Odisha news

ଜିଲ୍ଲା କଳା ଓ ସଂସ୍କୃତି ସଂଘ ର ବୈଠକ

ନୂଆପଡା-୨୯/୦୯ ସକାଳ ଖବର (ସୁରେନ୍ଦ୍ର ପ୍ରସାଦ ତିୱାରି) ଆସନ୍ତା ଅକ୍ଟୋବର ଦୁଇ ତାରିଖ ଦିନ ଲୋକକଳା ଗ୍ରାମ ଜନ୍ମ ଉତ୍ସବ ତଥା ଆଜାଦୀ କା ଅମୃତ ମହୋତ୍ସବ ପାଇଁ ଏକ ପ୍ରସ୍ତୁତି ବୈଠକ ବ୍ଲକ କଳା ଓ ସଂସ୍କୃତି ସଂଘ ଖଡ଼ିଆଳ ର ଉପ ସଭାପତି ଅମୂଲ୍ୟ ମୁଣ୍ଡଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲ୍ଲାର ସବୁ ବ୍ଲକର କଳାକାର ମାନେ ଅଂଶଗ୍ରହଣ କରିଥିଲେ। ଖଡ଼ିଆଳ ବ୍ଲକର ବରଗାଁ ଲୋକକଳା ଗ୍ରାମ ଭାବରେ ମାନ୍ୟତା ପାଇଥିବା ବେଳେ ଏଥିରେ ଅମୃତ ମହୋତ୍ସବ ସହ ନୂଆଁଖାଇ ଭେଟଘାଟ ଅନୁଷ୍ଠିତ ହେବ।ମୁଖ୍ୟମନ୍ତ୍ରୀ କଳାକାର ଟ୍ରଫି ପାଇଁ ହେବାକୁ ଥିବା ସାଂସ୍କୃତିକ ପ୍ରତିଯୋଗିତା ଉପରେ ମଧ୍ୟ ଆଲୋଚନା କରାଯାଇଥିଲା। ଏହି କାର୍ଯ୍ୟକ୍ରମ ରେ ନବ ମନୋନୀତ ଉପ-ସଭାପତି ରାଧେଶ୍ୟାମ ବିଶିଙ୍କ ସମେତ ଗାୟକ ଅର୍ଜ୍ଜୁନ ଛତ୍ରିଆ, ଉପେନ୍ଦ୍ର ସଲମା, ସୁନାଧର ମାଝୀ, ଡୋଳାମଣି ଦଣ୍ଡସେନା, ଜଗତ ନାଗ,ଚନ୍ଦ୍ର ଶେଖର ବେହେରା,ଫଗନୁ ପୋଢ଼,ତୀଵ୍ର ମୋହନ ପୋଢ଼, ଦୀନବନ୍ଧୁ ଛତ୍ରିଆ ଆଦି ଅଂଶଗ୍ରହଣ କରିଥିଲେ।

Govt

Comments are closed.