Odisha news

ବିଜେପିରେ ମିଶିଲେ ପ୍ରାକ୍ତନ ସମିତିସଭ୍ୟା

ତିହିଡ଼ି : ତିହିଡି ବ୍ଲକ ଅନ୍ତର୍ଗତ ସିନେ୍ଦାଳ ପଞ୍ଚାୟତର ପ୍ରାକ୍ତନ ସମିତିସଭ୍ୟା ମୌସୁମୀ ମହାଳିକ ବିଜେଡି ପରିତ୍ୟାଗ କରି ଆନୁଷ୍ଠାନିକ ଭାବେ ବିଜେପିରେ ସାମିଲ ହୋଇଛନ୍ତି । ବୁଧବାର ଦିନ ଧାମନଗର ବିଧାୟକ ତଥା ବିଧାନସଭାର ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀଙ୍କ କୁଆଁସସ୍ଥିତ ବାସଭବନରେ ଏହି ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା । ଏହି ମିଶ୍ରଣ ପର୍ବରେ ମୌସୁମୀଙ୍କ ସ୍ୱାମୀ ଦେବାଶିଷ ମହାଳିକ, ସମିତିସଭ୍ୟ ବୁଦ୍ଧିରାମ ସେଠୀ, ବିଜୟ କୁମାର ବଳ, ଚନ୍ଦ୍ରଶେଖର ମଳିକ, ଦେବେନ୍ଦ୍ର ମହାନ୍ତି, ଜୀବନଜ୍ୟୋତି ବଳ ଓ ରତ୍ନାକର ନାୟକ ପ୍ରମୁଖ ଉପସ୍ଥିତ ଥିଲେ । ଶ୍ରୀମତୀ ମହାଳିକଙ୍କ ଘର ସଂପ୍ରତି ମଙ୍ଗଳପୁର ପଞ୍ଚାୟତ ଅଧିନ ହୋଇଥିବାରୁ ତାଙ୍କ ଯୋଗଦାନ ମଙ୍ଗଳପୁର ପଞ୍ଚାୟତରେ ବିଜେପିର ସ୍ଥିତିକୁ ସୁଦୃଢ କରିବ ବୋଲି ମତପ୍ରକାଶ ପାଇଛି ।

Comments are closed.