ମହାରାଷ୍ଟ୍ରରେ ପୁନା ରେ ପୁରୁଷ ମାନଙ୍କୁ ବଣ୍ଟା ଯାଉଛି କଣ୍ଡମ୍ , ମହିଳା ମାନଙ୍କୁ ଗର୍ଭବତୀ ନ ହେବା ପାଇଁ ପରାମର୍ଶ , କଣ ରହିଛି ଏହା ପଛର କାରଣ
ମୁମ୍ବାଇ : କରୋନା ମହାମାରୀ ସମୟରେ ଭାରତରେ ଆଉ ଗୋଟିଏ ଭୟଙ୍କର ଭାଇରସ ଦେଖା ଦେଇଛି , ତାହା ହେଉଛି ଜିକା ଭାଇରସ । ଏହି ଘଟଣାକୁ ଦେଖି ମହାରାଷ୍ଟ୍ରର ସ୍ବାସ୍ଥ୍ୟ ବିଭାଗ ସଚେତନ ହୋଇ ଯାଇଛି ଓ ମହିଳା ମାନଙ୍କୁ ଆସନ୍ତା ୪ମାସ ପର୍ଯ୍ୟନ୍ତ ଗର୍ଭବତୀ ନହେବା ପାଇଁ ନିବେଦନ କରାଯାଇଛି ।
ମିଳିଥିବା ତଥ୍ୟ ଅନୁସାରେ ମହାରାଷ୍ଟ୍ରର ପୁନା ର ବେଲାସର ଗ୍ରାମରେ ଯିକା ଭାଇରସ ଆତଙ୍କ ଦେଖା ଦେଇଛି । ଏହି ଭାଇରସ ଆଗକୁ ଯେପରି ନ ବ୍ୟପୁ ସେଇଥିପାଇଁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କଣ୍ଡମ୍ ବଣ୍ଟା ଯାଉଛି । ତା ସହ ମହିଳା ମାନଙ୍କୁ ଆସନ୍ତା ୪ମାସ ପର୍ଯ୍ୟନ୍ତ ଗର୍ଭବତୀ ନହେବା ପାଇଁ ପରାମର୍ଶ ଦିଆ ଯାଇଛି ।
ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ଯେ ଜୀକା ଭାଇରସ ଏଡ଼ସ ଏଜିପ୍ଟ ମଶା କାମୁଡିବା ଦ୍ବାରା ହୋଇଥାଏ । ଯଦି କୌଣସି ବ୍ୟକ୍ତି ବିନା କୌଣସି ପଦକ୍ଷେପ ରେ କାହା ସହିତ ଶାରିରୀକ ସମ୍ବନ୍ଧ ରଖିଥାଏ ତେବେ ଜୀକା ଭାଇରସ ବ୍ୟାପିବାର ସମ୍ଭାବନା ରହିଥାଏ । ଏହାର କାରଣ ଏହି ଭାଇରସ ପୁରୁଷ ମାନଙ୍କ ସିମେନ୍ ରେ ପାଖାପାଖି ୪ ମାସ ପର୍ଯ୍ୟନ୍ତ ଜୀବନ୍ତ ରହିଥାଏ । ଯଦି ଉକ୍ତ ପୁରୁଷ ଦ୍ଵାରା କୌଣସି ମହିଳା ଗର୍ଭବତୀ ହୋଇଥାଏ ତେବେ ଗର୍ଭସ୍ଥ ଶିଶୁ ମଧ୍ୟ ଏହି ଭାଇରସ ରେ ସଂକ୍ରମିତ ହୁଏ ।
ଜିକ୍କା ଭାଇରସ ଲକ୍ଷଣ ଡେଙ୍ଗୁ ଭଳି , ଏହାଦ୍ବାରା ଜ୍ଵର ଆସିଥାଏ , ଗଣ୍ଠି ଯନ୍ତ୍ରଣା ସହିତ ଦେହରେ ଚକଡା଼ ଚକଡା଼ ହୋଇ ଫଳୀ ଯାଇଥାଏ । ସ୍ବାସ୍ଥ୍ୟ ବିଶେଷଜ୍ଞ ମାନଙ୍କ ମତରେ ଏହି ଭାଇରସ ପାଇଁ କୌଣସି ଟିକା ନାହିଁ , ଏଥିରେ କେବଳ ସାବଧାନ ରହିବା ଆବଶ୍ୟକ ।
ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଗାଁ ଗୁଡିକରେ ଦୃତ ଗତିରେ କଣ୍ଡମ୍ ବିକ୍ରି ହଉଛି । ପୁରୁଷ ମାନଙ୍କୁ କୁହା ଯାଉଚି ଯେ ବିନା କଣ୍ଡମ ରେ ଶାରିରୀକ ସମ୍ପର୍କ ରଖିବା ଉଚିତ୍ ନୁହେଁ । ଏଥି ସହିତ ଯଦି ଗୋଟିଏ ମହିଳା ର ଗର୍ଭସ୍ଥ ଶିଶୁ କୁ ଜୀକା ଭାଇରସ ହେଉଛି ତେବେ ଉକ୍ତ ଶିଶୁ ଟି ର ମସ୍ତିଷ୍କ କ୍ଷତି ଗ୍ରସ୍ତ ହୋଇପାରେ ।
Comments are closed.