Odisha news

ଘରେ ସୁଖ ଓ ସମୃଦ୍ଧି ଲାଭ ପାଇଁ ବାସ୍ତୁ ଶାସ୍ତ୍ରରେ ଗୁରୁବାର ଦିନ ଏହିସବୁ ନିୟମକୁ ଆପଣାନ୍ତୁ ଓ ଲକ୍ଷ୍ମୀଙ୍କ ଆଶୀର୍ବାଦ ଲାବ କରନ୍ତୁ

ବାସ୍ତୁ ନିୟମ ଅନୁସାରେ ଆପଣଙ୍କ ଘରେ ରଖା ଯାଇଥିବା ପ୍ରତେକଟି ବସ୍ତୁକୁ ,ଘରୋଇ ଉପକରଣ ଉପରେ ବିଶେଷ ନଜର ଦେଲେ ଆପଣଙ୍କ ଜୀବନରେ ସନ୍ତୋଷ ଓ ସୁଖ ସମୃଦ୍ଧି ଆସିବ l ଆପଣଙ୍କ ସକାରାତ୍ମକ ମନର ଧାରଣା ପାଇଁ ଆପଣଙ୍କ ଘରର ସକାରାତ୍ମକ ଉର୍ଜା ନିର୍ଭର କରିଥାଏ l ଘର ଭିତରେ ସକାରାତ୍ମକ ଶକ୍ତି ପାଇଁ ଆବଶ୍ୟକ ଅଟେ ଯେ ଘରକୁ ଠିକ ଢଙ୍ଗରେ ସଜାଇବା l ଘରେ ହୋଇଥିବା ଈଂଟରିଆର ଡେକୋରେସନ ରେ ମଧ୍ୟ ବାସ୍ତୁର ପ୍ରଭାବ ରହିଥାଏ l

* ବାସ୍ତୁ ଶାସ୍ତ୍ରରେ ପ୍ରବେଶ ଦ୍ୱାରକୁ ଖୁବ ଗୁରୁତ୍ୱ ଦିଆଯାଏ l ଗୁରୁବାର ଦିନ ଘରର ମୁଖ୍ୟ ଦ୍ୱାରରେ ସ୍ୱସ୍ତିକ ,ଓଂ ,କଳସ,ଶଙ୍ଖ ଓ ଆଶୀର୍ବାଦ ମୁଦ୍ରାରେ ଥିବା ଗଣେଶଙ୍କ ଫଟୋ ଲଗାଇବା ଶୁଭ ଅଟେ l ଆପଣ ଚାହିଁଲେ ତୋରଣ ମଧ୍ୟ ମୁଖ୍ୟ ଦ୍ୱାରରେ ଲଗାଇ ପାରିବେ l ଏହାଦ୍ୱାରା ଘରକୁ ସକାରାତ୍ମକ ଶକ୍ତି ଆସିବା ସହ ଜୀବନରେ ଉନ୍ନତି ହେବ l

* ଗୁରୁବାରଦିନ ନିଜ ଠାକୁରଘର ଭିତରେ ଅଖଣ୍ଡ ଦ୍ବୀପ ସ୍ଥାପନା କରିବା ସହିତ ଲକ୍ଷ୍ମୀଙ୍କୁ ବେଲପତ୍ର ଅର୍ପଣ କରନ୍ତୁ l ଏପିରୀ  କଲେ ମାତା ଲକ୍ଷ୍ମୀ ସନ୍ତୁଷ୍ଟ ହୋଇ ଥାଆନ୍ତି l ମନେରଖନ୍ତୁ ସବୁବେଳେ ଉତ୍ତରପୂର୍ବ ଦିଗରେ ଭଗବାନଙ୍କୁ ସ୍ଥାପନା କରିବା ଉଚିତ l ପୂଜା ଘରେ ଯଦି ଦଖିଣବର୍ତ୍ତ ଶଙ୍ଖ ରଖିଛନ୍ତି ତେବେ ତାହାକୁ ଗୁରୁବାରଦିନ ଦୁଗ୍ଧରେ ସ୍ନାନ କରାଇ ତା ନିକଟରେ ଦ୍ବୀପ ଜଳାନ୍ତୁ l ଯଦି ଆପଣଙ୍କ ଘରର କୌଣସି ଗୁରୁଜନଙ୍କର ଫଟୋ ରଖି ପୂଜା କରୁଛନ୍ତି ତେବେ ତାହାକୁ ଦକ୍ଷିଣ ପଶ୍ଚିମ ଦିଗରେ ରଖନ୍ତୁ l

* ଗୁରୁବାର ଦିନ ବାସ୍ତୁଶାସ୍ତ୍ର ଅନୁସାରେ ଘରର ଉତର ଦିଗରେ ସୋରିଷ ତେଲରେ ଲବଙ୍ଗ ପକାଇ ଦ୍ବୀପ ଜଳାଇ ପଶ୍ଚିମ ଦିଗରେ ରଖିଲେ ସମସ୍ତ ରିଷ୍ଟ ଖଣ୍ଡନ ହୋଇଥାଏ l ନିଜ ଘରେ ସେହିଦିନ ଯାହାବି ଖାଇବା ପ୍ରସ୍ତୁତ ହଉଛି ସେଥିରୁ ପ୍ରଥମେ ଗାଈକୁ ଖାଇବାକୁ ଦିଅନ୍ତୁ l କାରଣ ଗୁରୁବାର ଦିନ ଜୀବଜନ୍ତୁଙ୍କୁ ଭୋଜନ କରାଇବା ଦ୍ୱାରା ସୁଫଳ ପ୍ରାପ୍ତି ହୋଇଥାଏ l

* ଗୁରୁବାରରେ କେବେବି ଛୋଟ ପିଲାଙ୍କୁ କ୍ରୋଧ କରିବା ଉଚିତ ନୁହେଁ l ଏହାଦ୍ୱାରା ଲକ୍ଷ୍ମୀ କ୍ରୋଧିତ ହୁଅନ୍ତି l ତେଣୁ ଯଦି ଛୋଟ ପିଲା ଅଝଟ କରନ୍ତି ତେବେ ତାଙ୍କୁ ବୁଝାଇ ସୁଝାଇ ରଖିବା ଆବଶ୍ୟକ l ଗୁରୁବାର ଦିନ ସନ୍ଧ୍ୟା ସମୟରେ ଘର ଅନ୍ଧାର ରଖିବା ଉଚିତ ନୁହେଁ l ଏହାଦ୍ୱାରା ଘରକୁ ନାକରତ୍ମକ ଶକ୍ତି ଆସିଥାଏ l

Nalco

Comments are closed.