Odisha news

ବଜାର ରେ ବ୍ୟାଟେରୀ ଚାଳିତ ଗାଡ଼ି କୁ ଜୁବ ପିଢ଼ି ଙ୍କ ପସନ୍ଦ ଅଧୀକ

ପୋଲସରା:ତା-୨୯.୦୮.୨୦୨୧ ରିଖ – (ରଞୟ ପାଣିଗ୍ରାହୀ)ଅତ୍ୟଧିକ ଗାଡ଼ି ମୋଟର ଚଳାଚଳ କୁ ନେଇ ପ୍ରଦୂଷଣ ନିୟନ୍ତ୍ରଣ ବାହାରେ ରହୁଛି । ତୈଳ ଦର ମଧ୍ୟ ଦିନକୁ ଦିନ ବୃଦ୍ଧି ହେବାରେ ଲାଗିଛି । ଯାହାକୁ ନେଇ ଆଜି କାଲିର ଯୁବ ପିଢ଼ିଙ୍କ ମଧ୍ୟରେ ନୂତନ ଆଶା ଆଙ୍କାକ୍ଷାର ସମ୍ଭାବନାକୁ ନେଇ ବ୍ୟାଟେରୀ ଚାଳିତ ବାଇକ ଏବଂ ସ୍କୁଟି ଚଲାଇବା ପାଇଁ ମନ ବଳାଉ ଥିବା ଦେଖିବାକୁ ମିଳୁଛି । ସାଧାରଣତଃ ପ୍ରତ୍ୟେକ ପରିବାର ସଦସ୍ୟ ମାନେ ବହୁ ପୂର୍ବରୁ ନିଜର ଆବଶ୍ୟକତା ଅନୁଯାୟୀ ପେଟ୍ରୋଲ୍ ଜନିତ ମୋଟର ବାଇକ୍ ଓ ସ୍କୁଟି ବ୍ୟବହାର କରି ଆସୁଥିଲେ । ହେଲେ ବର୍ଷ କେଇଟା ରେ ଅହେତୁକ ଭାବେ ପେଟ୍ରୋଲ୍ ଓ ଡିଜେଲ୍ ଦର ବୃଦ୍ଧି ହେବାରେ ଲାଗିଛି । ଯାହାକି ତୈଳ ଇନ୍ଧନ ଦ୍ବାରା ବାଇକ୍ ଚଳାଉଥିବା ସବୁ ସ୍ତରର ଲୋକଙ୍କ ପକେଟରୁ ସିଧାସଳଖ ଦୈନିକ ଶହଶହ ଟଙ୍କା ଖର୍ଚ୍ଚ ହେଉଥିବାର ନଜିର ରହିଛି । ହେଲେ ବର୍ତ୍ତମାନ ପରିସ୍ଥିତି ବଦଳିବା ସହିତ ଲୋକଙ୍କ ଆଭିମୁଖ୍ୟ ସ୍ପଷ୍ଟ ହେବାରେ ଲାଗିଛି । ଯା ଫଳରେ ପୋଲସରା ଓ ଏହାର ଆଖପାଖ ଅଞ୍ଚଳରୁ ପ୍ରାୟତଃ ଲୋକଙ୍କ ମଧ୍ୟରେ ବ୍ୟାଟେରୀ ଚାଳିତ ଇ ବାଇକ୍ କିଣିବାକୁ ନେଇ ବେଶ୍ ଉତ୍ସାହ ଦେଖିବାକୁ ମିଳିଛି । ଏପରିକି ବର୍ତ୍ତମାନ ଦିନ ମାନଙ୍କରେ ବ୍ୟାଟେରୀ ଚାଳିତ ସ୍କୁଟି କିଣିବା ପାଇଁ ଏକ ପ୍ରକାର ପ୍ରତିଯୋଗିତା ଆରମ୍ଭ ହୋଇ ଗଲାଣି । ଯାହାକୁ ନେଇ ଉତ୍ପାଦିତ କମ୍ପାନୀ ମାନେ ଲୋକଙ୍କ ଚାହିଦା କୁ ନଜରରେ ରଖି ଅତି ରିହାତି ଅର୍ଥରେ ବିଭିନ୍ନ ଭେରାଇଟି ର ବ୍ୟାଟେରୀ ଚାଳିତ ବାଇକ୍ ସ୍କୁଟି ଦେବାରେ ଆଗେଇ ଆସିଛନ୍ତି । ଉତ୍ପାଦିତ କମ୍ପାନୀର ପ୍ରମୁଖ ଡିଲର ଭାବେ ପୋଲସରା , ବୁଗୁଡା ଓ ବ୍ରହ୍ମପୁରରୁ ଅତ୍ୟାଧୁନିକ ବ୍ୟାଟେରୀ ଚାଳିତ ବାଇକ୍ ଗୁଡ଼ିକ ଅତି କମ୍ ଟଙ୍କାରେ ଅଧିକ ମାତ୍ରାରେ ବିକ୍ରୀ ହେବାରେ ଲାଗିଛି । ଲଗାତାର ଗତ ଦୁଇ ବର୍ଷରେ ଉଭୟ ବୁଗୁଡା ଓ ପୋଲସରା ରୁ ପାଖାପାଖି ୪ ଶହ ରୁ ଉର୍ଦ୍ଧ୍ବ ବ୍ୟାଟେରୀ ଚାଳିତ ବାଇକ୍ ବିକ୍ରୀ ହୋଇଥିବା ସୂଚନା ଦେଇଛନ୍ତି ଇଭା ଇ-ବାଇକ୍ ର ପ୍ରୋପ୍ରାଇଟର ହରେକୃଷ୍ଣ ନାୟକ । ଅନାବଶ୍ୟକ ଭାବେ ପେଟ୍ରୋଲ୍ ଓ ଡିଜେଲ୍ ଭଳି ତୈଳ ଦର ବୃଦ୍ଧି ହେଉଥିବା ବେଳେ ତାହା ବର୍ତ୍ତମାନ ସମୟରେ କିଛିଟା ନିୟନ୍ତ୍ରଣ ମଧ୍ୟରେ ରହିବ ନେଇ ଏକ ପ୍ରକାର ଆଶଙ୍କା କରାଯାଉଛି । ଗାଡ଼ି ଧୁଆଁରେ କିଛି ମାତ୍ରାରେ ପରିବେଶ ମଧ୍ୟ ପ୍ରଦୂଷଣ ମୁକ୍ତ ହୋଇ ରହିବ ସହ ସାମାନ୍ୟ ଚଳାଚଳ ଯୋଗୁଁ କିଛି ମାତ୍ର ରେ ଦୁର୍ଘଟଣାର ସଂଖ୍ୟା ମଧ୍ୟ କମିବ । ଓଡ଼ିଶାରେ ବୈଦ୍ୟୁତିକ ମୋଟର ଯାନ ନୀତି – ୨୦୨୧ ଅନୁମୋଦନ ପ୍ରକାରେ ଅସନ୍ତା ୨୦୨୫ ସୁଦ୍ଧା ସଂପୂର୍ଣ୍ଣ ଓଡ଼ିଶାରେ ବ୍ୟାଟେରୀ ଚାଳିତ ଏବଂ ବୈଦ୍ୟୁତିକ ଚାଳିତ ମୋଟର ଯାନବାହନ ଗୁଡିକ ବହୁଳ ମାତ୍ରାରେ ଚଳାଚଳ ହେବ । ଏଥି ବ୍ୟତିତ ଅବଧି ଶେଷ ହୋଇଥିବା ପୁରୁଣା ଯାନବାହନ ଗୁଡ଼ିକୁ ସଂପୂର୍ଣ୍ଣ ରଦ୍ଧ କରି ଦିଆଯିବ । ଏଥିପ୍ରତି ସଚେତନ ଥିବା ନୂତନ ପିଢ଼ିର ଯୁବକ ଯୁବତୀ ମାନେ ପେଟ୍ରୋଲ୍ ବାଇକ୍ ପ୍ରତି ମନ ଫେରାଇ ବ୍ୟାଟେରୀ ଚାଳିତ ବାଇକ୍ ଏବଂ ସ୍କୁଟି ପ୍ରତି ଅଧିକ ମାତ୍ରାରେ ପ୍ରଭାବିତ ହେଉଥିବା ଦେଖିବାକୁ ମିଳୁଛି ।

Ad2

Comments are closed.