ନୂଆଦିଲ୍ଲୀ : ଚୀନର ହେକର୍ଷ ଇସ୍ରାଏଲ ରେ ବଡ ଧରଣର ସାଇବର ଆକ୍ରମଣ କରିଛନ୍ତି l ହେକର୍ସ ମାନେ ସରକାରୀ ସଂସ୍ଥା ଗୁଡିକର ,ଆଇଟି କମ୍ପାନୀ ଗୁଡିକ ବ୍ୟତୀତ ଟେଲିକମ ସେକ୍ଟର ରେ ଯୋଡ଼ା ହୋଇଥିବା କମ୍ପାନୀ ଗୁଡିକୁ ଟାର୍ଗେଟ କରିଛନ୍ତି l ଆମେରିକାର କାର୍ଲିଫର୍ନିଆ ର ସାଇବର ସିକ୍ୟୁରିଟି କମ୍ପାନୀ ଫାର୍ଷ୍ଟ ଆଇ ଆକ୍ରମଣ ପଛରେ ଚୀନର ହେକର୍ଷ ରହିଥିବାର ତଥ୍ୟ ଦେଇଛି l କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି ଯେ ଏହି କମ୍ପାନୀ ଗୁଡିକର ଫାଇନାନ୍ସ , ଟେକ୍ନୋଲୋଜି ଓ ବିଜିନେସ ସହିତ ଯୋଡି ହୋଇଥିବା ଡାଟା ଚୋରି ହୋଇ ଯାଇଛି l ଏଥିରେ ୟୁଜର ଙ୍କର ଡାଟା ମଧ୍ୟ ସାମିଲ ରହିଛି l
ଆକ୍ରମଣ ଚୀନ ର ସାଇବର ଗ୍ରୁପ UNC215 କରିଛି l ହେକର୍ସ ମାନେ ମାଇକ୍ରୋସଫ୍ଟ ସେୟାର ପଏଣ୍ଟ କୁ ନଜର ରେ ରଖିଛନ୍ତି l ସେଥିପାଇଁ ସେମାନେ FOCUSFJORD ଓ HYPERBRO ନାମକ ମେଲବୟର ଉପଯୋଗ କରିଛନ୍ତି l ହେକର୍ସ ମାନେ ଏହି ଆକ୍ରମଣର ର ଦୋଷ ଇରାନ କୁ ଦେବାକୁ ଚାହିଁଥିଲେ l UNC251 ଏହି ଆକ୍ରମଣର ଯାନ୍ତ୍ରିକ ଉପାୟକୁ ଆପଣାଇଛି l ହେକର୍ସ ମାନେ ଜାଣିଥିଲେ ଇସ୍ରାଏଲ ଏହାର ଯାଞ୍ଚ କରିବ l ସେଥିପାଇଁ ସେମାନେ ଏପରି ପ୍ରମାଣ ଛାଡିଲେ ଯେମିତି ଏହି ଆକ୍ରମଣର ସନ୍ଦେହ ଇରାନ ଉପରକୁ ଯିବ l
ହେକର୍ସ ଏପରି ଟୁଲ ବ୍ୟବହାର କରିଥିଲେ ଯାହାକୁ ଇରାନ ହେକର୍ସ ମାନେ କରି ଥାନ୍ତି l ସେମାନେ ନିଜ ମଧ୍ୟରେ ପାର୍ସି ଭାଷାରେ କଥା ହେଉଥିଲେ l UNC215 ଗ୍ରୁପ ୨୦୧୪ ରେ ମିଡିଲ ଇଷ୍ଟ ,ୟୁରୋପ , ଏସିଆ ଓ ଆମେରିକାରେ ଲଗାତାର ଭାବରେ ସାଇବର ଆକ୍ରମଣ କରୁଛି l ହେକର୍ସ ମାନଙ୍କର ଏହି ଦଳ ସରକାରୀ , ଟେକ୍ନୋଲୋଜି ,ଟେଲିକମ ,ଡିଫେନ୍ସ , ଫାଇନାନ୍ସ ଓ ହେଲ୍ଥ କେୟାର ସେକ୍ଟର କୁ ନଜର ରଖି ଆକ୍ରମଣ କରୁଛି l ଆମେରିକା କମ୍ପାନୀ ଫାର୍ଷ୍ଟ ଆଇ କହିଛି ଯେ ସେ ଇସ୍ରାଏଲ ର ରକ୍ଷା ମନ୍ତ୍ରଣାଳୟ ସହିତ ମିଶି ଆକ୍ରମଣର ଯାଞ୍ଚ କରିଛି l ଫାର୍ଷ୍ଟ ଆଇ ନିଜ ବିବୃତିରେ କହିଛି ଯେ ଏହାର ଲାଭ ଚୀନ ସରକାରଙ୍କୁ ମିଳିବ l ଏହା ଚୀନ ର ରଣନୀତିର ଗୋଟିଏ ଭାଗ ଅଟେ l କାରଣ ସେ ମିଡିଲ ଇଷ୍ଟ ରେ ନିଜର ପ୍ରଭୁତ୍ୱ ରଖିବାକୁ ଚାହୁଁଛି l

Comments are closed.