Odisha news

ଚାକିରୀ ନିୟମିତ ନକଲେ, ଆସନ୍ତା ସେପ୍ଟେମ୍ବର ୩୦ରୁ ଆୟୁଷ ଡାକ୍ତରଙ୍କ ଆନ୍ଦୋଳନ ଚେତାବନୀ

ନୂଆପଡା-୨୮/୯ ସକାଳ ଖବର (ସୁରେନ୍ଦ୍ର ପ୍ରସାଦ ତିୱାରି) ଆଜି ଓଡିଶା ଆୟୁଷ ସଂଘ ନୂଆପଡା ଶାଖା ପକ୍ଷରୁ ଚକରୀ ନିୟମିତ ନକଲେ ଆସନ୍ତା ତାରିଖ ୩୦ ସେପ୍ଟେମ୍ବର ୨୦୨୧ ଠାରୁ ଅସହଯୋଗ ଆନ୍ଦୋଳନ କୁ ଓହ୍ଲାଇବା ନେଇ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ଏହି ମର୍ମରେ ପ୍ରଦାନ କରିଛନ୍ତି। ଏହି ଦାବୀପତ୍ର ରେ କେଉଁ କାର୍ଯ୍ୟ କରିବେ ଏବଂ କେଉଁ କାର୍ଯ୍ୟ କରିବେ ନାହିଁ ତାର ଉଲ୍ଲେଖ ରହିଅଛି। ସେହିପରି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ମଧ୍ୟ ଏକ ଅନୁରୂପ ଦାବିପତ୍ର ପ୍ରଦାନ କରିଛନ୍ତି। ବର୍ତ୍ତମାନ କୋଭିଡ ପରିସ୍ଥିତିରେ ଆୟୁଷ ଡାକ୍ତରଙ୍କ କରିବାକୁ ଥିବା କାର୍ଯ୍ୟ ସମ୍ବନ୍ଧେ ଉଲ୍ଲେଖ କରିଛନ୍ତି।

ଆୟୁଷ ଓପିଡ଼ି ରେ କାର୍ଯ୍ୟ କରିବେ ବୋଲି ନିଷ୍ପତି ନେଇଛନ୍ତି। ୪ଦଫା ଏକ ଦାବୀପତ୍ର ପ୍ରଦାନ କରିଛନ୍ତି । ୨୦୦୭ ରୁ ଆୟୁଷ ଡାକ୍ତର ମାନେ କାର୍ଯ୍ୟ କରି ଦୀର୍ଘ ୧୪ ବର୍ଷ ରୋଗୀ ସେବା କରି ମଧ୍ୟ ନିୟମିତ ହୋଇ ନାହାନ୍ତି।ଏକ ଉଦାହରଣ ଦେଇ କହିଛନ୍ତି ଯେ, ଅପର ପକ୍ଷେ ଫର୍ମାସିଷ୍ଟ ମାନେ ୨୦୧୯ ରୁ କାର୍ଯ୍ୟ କରି ନିୟମିତ ମାନ୍ୟତା ପାଇଛନ୍ତି କିନ୍ତୁ ଆୟୁଷ ଡାକ୍ତର ମାନେ ୧୪ ବର୍ଷ ସେବା କରି ଜୀଵନର ଅଧାରୁ ଅଧିକ ସମୟ ଅତିବାହିତ କଲେଣି ହେଲେ ସ୍ଥାୟୀ ହେଉ ନାହାନ୍ତି। ୨୦୦୭ ମସିହାରୁ ପ୍ରାରମ୍ଭରେ ମାତ୍ର ଆଠ ହଜାର ଟଙ୍କା ଏବଂ ବର୍ତ୍ତମାନ ୨୦୨୧ ଠାରୁ ଏକୋଇସ ହଜାର ଟଙ୍କାରେ ଚାକିରୀ କାଳ ସରିବାକୁ ବସିଲାଣି ଏଣୁ ନିୟମିତ ଘୋଷଣା କରିବାକୁ ଦୃଢ଼ ଦାବି ଉପସ୍ଥାପନ କରିଛନ୍ତି।ସୂଚନା ଥାଉ କି ଜିଲ୍ଲା ରେ ପ୍ରଥମ କୋବିଦ-୧୯ ଲହର ରେ ଜଣେ ଯୁବ ଆୟୁଷ ଡାକ୍ତର କୋବିଡ଼ ଦାଇତ୍ୱ ରେ ମୃତ୍ୟୁ ବରଣ କରିଥିଲେ।

Comments are closed.