ଆଜିକାଲି ସମସ୍ତଙ୍କ ର ୟୂରୀକ ଏସିଡ ସମସ୍ୟା ଦେଖା ଯାଉଛି । ୟୂରୀକ୍ ଏସିଡ ସମସ୍ୟା ମୂତ୍ରାଶୟ ଉପରେ ପ୍ରଭାବ ପକାଇ ଥାଏ । ଏହାଦ୍ବାରା ଶରୀରରେ ବିଭିନ୍ନ ପ୍ରକାର ସମସ୍ୟା ଦେଖାଦିଏ । ହାଇ ୟୁରିକ ଏସିଡ ଶରୀରରୁ ଟକ୍ସିନ କୁ ବାହାର କରିବାକୁ ଅସମର୍ଥ ହୋଇଥାଏ । ତେଣୁ ଏହା ଶରୀର ପକ୍ଷରେ କ୍ଷତି କାରକ ।
* ହଳଦୀ ଦ୍ଵାରା ୟୁରିକ ଏସିଡ ଦୁର ହୁଏ – ହଳଦିରେ କରୋକ୍ୟୁମିନ୍ ନାମକ ତତ୍ତ୍ଵ ରହିଛି ଯାହା ଯୁରିକ ଏସିଡ କୁ ନିୟନ୍ତ୍ରିତ କରିଥାଏ । ଶରୀରରେ ୟୁରିକ ଏସିଡ ବଢିବା ଦ୍ଵାରା ଗାଉଟ ନାମକ ରୋଗରେ ପୀଡ଼ିତ ହୁଅନ୍ତି । ଏଥିରୁ ରକ୍ଷା ପାଇବା ପାଇଁ ଦିନକୁ ୨ଥର ଉଷୁମ୍ ପାଣି ରେ ହଳଦୀ ଗୁଣ୍ଡ ପକାଇ ସେବନ କରନ୍ତୁ । ଲାଭ ମିଳିଥାଏ ।
* ଗଣ୍ଠି ଯନ୍ତ୍ରଣା ରୁ ଆରାମ ଦିଏ – ହାଇପର୍ ୟୁରିସେମିଆ ରେ ଗ୍ରସ୍ତ ହେବା ଦ୍ଵାରା ଗଣ୍ଠି ଯନ୍ତ୍ରଣା , ଗୋଡ ଫୁଲିବା , ଗୋଡ଼ରେ ଅଟକିବା ଇତ୍ୟାଦି ସମସ୍ୟା ଦେଖାଦିଏ । ୨୦୧୩ ରେ ହୋଇଥିବା ଗୋଟିଏ ଗବେଷଣା ଅନୁସାରେ କରୋକ୍ୟୁମୀନ ରେ ଫ୍ଲେକ୍ସୋ ଫିଟାଲ ନାମକ ତତ୍ତ୍ଵ ରହିଛି, ଯାହା ଗୋଡ ଫୁଲାକୁ କମ୍ କରିଥାଏ । ଗବେଷକ ମାନଙ୍କ ମତରେ ଲୋକମାନେ ୟୁରିକ୍ ଏସିଡ ରୁ ରକ୍ଷା ପାଇବା ପାଇଁ ହଳଦୀ ର ବ୍ୟବହାର କରି ପାରିବେ ।
* ହଳଦୀ ଯୁକ୍ତ ଦୁଗ୍ଧ – ଶରୀରକୁ ସୁସ୍ଥ ରଖିବା ପାଇଁ ହଳଦୀ ଯୁକ୍ତ ଦୁଗ୍ଧ ଖୁବ୍ ହିତକର । ଗବେଷକ ମାନଙ୍କ ମତରେ ହଳଦୀ ଯୁକ୍ତ ଦୁଗ୍ଧ ପିଇବା ଦ୍ଵାରା ପାଦ ଫୁଲା କମିଯାଏ । ହଳଦୀ ସହିତ ଗୋଲମରିଚ ଗୁଣ୍ଡ ଖାଇ ଉଷୁମ କ୍ଷୀର ପିଇଲେ ଗଣ୍ଠି ଯନ୍ତ୍ରଣା ରୁ ଆରାମ ମିଳିଥାଏ ।
* ଗଣ୍ଠି ଯନ୍ତ୍ରଣା ରୁ ଆରାମ ଦିଏ ଲେପ – ଶରୀରରେ ୟୂରିକ୍ ଏସିଡ ପ୍ରଭାବରୁ ହେଉଥିବା ଗଣ୍ଠି ଯନ୍ତ୍ରଣା ରୁ ଆରାମ ପାଇବା ପାଇଁ ହଳଦୀ ଗୁଣ୍ଡରେ କଳାଜିରା ଓ ତେଲ ମିଶାଇ ଗରମ୍ କରନ୍ତୁ । ଏହି ଲେପ ବହଳିଆ ହେବା ଆବଶ୍ୟକ । ଏହି ଲେପ କୁ ଯନ୍ତ୍ରଣା ଅନୁଭବ ହେଉଥିବା ସ୍ଥାନରେ କିଛି ସମୟ ପାଇଁ ଲଗାଇ ରଖନ୍ତୁ । ଯନ୍ତ୍ରଣା ରୁ ଆରାମ ମିଳିଥାଏ ।
Comments are closed.