ତିହିଡ଼ି,୦୮ା୦୯: ତିହିଡି ବ୍ଲକ ସୟା ପଞ୍ଚାୟତ ଅଧିନସ୍ଥ ବୀରବରପୁର ଗାଁର ଶତାୟୁ ପୁରୁଷ ବାବୁରାମ ମଲ୍ଲିକ(୧୦୨)ଙ୍କର ପରଲୋକ ହୋଇଯାଇଛି । ସେ ଗତ କିଛି ଦିନ ଧରି ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡିତ ଥିଲେ । ତାଙ୍କ ମୃତୁ୍ୟ ଶଯ୍ୟା ନିକଟରେ ବଡ ପୁଅ ନିତ୍ୟାନନ୍ଦ ମଲ୍ଲିକ, ଗୌରୀଚାନ୍ଦ ମଲ୍ଲିକ, ଆଦିକନ୍ଦ ମଲ୍ଲିକ, ଶ୍ୟାମସୁନ୍ଦର ମଲ୍ଲିକ, ପୁତ୍ରବଧୂ, ଝିଅ, ଜ୍ୱାଇଁ ଓ ନାତିନାତୁଣୀ ମାନେ ଉପସ୍ଥିତ ଥିଲେ ।
ସ୍ୱର୍ଗତ ମଲ୍ଲିକ ଜଣେ ଧର୍ମ ପରାୟଣ ଓ ପରୋପକାରୀ ମଣିଷ ଭାବେ ବେଶ ଜଣାଶୁଣା ଥିଲେ । ତାଙ୍କ ମର ଶରୀରକୁ ଏକ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରାଯିବା ପରେ ଶେଷକୃତ୍ୟ ସଂପନ୍ନ କରାଯାଇଥିଲା । ସାଂସଦଙ୍କ ପ୍ରତିନିଧି ହରେକୃଷ୍ଣ ଜେନା, ଅମୀୟକାନ୍ତ ନାୟକ, ବାଇଧର ବଳ, କାଳନ୍ଦୀ ନାୟକ, ଗୌରାଙ୍ଗ କବି, ବଳରାମ କବି, ମଣିରାମ ମଲ୍ଲିକ, କମଳାକାନ୍ତ ବଳ, ତରଣୀସେନ ଜେନା ପ୍ରମୁଖ ବହୁ ମାନଗଣ୍ୟ ବ୍ୟକ୍ତି ଏଥିରେ ସାମିଲ ହୋଇଥିଲେ । ସାନ ପୁଅ ଅକ୍ଷୟ କୁମାର ମଲ୍ଲିକ ମୁଖାଗ୍ନି ଦେଇଥିଲେ । ତାଙ୍କ ମୃତୁ୍ୟରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।
Comments are closed.