Odisha news

ଟ୍ରେନ ସମ୍ଭଧୀୟ ବିଶେଷ ସୂଚନା : ଆସନ୍ତୁ ଜାଣିବା

ଅଗରତାଲା-ବାଙ୍ଗାଲୋର କ୍ୟାଣ୍ଟ ବିଶେଷ ଟ୍ରେନ୍ ର ସେବା ବୃଦ୍ଧି |
ତୁଣ୍ଡଲା ଏବଂ ମିର୍ଜାପୁର ଷ୍ଟେସନ୍ ମଧ୍ୟରେ ଜମ୍ମୁ ତାୱି-ସମ୍ବଲପୁରର ବିଶେଷ ଟ୍ରେନ ସମୟରେ ପରିବର୍ତ୍ତନ |
ସମ୍ବଲପୁର-ହାଓଡ଼ା ସାପ୍ତାହିକ ବିଶେଷ ଟ୍ରେନ ଭାୟା ଅନୁଗୁଳ ଓ ଭଦ୍ରକ ବିଶେଷ ଟ୍ରେନ ସମୟ ନିର୍ଘଣ୍ଟ ସମ୍ବଲପୁର ଓ ରେଢ଼ାଖୋଲ ଷ୍ଟେସନ ଠାରେ ପରିବର୍ତ୍ତିତ |

ଅଗରତାଲା-ବାଙ୍ଗାଲୋର କ୍ୟାଣ୍ଟ ବିଶେଷ ଟ୍ରେନ ସେବା ଅବଧିକୁ ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଥିବାବେଳେ ଜମ୍ମୁ ତାୱି-ସମ୍ବଲପୁରର ବିଶେଷ ଟ୍ରେନ ସମୟ ନିର୍ଘଣ୍ଟକୁ ତୁଣ୍ଡଲା ଏବଂ ମିର୍ଜାପୁର ଷ୍ଟେସନ୍ ମଧ୍ୟରେ ଏବଂ ସମ୍ବଲପୁର-ହାଓଡ଼ା ସାପ୍ତାହିକ ବିଶେଷ ଟ୍ରେନ ଭାୟା ଅନୁଗୁଳ ଓ ଭଦ୍ରକ ବିଶେଷ ଟ୍ରେନ ସମୟ ନିର୍ଘଣ୍ଟକୁ ସମ୍ବଲପୁର ଓ ରେଢ଼ାଖୋଲ ଷ୍ଟେସନ ଠାରେ ପରିବର୍ତ୍ତିତ କରାଯିବାର ନିଷ୍ପତ୍ତି ନିଆଯାଇଅଛି |

02984/02983 ଅଗରତାଲା-ବାଙ୍ଗାଲୋର କ୍ୟାଣ୍ଟ.-ଅଗରତାଲା ସ୍ପେଶାଲକୁ ଅଗରତାଲା ଠାରୁ 22 ଫେବୃଆରୀ ପର୍ଯ୍ୟନ୍ତ ଏବଂ ବାଙ୍ଗାଲୋର କ୍ୟାଣ୍ଟରୁ 25 ଫେବୃଆରୀ, 2021 ପର୍ଯ୍ୟନ୍ତ ସେବା ଅବଧି ବୃଦ୍ଧି କରାଯାଇଛି। ବିଭିନ୍ନ ସ୍ଥିରୀକୃତ ଷ୍ଟେସନରେ ଏହି ଟ୍ରେନ୍ ପାଇଁ ନିର୍ଦ୍ଧାରିତ ସମୟ ଏବଂ ରହଣି ସ୍ଥାନ ଅପରିବର୍ତ୍ତିତ ରହିବ |

ଉତ୍ତର କେନ୍ଦ୍ରୀୟ ରେଳପଥ ପରିସୀମା ଅନ୍ତର୍ଗତ ତୁଣ୍ଡଲା ଏବଂ ମିର୍ଜାପୁର ଷ୍ଟେସନ ମଧ୍ୟରେ 08310 ଜାମ୍ମୁ ତାୱି-ସମ୍ବଲପୁର ବିଶେଷ ଟ୍ରେନ ସମୟ ସାରଣୀକୁ 26 ଅଗଷ୍ଟ 2021 ଠାରୁ ସଂଶୋଧିତ କରାଯାଇଅଛି | ଏହି ଟ୍ରେନ୍ ତୁଣ୍ଡଲା  ଠାରୁ ପୂର୍ବାହ୍ନ ୧୦ଘ.୨୦ମି. ପରିବର୍ତ୍ତେ ପୂର୍ବାହ୍ନ ୧୦ଘ.୧୫ମି. ଛାଡିବ, କାନପୁର ଠାରୁ ଅପରାହ୍ନ ୨ଘ.୩୦ମି. ପରିବର୍ତ୍ତେ ଅପରାହ୍ନ ୨ଘ.୨୦ମି. ରେ ଛାଡିବ, ପ୍ରୟାଗରାଜ ଠାରୁ ସନ୍ଧ୍ୟା ୫ଘ.୩୦ମି. ପରିବର୍ତ୍ତେ ସନ୍ଧ୍ୟା ୫ଘ.୨୦ମି.ରେ ଛାଡିବ ଏବଂ ମିର୍ଜାପୁର ଠାରୁ ସନ୍ଧ୍ୟା ୬ଘ.୫୨ମି. ପରିବର୍ତ୍ତେ ସନ୍ଧ୍ୟା ୬ଘ.୪୯ମି.ରେ ଛାଡି ସମ୍ବଲପୁର ଅଭିମୁଖେ ଯାତ୍ରା କରିବ |

ଏହି ଟ୍ରେନ୍ ପାଇଁ  ଶିକୋହାବାଦ, ଇଟାୱା, ଝିନଝକ, ଫତେହପୁର, ମେଜା ରୋଡ୍ ଏବଂ ବିନ୍ଧ୍ୟାଞ୍ଚଳ ଷ୍ଟେସନ ଠାରେ ମଧ୍ୟ ସମୟ ସାରଣୀରେ ସଂଶୋଧିତ କରାଯାଇଅଛି |  ଏହି ଟ୍ରେନ ପାଇଁ ଅନ୍ୟାନ୍ୟ ନିର୍ଦ୍ଧାରିତ ଷ୍ଟେସନରେ ସମୟ ସାରଣୀ ଅପରିବର୍ତ୍ତିତ ରହିବ
ଏହା ବ୍ୟତୀତ, ସମ୍ବଲପୁର-ହାଓଡ଼ା ସାପ୍ତାହିକ ବିଶେଷ ଟ୍ରେନ ଭାୟା ଅନୁଗୁଳ ଓ ଭଦ୍ରକ ବିଶେଷ ଟ୍ରେନ ସମୟ ନିର୍ଘଣ୍ଟକୁ ସମ୍ବଲପୁର ଓ ରେଢ଼ାଖୋଲ ଷ୍ଟେସନ ଠାରେ 20 ଅଗଷ୍ଟ, ୨୦୧୧ ଠାରୁ ପରିବର୍ତ୍ତିତ କରାଯିବାକୁ ନିଷ୍ପତ୍ତି ନିଆଯାଇଛି |

ଏହି ଟ୍ରେନ୍ ସମ୍ବଲପୁର ଠାରୁ ସନ୍ଧ୍ୟା ୭ଜହ.୪୫ମି. ପରିବର୍ତ୍ତେ ସନ୍ଧ୍ୟା ୭ଜହ.୪୦ମି.ରେ ଛାଡିବାକୁ ଥିବାବେଳେ ଏହା ରେଢ଼ାଖୋଲ ଷ୍ଟେସନ ଠାରୁ ରାତ୍ରି ୮ଘ.୪୨ମି. ପରିବର୍ତ୍ତେ ରାତ୍ରି ୮ଘ.୩୭ମି.ରେ ଛାଡି ହାଓଡ଼ା ଅଭିମୁଖେ ଯାତ୍ରା କରିବ |  ଏହି ଟ୍ରେନ ପାଇଁ ଅନ୍ୟାନ୍ୟ ନିର୍ଦ୍ଧାରିତ ଷ୍ଟେସନରେ ସମୟ ସାରଣୀ ଅପରିବର୍ତ୍ତିତ ରହିବ |

 

Nalco

Comments are closed.