ବାରିପଦା : ନାବାଳିକ ଦୁଷ୍କର୍ମ ମାମଲାର ବିଚାର କରି ପୋକ୍ସ ଅଦାଲତର ସ୍ୱତନ୍ତ୍ର ବିଚାରପତି ମହେନ୍ଦ୍ର କୁମାର ସୂତ୍ରଧର ଅଭିଯୁକ୍ତ ଆଦିକନ୍ଦ ବିଶ୍ୱାଳ(୫୯)ଙ୍କୁ ୫ବର୍ଷ କାରାଦଣ୍ଡ ସହ ୬ହଜାର ଟଙ୍କା ଜୋରମାନା ଦଣ୍ଡରେ ଦଣ୍ଡିତ କରିଛନ୍ତି । ଜୋରିମାନା ଅନାଦେୟ ଅଧିକ ୩ମାସ କାରାଦଣ୍ଡ ଆଦେଶ ଶୁଣାଇଛନ୍ତି । ସରକାରଙ୍କ ପକ୍ଷରୁ ଓକିଲ ଅଭିନ୍ନ କୁମାର ପଟ୍ଟନାୟକ ମାମଲା ପରିଚାଳନା କରିଥିଲେ ।
ଘଟଣାରୁ ପ୍ରକାଶ ଯେ, ୨୦୧୭ ମସିହା ଜାନୁଆରୀ ୨୩ତାରିଖରେ ମହୁଲଡିହା ଥାନା ଅନ୍ତର୍ଗତ ଚାଉଳଝରା ଗ୍ରାମର ଆଦିକନ୍ଦ ବିଶ୍ୱାଳ ଉକ୍ତ ଗ୍ରାମର ଜଣେ ନାବାଳିକା ଘରକୁ ଫେରୁଥିବାବେଳେ ମୁହଁରେ ଗାମୁଛା ବାନ୍ଧି ବନ୍ଧ ଉପରକୁ ଟେକି ନେଇ ନାବାଳିକାକୁ ଜୋରଜବରଦସ୍ତ ଦୁଷ୍କର୍ମ କରିଥିଲେ । ଏନେଇ ପୀଡିତାଙ୍କ ପରିବାର ପକ୍ଷରୁ ଅଭିଯୋଗ କ୍ରମେ ମହୁଲଡିହା ଥାନାରେ ୧/୧୭ରେ ମାମଲା ରୁଜୁ ହୋଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଥିଲା । ବୁଧୁବାର ୧୨ଜଣ ସାକ୍ଷୀ ପ୍ରମାଣକୁ ଭିତ୍ତି କରି ଅଦାଲତ ଉପରୋକ୍ତ ରାୟ ପ୍ରଦାନ କରିଛନ୍ତି ।
Comments are closed.