣ ପ୍ରଭାବିତ ହେବ ।

Comments are closed.