ଏକଦା ଶ୍ରୀକୃଷ୍ଣ ଉଦ୍ଧବ ଙ୍କୁ ଉଜ୍ଜୟିନୀ ର ଗୋଟିଏ ବ୍ରାହ୍ମଣ ର କାହାଣୀ ଶୁଣାଇଲେ । ମୁଁ ତମକୁ ଏହି କାହାଣୀ ଏଥିପାଇଁ ଶୁଣାଉଛି କାହିଁକି ନା କିଛି କାମ ସମୟ ଥାଉ ଥାଉ ସମସ୍ତ କାର୍ଯ୍ୟ କୁ ସମାପ୍ତ କରିବା ଆବଶ୍ୟକ ।
ଶ୍ରୀକୃଷ୍ଣ କହିଲେ ” ଉଜ୍ଜୟିନୀ ର ଜଣେ ବ୍ରାହ୍ମଣ ଚାଷ ବାସ ଓ ବ୍ୟବସାୟ କରି ଅନେକ ଧନ ଉପାର୍ଜନ କଲେ , କିନ୍ତୁ ସେ ବହୁତ୍ କୃପଣ ଥିଲେ । କାମ ଓ ବାସନା କାର୍ଯ୍ୟରେ ଲିପ୍ତ ରହିଥିଲା । ଛୋଟ ଛୋଟ କଥାରେ ଖୁବ୍ କ୍ରୋଧ ମଧ୍ୟ କରୁଥିଲା । ନିଜ ସମ୍ପର୍କୀୟ ମାନଙ୍କ ସହିତ ମଧ୍ୟ ଭଲ ସମ୍ପର୍କ ନଥିଲା , ତେଣୁ ତାର ବ୍ୟବହାର ରେ ସମସ୍ତେ ଖୁବ୍ ଅସନ୍ତୁଷ୍ଟ ଥିଲେ ।
ବ୍ରାହ୍ମଣର ଲକ୍ଷ କେବଳ ଧନ ଅର୍ଜନ କରିବା ଓ ଧନ ସଞ୍ଚୟ କରିବା ଥିଲା । କିଛିଦିନ ପରେ ତାର ଧନ ଖର୍ଚ୍ଚ ହେବାକୁ ଲାଗିଲା , କିଛି ଧନ ତାର ପରିବାର ଲୋକେ ମାଡ଼ି ବସିଲେ , କିଛି ଚୋରି ହୋଇଗଲା , ଆଉ କିଛି ଧନ ବ୍ୟବସାୟ ରେ ନଷ୍ଟ ହୋଇ ଗଲା । ଏହାପରେ ସିଏ କାହାର ସାହାଯ୍ୟ କରି ନଥିବା କାରଣରୁ ତାର ମଧ୍ୟ କେହି ସାହାଯ୍ୟ କଲେ ନାହିଁ । ତେଣୁ ସେ ନିର୍ଦ୍ଧନ ହୋଇ ଏଣେ ତେଣେ ବୁଲିବାକୁ ଲାଗିଲା ।
ବ୍ରାହ୍ମଣ ଭାବିଲା ମୁଁ କାହାକୁ ସାହାଯ୍ୟ କରି ନଥିବା କାରଣରୁ ତାକୁ କେହି ସାହାଯ୍ୟ କଲେ ନାହିଁ । ସିଏ ସେତେବେଳେ ଚିନ୍ତା କଲା ଯେ ଯଦି ଧନ ଥାଏ ତେବେ ଭାଇ , ବନ୍ଧୁ , କୁଟୁମ୍ବ , ସ୍ତ୍ରୀ ପିଲା ସମସ୍ତେ ତମର ମୂଲ୍ୟ ବୁଝିବେ । ନ ହେଲେ ତମେ ମୂଲ୍ୟ ହିନ ।
ଏହାପରେ ସେ ଗୋଟିଏ ଭିକାରୀ ଭଳି ଦିନ ଅତିବାହିତ କରିବାକୁ ଲାଗିଲେ । ଏହି ସମୟରେ କେହି ତାକୁ ପଚାରିଲେ ଯେ ବର୍ତ୍ତମାନ୍ ତମକୁ କିପରି ଲାଗୁଚି ?
ବ୍ରାହ୍ମଣ କହିଲା ଯେତେବେଳେ ମୋ ପାଖରେ ଧନ ଥିଲା ତାର ସଦୁପଯୋଗ କଲି ନାହିଁ , ବର୍ତ୍ତମାନ୍ ପଶ୍ଚତାପ କରୁଛି । “
ଏହାପରେ ଶ୍ରୀକୃଷ୍ଣ କହିଲେ ଜୀବନରେ ଏପରି କିଛି କାମ ରହିଛି ଯାହାକୁ ଠୀକ୍ ସମୟରେ କରିବା ଉଚିତ୍ । ନଚେତ୍ ପରେ ଚିନ୍ତା କଲେ ଆଉ କିଛି ନଥାଏ । ଧନ , ସ୍ଵାସ୍ଥ୍ୟ ଓ ଶିକ୍ଷା ସହିତ ଯୋଡ଼ି ହୋଇଥିବା କାର୍ଯ୍ୟ ବିଷୟରେ କେବେବି ଅଧିକ ଚିନ୍ତା ନକରିବା ଆବଶ୍ୟକ ।
Comments are closed.