ବୋରିଗୁମ୍ମା (କେ.ସାକିଲି ଦୋରା)–ବୋରିଗୁମ୍ମା ବ୍ଲକ ଅନ୍ତର୍ଗତ ଶଶାହାଣ୍ଡି ପଞ୍ଚାୟତ କାର୍ଯ୍ୟାଳୟ ରେ ସମନ୍ନିତ ଶିଶୁ ବିକାଶ ଯୋଜନା ବୋରିଗୁମ୍ମା ର ସିଡ଼ିପିଓ ଶ୍ରୀମତୀ ଗାୟତ୍ରୀ ବାହିନୀପତି ଅଧ୍ୟକ୍ଷତା ରେ ଗୋଷ୍ଠୀ ସ୍ତରୀୟ ପୋଷଣ ମେଳା ଅନୁଷ୍ଠିତ ହୋଇଥିଲା।ପ୍ରତି ବର୍ଷ ସେପ୍ଟେମ୍ବର ମାସ କୁ ପୋଷଣ ମାସ ରୂପେ ପାଳନ କରାଯାଉଛି ।ଏ ମାସ ରେ ଗର୍ଭବତୀ ମାଆ ଓ ଶିଶୁ ମାନେ କିପରି ସୁଷମ ଖାଦ୍ୟ ଖାଇବେ। ଅପପୁଷ୍ଟି ରୁ କେମିତି ବଞ୍ଚିବେ ସେ ନେଇ ଗ୍ରାମ ପରିକ୍ରମା କରି ଲୋକ ମାନଙ୍କୁ ସଚେତନ କରାଇ ଥିଲେ।
ସୁଷମ ଖାଦ୍ୟ ଯଥା ଚାଉଳ, ଡାଲି, ଗହମ,ଶାଗ,ମକା,ଵାଜରା, ଅଣ୍ଡା ଆଦି ଖାଇବା ପାଇଁ ସଚେତନତା କରାଇଥିଲେ।ଗୋଟିଏ ବି ଶିଶୁ ଯେମିତି ପୋଷଣ ରୁ ବଞ୍ଚିତ ନ ହେବେ ସେଥି ପାଇଁ ସଚେତନତା ଅଭିଯାନ କରାଯାଇଛି ବୋଲି ସିଡ଼ିପିଓ କହିଥିଲେ।ଏ ପୋଷଣ ମେଳା ରେ ବ୍ଲକ୍ ରେ ଥିବା ୧୪ ଟି ଗୋଷ୍ଠୀ ସୁପରଭାଇଜର ଉପସ୍ଥିତ ଥିଲେ।ଏହି କାର୍ଯ୍ୟକ୍ରମ କୁ ଶଶାହାଣ୍ଡି ସୁପରଭାଇଜର ଶ୍ରୀମତୀ ସୁନିତା କର୍କରା ପରିଚାଳନା କରିଥିଲେ। ବିନତୀ ସାସମଲ, ଗୀତା ନାୟକ, ଇନ୍ଦ୍ରା ନାୟକ, ସୁମିତ୍ରା ନାୟକ, ମନ୍ଦାକିନୀ ମଲିକ, କୌଶଲ୍ୟା ମୁଦୁଲି, ମମତା ଭତରା, ମଞ୍ଜୁ ନାୟକ, ରଚନା ବିଶ୍ଵାଳ, ତୁଳସୀ ଅଚଳ, କୁମୁଦିନୀ ସ୍ୱାଇଁ,ଓ ଅନେକ ଅଙ୍ଗନବାଡି କର୍ମୀ ଉପସ୍ଥିତ ଥିଲେ।ଶଶାହାଣ୍ଡି ଓ ସାନପରିଆ ପଞ୍ଚାୟତ ରେ ଥିବା ସମସ୍ତ ଅଙ୍ଗନବାଡ଼ି କର୍ମୀ ଓ ସହାୟିକା ମାନେ ଉପସ୍ଥିତ ଥିଲେ।
Comments are closed.