Odisha news

ଓଡ଼ିଶାରେ ୫୨.୩% ରାଜସ୍ୱ ବଜାର ଅଂଶ ସହ ୨୦୨୧-୨୨ ଆର୍ଥିକ ବର୍ଷର ପ୍ରଥମ ତ୍ରୟମାସରେ ବଜାର ନେତୃତ୍ୱକୁ ଆହୁରି ସୁଦୃଢ କରିଛି ଜିଓ : ଟ୍ରାଇ ରିପୋର୍ଟ

ଭୁବନେଶ୍ୱର: ଓଡ଼ିଶାର ସବୁଠୁ ପସନ୍ଦଯୋଗ୍ୟ ଡିଜିଟାଲ୍ ସେବା ପ୍ରଦାନକାରୀ ଭାବେ ପ୍ରଭାବ ଜାରି ରଖି ରିଲାଏନ୍ସ ଜିଓ ୨୦୨୧-୨୨ ଆର୍ଥିକ ବର୍ଷର ପ୍ରଥମ ତ୍ରୟମାସରେ ରାଜ୍ୟ ଟେଲିକମ୍ ବଜାରର ୫୨.୩% ମୋଟ ରାଜସ୍ୱ ବଜାର ଅଂଶ ସହ ଏହାର ଅଗ୍ରଣୀ ସ୍ଥିତିକୁ ଆହୁରି ସମ୍ପ୍ରସାରିତ କରିଥବା ଭାରତୀୟ ଟେଲିକମ୍ ନିୟାମକ କର୍ତୃପକ୍ଷ (ଟ୍ରାଇ) ପକ୍ଷରୁ ପ୍ରକାଶିତ ସଦ୍ୟତମ ଆର୍ଥିକ ରିପୋର୍ଟରୁ ଜଣାପଡ଼ିଛି ।

୨୦୨୧ ଜୁନ୍ ୩୦ରେ ଶେଷ ହୋଇଥିବା ତ୍ରୟମାସରେ ଓଡ଼ିଶାରେ ଜିଓ ହାସଲ କରିଥିବା ୫୨.୩% ମୋଟ ରାଜସ୍ୱ ବଜାର ଅଂଶ ହେଉଛି ଭାରତର ସବୁ ଟେଲିକମ୍ ସର୍କଲ୍‌ଗୁଡ଼ିକ ମଧ୍ୟରେ ଦ୍ୱିତୀୟ ସର୍ବାଧିକ ବୋଲି ଟ୍ରାଇ ରିପୋର୍ଟରୁ ଜଣାପଡ଼ିଛି । ସେହି ରିପୋର୍ଟ ଅନୁଯାୟୀ, ଓଡ଼ିଶାରେ ଏହି କ୍ଷେତ୍ରରେ ମୋଟ ରାଜସ୍ୱ ପୂର୍ବ ତ୍ରୟମାସ ତୁଳନାରେ ଏପ୍ରିଲ୍ ରୁ ଜୁନ୍ ତ୍ରୟମାସରେ ସ୍ଥିର ରହିଥିବା ବେଳେ ରିଲାଏନ୍ସ ଜିଓ ମୋଟ ରାଜସ୍ୱରେ ୪.୯% ଅଭିବୃଦ୍ଧି ହାସଲ କରିଛି ।  ଏହି ସମୟରେ ଏୟାରଟେଲ୍ ୩.୭% ଅଭିବୃଦ୍ଧି ରହିଥିବା ବେଳେ ଉଭୟ ଭୋଡାଫୋନ୍ ଆଇଡିଆ ଓ ବିଏସ୍‌ଏନ୍‌ଏଲ୍‌ର ମୋଟ ରାଜସ୍ୱ ଏହି ସମୟରେ ହ୍ରାସ ପାଇଛି । ଏଥିସହିତ ଜିଓ ଓଡ଼ିଶାର ଟେଲିକମ୍ କ୍ଷେତ୍ରରେ ୫୨.୩ ପ୍ରତିଶତ ମୋଟ ରାଜସ୍ୱ ବଜାର ଅଂଶ ସହ ନେତୃତ୍ୱ ସ୍ଥାନକୁ ଅଧିକ ସୂଦୃଢ କରିଥିବା ବେଳେ, ଏହା ପଛକୁ ଭାରତୀ ଏୟାରଟେଲ୍‌ର ରାଜସ୍ୱ ବଜାର ଅଂଶ ୩୮%, ଭୋଡାଫୋନ୍ ଆଇଡିଆର ୪.୮% ଓ ବିଏସ୍‌ଏନ୍‌ଏଲ୍‌ର ୪.୫% ରହିଛି ।

ଏହି ରିପୋର୍ଟ ଅନୁଯାୟୀ, ଏପ୍ରିଲ୍‌-ଜୁନ୍ ତ୍ରୟମାସରେ ଓଡ଼ିଶାରେ ଟେଲିକମ୍ କ୍ଷେତ୍ରରେ ମୋଟ ରାଜସ୍ୱ ୧୨୨୮ କୋଟି ଟଙ୍କା ରହିଛି, ଯାହାମଧ୍ୟରୁ ଜିଓର ଭାଗ ସର୍ବାଧିକ ୬୪୨.୭ କୋଟି ଟଙ୍କା ରହିଛି ।  ଏହା ପଛକୁ ଭାରତୀ ଏୟାରଟେଲ୍‌ର ୪୬୭.୨ କୋଟି ଟଙ୍କା, ଭୋଡାଫୋନ୍ ଆଇଡିଆର ୫୮.୬ କୋଟି ଟଙ୍କା ଓ ବିଏସ୍‌ଏନ୍‌ଏଲ୍‌ର ୫୪.୭ କୋଟି ଟଙ୍କା ରହିଛି ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ନିଜର ବିଶାଳ ୪ଜି ନେଟ୍‌ୱର୍କ ଓ ନିରବଚ୍ଛିନ୍ନ ଗୁଣାତ୍ମକ ଇଂଟରନେଟ୍ ବଳରେ ରିଲାଏନ୍ସ ଜିଓ ଓଡ଼ିଶାରେ ପ୍ରତି ମାସରେ ସର୍ବାଧିକ ସଂଖ୍ୟକ ନୂଆ ମୋବାଇଲ୍ ଗ୍ରାହକ ଯୋଡ଼ୁଛି ଏବଂ ଟ୍ରାଇ ପକ୍ଷରୁୁ ନିକଟରେ ପ୍ରକାଶ କରାଯାଇଥିବା ଟେଲିକମ୍ ଗ୍ରାହକ ତଥ୍ୟ ଅନୁଯାୟୀ ୨୦୨୧ ଜୁନ୍‌ରେ ଏହା ୨.୫୩ ଲକ୍ଷରୁ ଅଧିକ ନୂଆ ମୋବାଇଲ୍ ଗ୍ରାହକ ନିଜ ନେଟ୍‌ୱର୍କରେ ସାମିଲ କରିଛି । ଓଡ଼ିଶାରେ ରିଲାଏନ୍ସ ଜିଓ ପ୍ରାୟ ୧.୫ କୋଟି ମୋବାଇଲ୍ ଉପଭୋକ୍ତା ସହ ଏକ ନମ୍ବର ଡିଜିଟାଲ ସେବା ଯୋଗାଣକାରୀ ରହିଥିବା ବେଳେ ଏହା ପଛକୁ ଏୟାରଟେଲ୍‌ର ୧.୧୧ କୋଟି, ବିଏସ୍‌ଏନ୍‌ଏଲ୍‌ର ୬୪ ଲକ୍ଷ ଏବଂ ଭୋଡାଫୋନ୍ ଆଇଡଆର ୨୧.୮୯ ଲକ୍ଷ ଗ୍ରାହକ ରହିଛନ୍ତି ।

ସୂଚନାଯୋଗ୍ୟ ଯେ, ଜିଓ ନିଜର ସର୍ବବୃହତ ୪ଜି ନେଟୱର୍କ, ଏପର୍ଯ୍ୟନ୍ତ ଅସଂଯୁକ୍ତ ଥିବା ଅଂଚଳଗୁଡିକୁ ଦ୍ରୁତ ନେଟ୍‌ୱର୍କ ସମ୍ପ୍ରସାରଣ ଏବଂ ସୁଲଭ ମୂଲ୍ୟ ସହିତ ତ୍ରୁଟିଶୂନ୍ୟ ହାଇ-ସ୍ପିଡ ଇଂଟରନେଟ ସେବା ପାଇଁ ଗତ କିଛିବର୍ଷ ଧରି ପ୍ରତି ମାସରେ ନିରନ୍ତର ଭାବରେ ସର୍ବାଧିକ ସଂଖ୍ୟକ ଗ୍ରାହକ ଯୋଗ କରିଆସୁଛି । ଜିଓ ତାହାର ହାଇସ୍ପିଡ ବ୍ରଡବ୍ୟାଣ୍ଡ୍ ସେବା ଜିଓଫାଇବରର ମଧ୍ୟ ଦ୍ରୁତ ସମ୍ପ୍ରସାରଣ କରିଛି ଏବଂ ଏହା ରାଜ୍ୟରେ ୨୭ଟି ପ୍ରମୁଖ ସହର ଓ ନଗରରେ ମୁଖ୍ୟ ଅଂଚଳଗୁଡିକରେ ଉପଲବ୍ଧ ହେଉଛି ତଥା ଦ୍ରୁତ ଗତିରେ ରାଜ୍ୟର ଅନ୍ୟାନ୍ୟ ସହର ଓ ନଗରଗୁଡିକୁ ସମ୍ପ୍ରସାରଣ ଜାରି ରଖିଛି । ଟ୍ରାଇ ପକ୍ଷରୁ ୨୦୨୧ ଜୁନ୍ ମାସ ପାଇଁ ପ୍ରକାଶିତ ଓୟାର୍‌ଲାଇନ ଗ୍ରାହକ ତଥ୍ୟ ଅନୁଯାୟୀ ୨୦୨୧ ଜୁନ୍ ୩୦ ସୁଦ୍ଧା ରାଜ୍ୟରେ ଜିଓର ୬୩,୬୪୫ ଜିଓଫାଇବର ଗ୍ରାହକ ରହିଛନ୍ତି । ରିଲାଏନ୍ସ ଜିଓ ସମଗ୍ର ରାଜ୍ୟରେ ତାହାର ସମ୍ପୂର୍ଣ୍ଣ ୪ଜି ମୋବାଇଲ ନେଟୱର୍କକୁ ସମ୍ପ୍ରସାରିତ କରୁଛି ଏବଂ ରାଜ୍ୟରେ ଏପର୍ଯ୍ୟନ୍ତ ଟେଲିଯୋଗାଯୋଗ ସେବାର ଲାଭ ପାଇପାରିନଥିବା ଦୁର୍ଗମ ଅଞ୍ଚଳଗୁଡିକୁ ସଂଯୁକ୍ତ କରୁଛି । ଏହାଦ୍ୱାରା ଜନସାଧାରଣଙ୍କ ବିଶେଷକରି ଛାତ୍ରଛାତୀଙ୍କ ପାଇଁ ଖୁସି ଆଣିଦେଉଛି ଏବଂ କନ୍ଧମାଳ, ଗଜପତି, ଝାରସୁଗୁଡା, ରାୟଗଡା, କୋରାପୁଟ, କେନ୍ଦୁଝର ଏବଂ ସୁନ୍ଦରଗଡ ଆଦି ଜିଲ୍ଲାର ଭୌଗୋଳିକ ଦୃଷ୍ଟିରୁ ଜଟିଳ ଅଞ୍ଚଳଗୁଡିକର ଛାତ୍ରଛାତ୍ରୀ ଏବଂ ଶିକ୍ଷକ ଶିକ୍ଷୟିତ୍ରୀ ଅନ୍‌ଲାଇନ କ୍ଲାସରେ ଯୋଗଦେଇପାରୁଛନ୍ତି ।

Ad2

Comments are closed.