ଖାଇ ସାରିବା ପରେ ସାଧାରଣ ଭାବରେ ଆପଣ କଣ କରି ଥାଆନ୍ତି , ଯଦି ଆପଣଙ୍କ ବୟସ ୨୦ – ୩୦ ବର୍ଷ ମଧ୍ୟରେ ତେବେ ଆପଣ ନିଶ୍ଚିତ ଭାବରେ ଖାଇ ସାରିବା ପରେ ଦିନରେ ଖେଳୁଥିବେ ଓ ରାତିରେ ସୋଇ ଯାଉଥିବେ l କିନ୍ତୁ ଯଦି ଆପଣଙ୍କ ବୟସ ୪୫ ପାର କରିସାରିଛନ୍ତି ଆପଣ ନିଶ୍ଚିତ ଭାବରେ ଭାବୁଥିବେ ଯାଇକି ଟିକେ ୱାକ କରିଆସେ l ଅଲଗା ଅଲଗା ବୟସର ଲୋକେ ଖାଇ ସାରିବା ପରେ ଅଲଗା ଅଲଗା କାର୍ଯ୍ୟ କରନ୍ତି l କିନ୍ତୁ ଖାଇ ସାରିବା ପରେ ତୁରନ୍ତ କେଉଁ କାର୍ଯ୍ୟକୁ ଧ୍ୟାନ ଦେବା ଆବଶ୍ୟକ ଆସନ୍ତୁ ଜାଣିବା l
– ସବୁବେଳେ ଧ୍ୟାନ ରଖନ୍ତୁ ଯେ ଆପଣ କେଉଁ ସମୟରେ ଖାଦ୍ୟ ଖାଉଛନ୍ତି l ଯେତେବେଳେ ମଧ୍ୟ ଖାଇବା ସରୁଛି ଆମେ ଯଦି ଘରେ ଅଛେ ତେବେ ସର୍ବ ପ୍ରଥମେ ଟିକେ ବିଶ୍ରାମ ନେବା ଆବଶ୍ୟକ ଓ ଯଦି ଆମେ ରାତ୍ରି ଭୋଜନ କରି ସାରିବା ପରେ କିଛି ସମୟ ପାଇଁ ଟିକେ ୱାକ ରେ ଯିବା ଜରୁରୀ ଅଟେ l
– ରାତ୍ରି ଭୋଜନ ପରେ କିଛି ସମୟ ପାଇଁ ୱାକ ରେ ଯିବା ଆବଶ୍ୟକ ଓ ପରେ ବିଛଣା କୁ ଯାଇ ଶୋଇବା ଉଚିତ l ଯଦି ଆପଣ ଖାଇ ସାରିବା ପରେ ତୁରନ୍ତ ସୋଇ ପଡୁଛନ୍ତି ତେବେ ଏହା ଆପଣଙ୍କୁ ଅସୁବିଧାରେ ପକାଇ ପାରେ l ବିଶେଷ ଭାବରେ ପାଚନ ତନ୍ତ୍ର ପ୍ରଭାବିତ ହୋଇଥାଏ l ଯଦି ଆପଣ ଖାଇବା ପରେ ବସୁ ଛନ୍ତି ତେବେ ବଜ୍ରlସନ ରେ ବସନ୍ତୁ l
– ଆପଣ ସବୁବେଳେ ଖାଇବାର ୩୦ ମିନିଟ ପୂର୍ବରୁ ପାଣି ପିଇବା ଆବଶ୍ୟକ l ଖାଇବାର ୩୦ ମିନିଟ ପରେ ସାମାନ୍ୟ ଉଷୁମ ପାଣି ପିଇବା ଆବଶ୍ୟକ l ଏପରି କରିବା ଦ୍ୱାରା ଗ୍ୟାସ ସମସ୍ୟା ହୋଇ ନଥାଏ l
– ଖାଇ ସାରିବା ପରେ ସବୁବେଳେ ଜିରା କିମ୍ବା ଜୁଆଣି ସାମାନ୍ୟ ଚୋବାଇବା ଆବଶ୍ୟକ , ଏହାଦ୍ୱାରା ଆମର ପାଚନ ପ୍ରକ୍ରିୟା ଠିକ ଭାବରେ ହୋଇଥାଏ l
– ଖାଇ ସାରିବା ସଂଗେ ସଂଗେ କୌଣସି ଫଳ ଖାଇବା ଉଚିତ ନୁହେଁ l ଖାଇ ସାରିବାର ପରେ ଚା ,କଫି କିମ୍ବା କୌଣସି କାଫିନ ଯୁକ୍ତ ଜିନିଷ ସେବନ କରିବା ଉଚିତ ନୁହେଁ ଏହା ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇ ଥାଏ l

Comments are closed.