ନୂଆଦିଲ୍ଲୀ : କଥାରେ କୁହନ୍ତି ମାର ସ୍ଥାନ ଦୁନିଆରେ କେହି ନେଇ ପାରିବେ ନାହିଁ l ମା ଗୋଟିଏ ଏପରି ମଣିଷ ଯିଏକି ସନ୍ତାନ ମାନଙ୍କୁ ଖୁସି ଦେବାପାଇଁ ସମସ୍ତ ଦୁଃଖ ଯନ୍ତ୍ରଣାକୁ ଗ୍ରହଣ କରି ନେଇଥାଏ l ଦିଲ୍ଲୀରୁ ସେହିଭଳି ଗୋଟିଏ ଘଟଣା ସାମ୍ନାକୁ ଆସିଛି ଯେଉଁଠି ଜଣେ ମା ହିଁ କେବଳ ଏହି କାର୍ଯ୍ୟ କରି ପାରିବ l
ଘଟଣାଟି ଏହିପରି l ଦ୍ୱାରକାର ର ଆକାଶ ହେଲ୍ଥ କେୟାର ରେ ୧୦ ବର୍ଷର ଝିଅ କସିସ ଗତ ୧ ବର୍ଷ ହେଲାଣି ନିଜ ଗୋଡ଼ରେ ଚାଲିବା ପାଇଁ ଅକ୍ଷମ ଥିଲା l କସିସ ଅଷ୍ଟ୍ରିୟ ପୋରସିସ ନାମକ ରୋଗରେ ପୀଡିତ ଅଟେ l ଅଷ୍ଟ୍ରିୟାପରସିସ ଏପରି ରୋଗ ଯାହାକି ହାଡ଼କୁ ସଂକ୍ରମିତ କରିଥାଏ l ଏହି ୧୦ ବର୍ଷର ଝିଅଟି ବିହାର ର ଅଟେ l ଅନେକ ଦିନ ପୂର୍ବରୁ ତାର ଫୀମର ବୋନ ରେ ଆଘାତ ଲାଗିଥିଲା l ସେତେବେଳେ ପରିବାର ସଦସ୍ୟ ଏହାକୁ ଅଣଦେଖା କରି ଦେଇଥିଲେ l ଯେଉଁ କାରଣରୁ ତାର ହାଡ଼ ସଂକ୍ରମିତ ହୋଇଗଲା l ରୋଗଟି ବଢିବା ପରେ କସିସ ର ଜଙ୍ଘ ହାଡ଼ ସଢ଼ିବାକୁ ଲାଗିଲା l ଗୋଡ଼ ଫୁଲିବା ସହିତ ଶରୀରରେ ଉଚ୍ଚ ତାପମାତ୍ରା ମଧ୍ୟ ରହିଲା l
ଏହାପରେ ଡାକ୍ତରମାନେ ବୋନ ପ୍ଲାଣ୍ଟ ପାଇଁ ସ୍ଥିର କଲେ l ଯେତେବେଳେ ବୋନ ଡୋନାର ସମସ୍ୟା ରହିଲା ସେତେବେଳେ କସିସ ର ମା ଆଗକୁ ଆସି କସିସ କୁ ବୋନ ଡୋନେଟ କରିବା ପାଇଁ ସ୍ଥିର କଲେ l ଏହାପରେ ହାଡର ଗୋଟିଏ ଛୋଟ ଅଂଶ ମାର ଶରୀରରୁ ଆସି ଝିଅର ଶରୀରରେ ଲାଗିଲା l ପାଖାପାଖି ୬ ସପ୍ତାହ ଗ୍ୟାପ ରେ ଏହି ସର୍ଜରୀ କରାଯାଇଥିଲା l ବର୍ତମାନ ଝିଅଟି ଅନ୍ୟର ସାହାରା ନେଇ ଧୀରେ ଧୀରେ ଚାଲୁଚି l ୧ମାସ ପର୍ଯ୍ୟନ୍ତ ମନିଟରିଂ କରାଯିବ l
ବର୍ତମାନ କସିସ କୁ ତାର ମା ଦେଖି ଖୁବ ଖୁସି ଅଛନ୍ତି l

Comments are closed.