ଲିଭର ମାନବ ଶରୀରର ଗୋଟିଏ ମହତ୍ଵପୁର୍ଣ ଅଙ୍ଗ l ଏହା ଶରୀର ମଧ୍ୟରେ ଅନେକ କାର୍ଯ୍ୟକୁ କରିଥାଏ l କିନ୍ତୁ ଲିଭର ଅସୁସ୍ଥତା କାରଣରୁ ବିଭିନ ଅସୁବିଧା ଦେଖା ଦେଇଥାଏ l ଲିଭର ଷୋରିଆସିସ ଗୋଟିଏ ଏପରି ରୋଗ ଯାହା ଅଧିକାଂଶ ବର୍ଷରୁ ଲିଭର କୁ କ୍ଷତି ପହଞ୍ଚାଇବାର କାରଣ ଅଟେ l ଠିକ ସମୟରେ ଯଦି ଆମେ ଏହାର ଚିକିତ୍ସା ନକରାଇବା ତେବେ ଏହା ଆମର ଜୀବନ ପ୍ରତି କ୍ଷତିକାରକ ହୋଇଥାଏ l
* ଲିଭର ଷୋରିଆସିସ ର ପ୍ରାରମ୍ଭିକ ସଂକେତ – ହେପାଟାଇଟିସ ରୋଗୀ ଓ ଦୀର୍ଘ ସମୟ ଧରି ମଦ ପିଉଥିବା ବ୍ୟକ୍ତି ମାନଙ୍କ ନିକଟରେ ଏହି ସଂକେତ ଦେଖିବାକୁ ମିଳିଥାଏ l ଲିଭର ରେ ଯଦି କୌଣସି ଅସୁବିଧା ଦେଖା ଦେଇଥାଏ ତେବେ ତାର କ୍ଷତିଗ୍ରସ୍ତ ଟିସୁ ସୁସ୍ଥ ଟିସୁର ସ୍ଥାନ ନେଇ ଥାଆନ୍ତି l ଯାହା ତାକୁ ଠିକ ଭାବରେ ଅନ୍ତକୋଷରେ କାର୍ଯ୍ୟ କରିବାକୁ ଦେଇ ନଥାଏ l ଏମିତିରେ ଦେଖିବାକୁ ଗଲେ ଷୋରିଆସିସର କୌଣସି ଚିକିତ୍ସା ନାହିଁ l କିନ୍ତୁ ପ୍ରାରମ୍ଭିକ ସ୍ଥାନରେ ଚିକିତ୍ସା କରିବା ଦ୍ୱାରା ଏହା ଶରୀରକୁ କ୍ଷତି ହେବାରୁ ରକ୍ଷା କରିଥାଏ l
* ସଂକେତ –
– ଚକ୍ଷୁ ଓ ତ୍ୱଚାର ରଙ୍ଗ ହଳଦିଆ ଦେଖାଯିବା – ଆମକୁ ଜଣ୍ଡିସ ହେଲେ ଆମ ଶରୀର ଓ ଆଖି ହଳଦିଆ ହୋଇ ଯାଇଥାଏ l ଦେଖିବାକୁ ମିଳିଥାଏ ଯେ ଖାଦ୍ୟ ଠିକ ଭାବରେ ହଜମ ହୋଇ ନଥାଏ l ତେଣୁ ପ୍ରାରମ୍ଭିକ ସ୍ତରରେ ଆମେ ଏହାର ଠିକ ଭାବରେ ଚିକିତ୍ସା କରାଇବା ଉଚିତ l ନଚେତ ଏହା ଲିଭର ଷୋରିଆସିସର କାରଣ ହୋଇପାରେ l
– ସହଜରେ ଆଘାତ ଲାଗିବା ଓ ରକ୍ତସ୍ରାବ ହେବା – ଆମ ଲିଭର ଭିଟାମିନ ସାହାଯ୍ୟରେ ପ୍ରୋଟିନ ଉତ୍ପନ କରିଥାଏ l ଯାହା ବ୍ଲଡ଼ କ୍ଲାଟିଙ୍ଗ ପାଇଁ ଆବଶ୍ୟକ ଅଟେ l କିନ୍ତୁ ଯଦି ଲିଭର ଷୋରିଆସିସ ହୋଇଥାଏ ତେବେ ଏହା ସମ୍ଭବ ହୋଇ ନଥାଏ , କାରଣ ଆମ ଶରୀର ପର୍ଯ୍ୟାପ୍ତ ମାତ୍ରାରେ ପ୍ରୋଟିନ ପ୍ରସ୍ତୁତ କରିପାରେ ନାହିଁ l
– ପାଦ ଓ ଗଣ୍ଠିରେ ଫୁଲା – ଆମ ପାଦ ଫୁଲା କିମ୍ବା ଗଣ୍ଠି ଫୁଲା ସମସ୍ୟା ଶରୀରରେ ଏଲବୁମିନ ନାମକ ପ୍ରୋଟିନ କମ ମାତ୍ରାରେ ପ୍ରସ୍ତୁତ ହେଲେ ହୋଇଥାଏ
– ଓଜନ ହ୍ରାସ – ଅପ୍ରତ୍ୟାଶିତ ଭାବରେ ଓଜନ ହ୍ରାସ ହେବା ଠିକ ନୁହେଁ l ଲିଭର ଷୋରିଆସିସ ର ଏହା ପ୍ରାରମ୍ଭିକ ସଂକେତ ଅଟେ l ଏହାକୁ ଅଣଦେଖା କରିବା ଉଚିତ ନୁହେଁ l ଯଦି ଏହିସବୁ ସମସ୍ୟା ଦେଖା ଯାଉଛି ତେବେ ଡାକ୍ତରଙ୍କ ସହ ଯୋଗାଯୋଗ କରିବା ଉଚିତ l
ସତର୍କ : ଏ ଲେଖଟି କେବଳ ଆପଣଙ୍କ ସତର୍କ ପାଇଁ , ଅଧିକ ଜାଣିବା ପାଇଁ ଡାକ୍ତରଙ୍କ ପରାମର୍ଶ ନିଆନ୍ତୁ

Comments are closed.