ଆଶ୍ୱିନ ମାସ ଶୁକ୍ଳ ପକ୍ଷ ଦଶମୀ ତିଥିରେ ଦଶହରା ପର୍ବ ପାଳନ କରାଯାଏ । ଚଳିତ ଥର ଏହା କୋଭିଡ୍ କଟକଣା ମଧ୍ୟରେ ପାଳିତ ହେଉଛି । ଏହିଦିନ ମା ଦୁର୍ଗା ମହିଷାସୁର କୁ ଓ ଭଗବାନ୍ ରାମଚନ୍ଦ୍ର ରାବଣକୁ ବଦ୍ଧ କରିଥିଲେ , ତେଣୁକରି ଏହି ଦିନଟିକୁ ବିଜୟା ଦଶମୀ କୁହାଯାଇଥାଏ । ବିଜୟଦଶମି ପର୍ବ ସରତ୍ ଋତୁ ର ଆଗମନର ପ୍ରତୀକ ବୋଲି କୁହାଯାଏ । ଶାସ୍ତ୍ର ରେ ଏହି ଦିନଟି ର ଅନେକ ମହତ୍ତ୍ଵ ରହିଛି । ଶାସ୍ତ୍ର ରେ କୁହାଯାଇଛି ଯେ ଏହା ସୁଖ ସମୃଦ୍ଧି ର ଆରମ୍ଭ ର ଦିନ ଅଟେ ।
ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଦଶହରା ଦିନ ଏପରି କିଛି ଉପାୟ ରହିଛି ଯାହାକୁ କରିବା ଦ୍ୱାରା ଆମ ଜୀବନରେ ସମୃଦ୍ଧି ପ୍ରାପ୍ତ ହେବ ଓ ସୁଖରେ ଜୀବନ ବୀତିବ ।
* ଏହି ଉପାୟ କରିବା ଦ୍ୱାରା ଚାକିରୀ ରେ ହୋଇଥାଏ ଉନ୍ନତି – ଦଶହରା ଦିନ ମା ଦୁର୍ଗାଙ୍କୁ ପୂଜା କରି ” ଓଁ ବିଜୟା ୟେ ନମଃ ” ମନ୍ତ୍ର ଉଚ୍ଚାରଣ କରି ମାଙ୍କ ନିକଟରେ ୧୦ଟି ଫଳ ଅର୍ପଣ କରନ୍ତୁ । ଏହାପରେ ସେହି ଫଳକୁ ପ୍ରସାଦ ଭାବରେ ବାଣ୍ଟି ଦିଅନ୍ତୁ । ଏପରି କରିବା ଦ୍ବାରା ଚାକିରୀରେ ପଦନୋତି ହେବା ସହିତ ସମସ୍ତ ଅସୁବିଧା ଦୂରେଇ ଯାଇଥାଏ ।
* ଦଶହରା ଦିନ ଏହି ଉପାୟ କଲେ ହୋଇଥାଏ ଆର୍ଥିକ ଲାଭ – ଦଶହରା ଦିନ ରାବଣ ଦହନ ପୂର୍ବରୁ ମା ଦୁର୍ଗାଙ୍କ ସହାୟକ ଯୋଗିନୀ ଜୟା ଓ ବିଜୟା ଙ୍କୁ ପୂଜା କରାଯିବା ଆବଶ୍ୟକ । ତା ସହିତ ଶମି ବୃକ୍ଷକୁ ପୂଜା କରିବା ଉଚିତ୍ ଓ ଶମୀ ବୃକ୍ଷ ନିକଟରେ ଦ୍ଵିପ ଯାଲାଇବା ଆବଶ୍ୟକ । ମା ଦୁର୍ଗା ଙ୍କୁ ଶାମି ପତ୍ର ମଧ୍ୟ ଅର୍ପଣ କରିବା ଉଚିତ୍ । କୁହାଯାଏ ଯେ ଏପରି କରିବା ଦ୍ବାରା ଆର୍ଥିକ ଲାଭ ହୋଇଥାଏ ।
* ଏହି ଉପାୟ ଦ୍ଵାରା ସମସ୍ତ ସଙ୍କଟରୁ ମିଳିଥାଏ ମୁକ୍ତି – ଦଶହରା ଦିନ ରାବଣ ଦହନ ପରେ ସେହି ପାଉଁଶ କୁ ଆଣି ସେଥିରେ ସୋରିଷ ତେଲ ମିଶାଇ ଘରର ଚାରି ପାର୍ଶ୍ୱରେ ଛିଞ୍ଚି ଦେବା ଦ୍ଵାରା ଘରର ସଦସ୍ୟ ମାନଙ୍କ ମଧ୍ୟରେ ସ୍ନେହ ଓ ସୌହାର୍ଦ୍ଦ୍ୟ ରହିଥାଏ । ସମସ୍ତ ସମସ୍ୟାରୁ ରକ୍ଷା ପାଇବା ପାଇଁ ଦଶହରା ଦିନ ହନୁମାନଙ୍କ ନିକଟରେ ଗୁଡ ଓ ଚଣା ଭୋଗ ଲଗାନ୍ତୁ ।
* ଏହି ଉପାୟ ଦ୍ଵାରା ବ୍ୟବସାୟ ରେ ହୋଇଥାଏ ଉନ୍ନତି – ବ୍ୟବସାୟରେ ଉନ୍ନତି ପାଇଁ ଦଶହରା ଦିନ ଗୋଟିଏ ନଡିଆ ନେଇ ତାକୁ ନାଲି ଶାଲୁ କନାରେ ଗୁଡ଼ାଇ ନିଅନ୍ତୁ , ତା ସହିତ ଗୋଟିଏ ପଇତା , ଗୋଟା ପାନ ଓ କିଛି ମିଷ୍ଠାନ ନେଇ ରାମ୍ ମନ୍ଦିର ରେ ଅର୍ପଣ କରନ୍ତୁ । ବ୍ୟବସାୟ ରେ ଉନ୍ନତି ହେବା ସହ ଆର୍ଥିକ ସ୍ଥିତି ସୁଦୃଢ ହେବ ।

Comments are closed.