Odisha news

ଆପଣଙ୍କ ଶିଶୁ ବାରମ୍ବାର ଥଣ୍ଡା ଓ କାଶରେ ଆକ୍ରାନ୍ତ ହେଉଛି କି ? ଆପଣାନ୍ତୁ ଏହି ଘରୋଇ ଉପାୟ

ବର୍ତମାନ ଶୀତଋତୁ ଧୀରେ ଧୀରେ ପାଦ ଥାପୁଚି, ଏହି ସମୟରେ ଛୋଟ ପିଲାମାନେ ଅଧିକ ପରିମାଣରେ ଥଣ୍ଡା ଓ କାଶ ଦ୍ୱାରା ଆକ୍ରାନ୍ତ ହୋଇ ଥାଆନ୍ତି l ତେଣୁ ଏହି ସମୟରେ ମାତାପିତା ବିଶେଷ ଭାବରେ ନିଜର ସନ୍ତାନ ମାନଙ୍କୁ ବିଶେଷ ଦୃଷ୍ଟି ଦେବା ଆବଶ୍ୟକ l ତଥାପି ଏହି ସମୟରେ ପିଲାମାନେ ଥଣ୍ଡା ଓ କାଶ ଦ୍ୱାରା ଆକ୍ରାନ୍ତ ହେବା ଏକ ସାଧାରଣ କଥା ଅଟେ l ଥଣ୍ଡା କାଶ ଠାରୁ ଦୁରେଇ ରଖିବା ପାଇଁ ସବୁଠୁ ଭଲ ଉପାୟ ହେଲା ଘରୋଇ ଉପାୟ l

ଘରୋଇ ଉପାୟ ଗୁଡିକ କଣ –
* ହଳଦୀ ଯୁକ୍ତ ଦୁଗ୍ଧ – ଶୀତଋତୁରେ ଥଣ୍ଡା ଓ କାଶରୁ ରକ୍ଷା ପାଇବା ପାଇଁ ପ୍ରତିଦିନ ପିଲାଙ୍କୁ ହଳଦୀ କୁ ଦୁଗ୍ଧରେ ମିଶାଇ ସେବନ କରିବାକୁ ଦିଅନ୍ତୁ l ଏହାକୁ ପ୍ରତିଦିନ ସନ୍ଧ୍ୟା ସମୟରେ ସେବନ କରିବା ଶରୀର ପକ୍ଷରେ ହିତକର ଅଟେ l ହଳଦୀ ଆଣ୍ଟି ବାୟୋଟିକ ରେ ଭରପୁର ଅଟେ ତେଣୁ ଥଣ୍ଡା ଠାରୁ ଦୁରେଇ ରଖିଥାଏ l

* ଜୁଆଣି ପାଣି – ଥଣ୍ଡା ରୁ ଦୁରେଇ ରଖିବା ପାଇଁ ପିଲାଙ୍କୁ ପ୍ରତିଦିନ ଜୁଆଣି ପାଣି ପିଇବାକୁ ଦିଅନ୍ତୁ l ଯୁରେଣୀକୁ ପ୍ରତିଦିନ ସକାଳୁ ପାଣିରେ ବତୁରାଈ ରଖନ୍ତୁ ଓ ଦିନକୁ ୩ଥର ପିଲାକୁ ପିଇବାକୁ ଦିଅନ୍ତୁ l

ଏହିସବୁ ଉପାୟ ଶୀତଋତୁ ସହିତ ବର୍ଷା ଋତୁରେ ମଧ୍ୟ ଆପଣଙ୍କ ପିଲା ପାଇଁ ହିତକର l

* କାଢା – ପିଲାଙ୍କୁ ଦିନକୁ ଦୁଇ ତିନି ଥର କାଢା ପିଆନ୍ତୁ l ଯଦି ଏହାକୁ ନିୟମିତ ଭାବରେ ସେବନ କରାଇବେ ତେବେ ପିଲାଟି ଥଣ୍ଡା ଓ କାଶ ଠାରୁ ଦୁରେଇ ରାହିବ l ସେଥିପାଇଁ ନିୟମିତ ଗୁଡ କିମ୍ବା ମିଶ୍ରି ସହିତ ତୁଳସୀ ,ଅଶ୍ଵଗନ୍ଧା ,ଅଦା ,ଡ଼ାଲିଚୀନୀ , ଲବଙ୍ଗ ଓ ଗୋଲମରିଚ ଘରେ ରଖନ୍ତୁ l

* ବାମ୍ଫ – ଶୀତଋତୁରେ ବାମ୍ଫ ନେବା ଗୋଟିଏ ଭଲ ଅଭ୍ୟାସ ଅଟେ l ଏହି ସମୟରେ ବାମ୍ଫ ଆମକୁ ଥଣ୍ଡା ଓ କାଶ ଠାରୁ ଦୁରେଇ ରଖିଥାଏ l ପ୍ରତିଦିନ ନିଜ ପିଲାକୁ ଶୋଇବା ପୂର୍ବରୁ ବାମ୍ଫ ନେବାର ଅଭ୍ୟାସ କରାନ୍ତୁ l ଯେତେବେଳେ ପିଲା ବାମ୍ଫ ନେଉଛି ତାକୁ ନିଜ ପାଖରେ ଧରି ବସାନ୍ତୁ l

* ତେଲ ମାଲିସ – ଶୀତଋତୁରେ ତେଲ ମାଲିସ ହେବା ନିହାତି ଆବଶ୍ୟକ l କାରଣ ଅନ୍ୟ ଋତୁ ଅପେକ୍ଷା ଶୀତଋତୁ ରେ ଆମ ତ୍ୱଚା ଅଧିକ ଶୁଖିଲା ହୋଇ ଯାଇଥାଏ l ତେଲ ମାଲିସ ତ୍ୱଚାର ଶୁଷ୍କତା ଦୂର କରିବା ସହ ଥଣ୍ଡାରୁ ମଧ୍ୟ ଦୁରେଇ ରଖିଥାଏ l ତେଣୁ ନିୟମିତ ସୋରିଷ ତେଲ ରେ ରସୁଣ , କଳାଜିରା ,ବିରୀଡଲି ଇତ୍ୟାଦି ପକାଇ ଫୁଟାଇ ରଖନ୍ତୁ l ଏହାକୁ ଗୋଟିଏ ବୋତଲରେ ପୁରାଇ ରଖି ଦିଅନ୍ତୁ l ପ୍ରତିଦିନ ପିଲାଙ୍କୁ ମାଲିସ କରନ୍ତୁ l

Comments are closed.