Odisha news

ଗାଡ଼ିର RC ଟ୍ରାନ୍ସଫର କରିବା ପାଇଁ ଆଉ କାଟିବାକୁ ପଡ଼ିବନି RTO ର ଚକର୍ : ଏପରି ସହଜ ଉପାୟରେ ଘରେ ମଧ୍ୟ ବସି କରିପାରିବେ

ନୂଆଦିଲ୍ଲୀ : ଆମେ ଜେବେବି ଗୋଟିଏ ପୁରୁଣା ଗାଡ଼ି କିଣି ଥାଉ କିମ୍ବା ବିକ୍ରି କରିଥାଉ RC  କୁ ନେଇ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ । ଅଧିକାଂଶ ସମୟ RTO ଅଫିସ୍ ର ଚକର କାଟି କାଟି ଥକି ଯାଇଥାଉ । ଅନେକ ପ୍ରକାର କାର୍ଯ୍ୟା ନୁଷ୍ଠାନ ର ଶିକାର ହେବାକୁ ପଡିଥାଏ । RC ଟ୍ରାନ୍ସଫର କରିବା ଉଭୟ ପକ୍ଷ ଙ୍କ ପାଇଁ କଠିନ ସ୍ଥିତି ।
RC ଟ୍ରାନ୍ସଫର କାହିଁକି ଜରୁରୀ –
ଆପଣ ସମସ୍ତେ ଜାଣି ରଖିବା ଉଚିତ୍ ଯେ ସେକେଣ୍ଡ ହ୍ୟାଣ୍ଡ ବାହାନ ଯଦି ଆମେ କିଣା ବିକା କରିଥାଉ ତେବେ ମାଲିକାନା ସ୍ୱତ୍ୱ ପରିବର୍ତ୍ତନ ହେବା ନିହାତି ଜରୁରୀ ଅଟେ । ଯେତେଦିନ ପର୍ଯ୍ୟନ୍ତ ଆପଣଙ୍କ ନାମରେ ଗାଡ଼ି ର ପରିବର୍ତନ ନହେବ ଆପଣ ନିୟମ ଦୃଷ୍ଟିରୁ ସେହି ଗାଡ଼ିର ମାଲିକ୍ ହୋଇ ପାରିବେ ନାହିଁ ।
ଜେବେବୀ RC ଟ୍ରାନ୍ସଫର ହେବ ଏହା ୧୪ ଦିନ ମଧ୍ୟରେ ହେବା ଆବଶ୍ୟକ ଅଟେ । ଏହାକୁ ଆପଣ RTO ରେ ଆପ୍ଲାଏ କରିବେ । ସେଥିପାଇଁ ଆବଶ୍ୟକୀୟ କାଗଜପତ୍ର ର ଆବଶ୍ୟକତା ପଡ଼ିଥାଏ । ସେଥିପାଇଁ ଆରିଯିନାଲ RC ବୁକ୍ ଆବଶ୍ୟକ । ଏହା ବ୍ୟତୀତ ଆପଣଙ୍କୁ ଫର୍ମ ୨୯ ପୁରଣ କରିବାକୁ ପଡ଼ିବ । ଏହି ଫର୍ମ୍ RTO ୱେବ୍ ସାଇଟ୍ ରେ ସହଜରେ ମିଳିଯାଏ ଓ ଯାହାକୁ ଆପଣ ଡାଉନ୍ ଲୋଡ କରି RTO ରେ ଜମା କରି ପାରିବେ । ଏହାପରେ ୩୦ଦିନ ମଧ୍ୟରେ RC ଟ୍ରାନ୍ସଫର ହୋଇ ନୂଆ ଠିକଣାରେ ପହଞ୍ଚି ଯିବ । କିନ୍ତୁ ଗୋଟିଏ ରାଜ୍ୟରୁ ଆଉ ଗୋଟିଏ ରାଜ୍ୟକୁ RC ଟ୍ଟ୍ରାଂସଫର ପାଇଁ ଫର୍ମ ୨୮ ବ୍ୟବହାର କରାଯାଏ ।
RC ଟ୍ରାନ୍ସଫର ଅନଲାଇନ୍ ରେ କରିବା ପାଇଁ ସବୁଠୁ ପ୍ରଥମେ ସଡ଼କ ଓ ରଜମାର୍ଗ ମନ୍ତ୍ରଣାଳୟ ର ୱେବସାଇଟ Parivahan.gov.in କୁ ଯିବାକୁ ପଡିବ । ଏହାପରେ ୟୁଜର ର ନାମ , ମୋବାଇଲ୍ ନମ୍ବର୍ , ଇମେଲ୍ ଆଇଡି ଆଦି ଦେଇ ଆକାଉଣ୍ଟ ଖୋଲିବାକୁ ପଡ଼ିବ । ଆକାଉଣ୍ଟ କରିବା ପରେ ୟୁଜର କୁ ଅନଲାଇନ୍ ସର୍ଭିସ୍ ରେ କ୍ଲିକ୍ କରିବାକୁ ପଡ଼ିବ । ଏହାପରେ ଭେଇକିଲ ରିଲେଟେଡ ସର୍ଭିସ୍ ଉପରେ କ୍ଲିକ୍ କରିବାକୁ ପଡ଼ିବ । ଏହି ପ୍ରକ୍ରିୟା ପରେ ଗୋଟିଏ ଆପ୍ଲିକେସନ୍ ଫର୍ମ ଖୋଲିବ , ସେଠାରେ ବାହାନ ର ରେଜିଷ୍ଟ୍ରେସନ୍ ନମ୍ୱର୍ ଓ ଚେଶିସ ନମ୍ୱର୍ ପକାଇଲା ପରେ ଆପଣଙ୍କ ମୋବାଇଲ୍ କୁ ଗୋଟିଏ ଓଟିପି ଆସିବ । ସେହି OTP ପକାଇଲା ପରେ ଗୋଟେ ନୂଆ ପେଜ୍ ଖୋଲିଯିବ ଓ ସେଠାରେ ଟ୍ରାନ୍ସଫର ଅଫ୍ ଓନର ସିପ ଉପରେ କ୍ଲିକ୍ କରିବାକୁ ପଡ଼ିବ । ଏଠାରେ ଶବ୍ ମିଟ ଉପରେ କ୍ଲିକ୍ କରିବା ପରେ ଗୋଟିଏ ନୂଆ ପେଜ ଖୋଲିବ । ସେଠାରେ ୟୁଜର ର ରେଜିଷ୍ଟ୍ରେସନ୍ ନମ୍ୱର୍ ଓ ବାହାନ ର ତଥ୍ୟ ଦେବାକୁ ପଡିବ । ଏହି ପ୍ରକ୍ରିୟା ପରେ ଫର୍ମ କୁ ସବ୍ ମୀଟ କରିବାକୁ ପଡ଼ିବ । ଏହାପରେ RTO ଅଫିସ୍ ରୁ ଗୋଟିଏ ତାରିଖ ରେ ଡାକରା ଆସିଲେ ଉଭୟ ପକ୍ଷ RTO ଅଫିସ୍ ଯିବେ ଓ ସେଠାରେ ପଇସା ଦିପୋଜୀଟ କରି ବାକି ସମସ୍ତ ଫର୍ମଲିଟି ପୁରା କରିବେ
Govt

Comments are closed.