Odisha news

ସ୍ୱାଧୀନ ଭାରତର ସ୍ୱଧିନ ଚିନ୍ତା

ଇଂ. ବିଦ୍ୟାଧର ପଣ୍ଡା, ବି.ଟେକ୍. ସିଭିଲ : ଆମେ କ’ଣ ସତରେ ସ୍ୱାଧୀନ! ପଡୋଶୀ ଶତ୍ରୁଦେଶ ଉପରେ ବି ବେଳେବେଳେ ଆମେ ବହୁତ ଜିନିଷପାଇଁ ନିର୍ଭର କରୁଛେ । ଏତେବର୍ଷ ପରେ ଆମଦେଶର ପ୍ରଧାନମନ୍ତ୍ରୀ ଘୋଷଣା କଲେ ଯେ ଆତ୍ମନିର୍ଭର ଭାରତ ଆମର ଆଗାମୀ ଦିନର ଲକ୍ଷ । ସ୍ୱାଧନତାର ଏତେବର୍ଷ ପରେ ଆମେ ଯଦି ନିଜେ ଖାଇବା ପାଇଁ, ପିନ୍ଧିବାପାଇଁ ଏବଂ ରହିବାପାଇଁ ବିଦେଶ ଉପରେ ନିର୍ଭର ତେବେ ଆମେ ସ୍ୱାଧୀନ କିପରି! ତଥାପି ଏହି ଆଂଶିକ ସ୍ୱାଧୀନତାକୁ ଆମେ ପ୍ରତିବର୍ଷ ବହୁଆଡମ୍ବରରେ ପାଳନ କରିଆସୁଛେ । କିନ୍ତୁ ଆମର ଆସନ୍ତା ଚଉସ୍ତରିତମ ସ୍ୱାଧୀନତା ଦିବସ ଅଗଷ୍ଟ ୧୫, ୨୦୨୦ ପ୍ରଥମ ହେବ ଯାହାକି କରୋନା ଭୂତାଣୁ ପାଇଁ ନିରାଡମ୍ବର ଭାବରେ ପାଳନ କରାଯିବ । ସୀମିତ ଅତିଥି ଏବଂ ସାମାଜିକ ଦୂରତାରକ୍ଷା କରିବା ପାଇଁ ସୀମିତ ଦର୍ଶକମାନଙ୍କ ଉପସ୍ଥିତିରେ ଲାଲ୍କିଲ୍ଲାରେ ତ୍ରୀରଙ୍ଗା ଉଡିବ ।

ଅନେକଙ୍କ ମନରେ ପ୍ରଶ୍ନ ଆସେ ଅଗଷ୍ଟ ମାସର ୧୫ତାରିଖକୁ କାହିଁକି ସ୍ୱାଧୀନତା ଦିବସଋପେ ଚୟନ କରାଗଲା? କାରଣ ଏହା ବହୁତ ଦିନଧରି ବ୍ରିଟିଶପ୍ରତିନିଧିଙ୍କ ସହ ବାରମ୍ବାର ଆଲୋଚନା ପର୍ଯ୍ୟାଲୋଚନା କରାଯାଇ ସୁଚୁନ୍ତିତ ଦିବସଟିଏ ଧାର୍ଯ୍ୟ କରାଯାଇଥିଲା । ପ୍ରକୃତ ତଥ୍ୟ ଜାଣିଲେ ଆମର କିଛି ଦେଶପ୍ରେମୀଙ୍କୁ ନିଶ୍ଚୟ କଷ୍ଟହେବ । ଆମଦେଶର ସ୍ୱାଧୀନତା ଦିବସ ଆମପାଇଁ ଶୁଭ କି ଅଶୁଭ ସେତେବେଳେ ଦେଖାନଯାଇ ବ୍ରିଟିଶ୍ଙ୍କ ପାଇଁ ଶୁଭଦିନଟିକୁ ବଚ୍ଛା ଯାଇଥିଲା । ୧୯୪୫ମସିହା ଅଗଷ୍ଟ ୧୫ ତାରିଖରେ ଜାପାନର ସୈନିକମାନେ ବ୍ରିଟିଶସେନା ଆଗରେ ସମର୍ପଣ କରିଥିଲେ ଏବଂ ବ୍ରିଟିଶ୍ ବିଜୟ ଘୋଷଣା କରିଥିଲା ।

ତେଣୁ ବ୍ରିଟିଶ ସରକାର ପାଇଁ ଏହି ଅଗଷ୍ଟ ୧୫ଦିନଟି ଶୁଭ ହୋଇଥିବାରୁ ଲର୍ଡ ମାଉଁଟବେଟନ୍ ଭାରତକୁ ଦୁଇଭାଗରେ ବିଭକ୍ତ କରି ଏହି ଦିନଟିରେ ସ୍ୱାଧୀନତା ଦେବାକୁ ସହମତି ପ୍ରକାଶ କରିଥିଲେ । ତେଣୁ ସେହି ବ୍ରିଟିଶ୍ ଅଧିକାରୀଙ୍କ ଇଚ୍ଛାକୁ ସମ୍ମାନ ଦେଇ ୧୯୪୭ ଅଗଷ୍ଟ ୧୫ତାରିଖ ଦିନଟିକୁ ଆମର ସ୍ୱାଧୀନତା ଦିବସଋପେ ଗ୍ରହଣକରି ଆମ୍ଭେମାନେ ସେହିଠାରୁ ପ୍ରତିବର୍ଷ ଆନନ୍ଦ ଉଲ୍ଲାସର ସହିତ ପାଳନ କରିଆସୁଛୁ ।

ପ୍ରଥମେ ୧୯୨୯ମସିହାରେ ଭାରତୀୟ ଜାତୀୟ କଂଗ୍ରେସ ଏହି ଦିବସର ମୂଳଦୁଆ ପକାଇ ଭାରତକୁ “ପୂର୍ଣ୍ଣ ସ୍ୱରାଜ” ବା “ସମ୍ପୂର୍ଣ୍ଣ ସ୍ୱାଧୀନତା” ଲାହୋର ସଭାରେ ଘୋଷଣା କଲା । ସେହିଦିନଠାରୁ ନିରବଚ୍ଛିନ୍ନ ଭାବରେ ସଭା ସମିତି ଆନେ୍ଦାଳନ ଆଦି ଏମିତି ଚାଲିଲା ଯେ ପ୍ରତ୍ୟେକ ଭାଇସ୍ରାୟ୍ ଭରତରେ ବହୁତ ଜନ ଅସନ୍ତୋଷକୁ ସାମ୍ନା କରିବାକୁ ପଡିଲା ।

ଜାଗା ଜାଗାରେ ହିଂସାତ୍ମକ ଆନେ୍ଦାଳନମାନ ମୁଣ୍ଡ ଟେକିଲା । ଶେଷରେ ଶେଷ ଭାଇସ୍ରାୟ୍ ଲର୍ଡ ମାଉଁଟବେଟନ୍ ପରିସ୍ଥିତି ଅସମ୍ଭାଳ ହେବାକୁ ଯାଉଥବା ଲକ୍ଷ୍ୟକରି ଭାରତକୁ ସ୍ୱାଧୀନତା ଦେବାକୁ ରାଣୀଙ୍କ ପାଖକୁ ସୁପାରିସପତ୍ର ଲେଖିବାକୁ ବାଧ୍ୟହେଲେ । ବହୁ ପ୍ରତିକ୍ଷିତ ଦିନଟି ଆସିଲା । ଜବାହାର ଲାଲ୍ ନେହେରୁ ରେଡ୍ଫୋର୍ଟରେ ତ୍ରୀରଙ୍ଗା ଲହରାଇଲେ । ରେଡ୍ଫୋର୍ଟ ପସନ୍ଦକରିବା ପଛରେ ବି ବହୁତ କାରଣ ରହିଛି । ଏହା ୨୫୫ଏକର ଜାଗାରେ ଏକାଧିକ ଧର୍ମାବଲମ୍ବୀଙ୍କ ସାଙ୍କେତିକ ସ୍ମାରକୀ ଭାବରେ ଏପରି ଏକ ବିରଟକାୟ କିଲ୍ଲା କୌଣସିଜାଗାରେ ନାହିଁ । ଲାଲ୍ରଙ୍ଗର ବାଲିପଥରରେ ନିର୍ମିତ ଅଢେଇ କିଲୋମିଟର ପ୍ରାଚିର ସହ କିଲ୍ଲାର ଅନେକାଂଶ ଭିତରଭାଗ ମଧ୍ୟ ଏହି ପଥରରେ ଗଢା । ବାକି ସବୁ ଶଙ୍ଖମଲ୍ଲମଲ୍ଲ ପଥରରେ ଗଢା ଯାଇଛି । ପ୍ରତିବର୍ଷ ଦେଶର ପ୍ରଧାନମନ୍ତ୍ରୀ ଲାଲ୍କିଲ୍ଲାରୁ ତ୍ରୀରଙ୍ଗା ଉଡାଇ ଦେଶକୁ ସମ୍ବୋଧନ କରନ୍ତି । ଏହି ସମାରୋହରେ କୌଣସି ଏକ ବିକଶିତ ଦେଶର ମୁଖିଆଙ୍କୁ ମୁଖ୍ୟ ଅତିଥି ରୂପେ ନିମନ୍ତ୍ରଣ କରାଯାଏ ।

କିନ୍ତୁ ଏଥର କୋଭିଡ଼ ୧୯ପାଇଁ ପୂର୍ବବର୍ଷ ପରି ସେମିତି କେହି ମାନ୍ୟଗନ୍ୟ ବ୍ୟକ୍ତିଙ୍କୁ ନିମନ୍ତ୍ରଣ କରାନଯାଇ ସୀମିତ ଦର୍ଶକ ଏବଂ ଗଣମାଧ୍ୟମ ଉପସ୍ଥିତିରେ ଏହି ଦିବସଟିର ସମାପନ ହେବ ।

ଏହି ଦିବସଟିର ପାଳନ ଅବସରରେ ଆମର ମନେପଡେ ଆଣ୍ଠୁ ଉପରକୁ ଖଦିପିନ୍ଧା ଅଂଟାଭଙ୍ଗା ଚଷମାଲଗା ବାଡିଧରା ଗାନ୍ଧୀବୁଢାର ଚିତ୍ର । ଅହିଂସାରେ ବିଶ୍ୱାସ ଓ ମାନବବାଦରେ ଭରସା ସହ ବିକାଶବାଦରେ ପୁରୁଷାର୍ଥର ଆଦର୍ଶ କଥା । ୧୫୯୯ମସିହାରେ ଏକ ବଣିକ ସଂସ୍ଥାଭାବରେ ଇଷ୍ଟ ଇଣ୍ଡିଆ କମ୍ପାନୀ ଭାରତକୁ ବଣିଜକରିବାକୁ ଆସି ଆମମାନଙ୍କ ଭିତରେ ଅସ୍ମିତା ଏବଂ ଏକତା ଅଭାବଥିବାରୁ ପରବର୍ତ୍ତିକାଳରେ ଆମକୁ ଶାସନ କରିବାକୁ ଇଚ୍ଛା କଲା । ପରେ ସମର୍ଥ ବି ହେଲା । ୧୭୧୭ ରୁ ୧୭୬୫ ମସିହା ଭିତରେ ପଲ୍ଲାସାପରେ ଓଡିଶା ବେଙ୍ଗଲ୍ ଓ ବିହାରରୁ କର ଆଦାୟ କରିବାକୁ ମୋଗଲଙ୍କ ସହ ଆଲ୍ଲହାବାଦ୍ ସନ୍ଧିକରି ମୟିଶୁର୍, ମରାଠା ଓ ବାକି ଗଡଜାତ ଅଂଚଳକୁ ଗୋଟିକ ପରେ ଗୋଟିଏ ଦଖଲକରିବାକୁ ଲାଗି ପଡିଲେ । ଏସବୁଥିରେ ଇଷ୍ଟ ଇଣ୍ଡିଆ କମ୍ପାନୀକୁ ଇଂଲଣ୍ଡର ରାଣୀଙ୍କ ବିସ୍ତାରବାଦୀ ନୀତିଯୋଗୁଁ ସୈନ୍ୟ ସହାୟତା କରିବାରୁ ଦିନକୁ ଦିନ ତାଙ୍କର ଭାରତରେ ପ୍ରତିପତି ବଢିବାକୁ ଲାଗିଲା ।

୧୮୪୯ମସିହାରେ ଶିଖ୍ ମାନଙ୍କର ପରାଜୟ ପରେ ପୂରା ଭାରତ ବ୍ରିଟିଶ୍ଶାସନ ଅଧିନକୁ ଆସିଯାଇଥିଲା । ସେତେବେଳେ ଇଂଲାଣ୍ଡର ବିସ୍ତାରବାଦୀ ନୀତିକୁ ଭାରତବାସୀ ଚିହ୍ନିବାରେ ବହୁତ ବିଳମ୍ବ କରିଦେଲେ । “ଅତିଥି ଦେବୋ ଭବ” ଧର୍ମରେ ଭାରତବାସୀ ସେମାନଙ୍କୁ ଦେବତାଭଳି ଜ୍ଞାନକରି ସାହାଯ୍ୟ କଲାବେଳେ ସେମାନେ ତାଙ୍କୁ ଗୋଲାମକରି କ୍ରିତଦାସ ପରି ବ୍ୟବହାର କରିବାକୁ ଗାତ ମାନ ଖୋଳି ଚାଲିଥିଲେ । ଆମର ଇତିହାସରେ ମଧ୍ୟ ହଜାରେ ତ୍ରୁଟି । ଅହିଂସାବଳରେ ଆମେ ସ୍ୱାଧୀନତା ପାଇଲେ ବୋଲି ଯାହାସବୁ ଲେଖାଯାଇଛି ତାହା ସମ୍ପୂର୍ଣ୍ଣ ସତ୍ୟନୁହେଁ । ବ୍ରଟିଶ୍ଶାସକଙ୍କ ଦ୍ୱାରା ହଜାରହଜାର ଦେଶପ୍ରେମୀଙ୍କୁ ହତ୍ୟା କରାାଯାଇଛି, ଅନେକ ଯୁବକଯୁବତୀଙ୍କ ଉପରେ ଅକଥନୀୟ ଅତ୍ୟାଚାର ହୋଇଛି ଏବଂ କାଁ ଭାଁ ଜାଗାରେ ଭାରତୀୟମାନେ ମଧ୍ୟ କିଛି ବ୍ରଟିଶ୍ ଲୋକଙ୍କୁ ମାରିଛନ୍ତି ।

ରକ୍ତପାତ ତ ହୋଇଛି । ଜାଲିୱାନାବାଗ୍ ହତ୍ୟାକାଣ୍ଡ କ’ଣ ସ୍ୱାଧୀନତା ସଂଗ୍ରାମରୁ ଅଲଗା! ଏମିତି ଅନେକ ଛୋଟମୋଟ ଘଟଣାରେ ଲୋକେ ମରିଛନ୍ତି, କଳାପାଣି ଭୋଗିଛନ୍ତି । ସେଲୁଲାର୍ଜେଲ୍ରେ ଘଣା ପେଲିଛନ୍ତି, ବୁକ୍ମାଡଖାଇ ଅନେକ ଭାରତୀୟଙ୍କର ପିଠିରୁ ଚମଡା ଛାଡିଛି । ଅମାନ୍ୟ କି ପ୍ରତିବାଦ କଲେ ଫାଶି ଖୁଂଟରେ ଝୁଲେଇ ଦିଆଯାଇଛି । ସୁବାସବୋଷ୍ ପରି ଅନେକ ବୀର ଅଦୃଶ୍ୟ ହୋଇ କାଳର କରାଳ ଗର୍ତ୍ତରେ ଅନ୍ତର୍ଦ୍ଧାନ ହୋଇଯାଇଛନ୍ତି । ଏସବୁ ବଦଳରେ ଆମେ ସ୍ୱାଧୀନତାର ସ୍ୱାଦ ଚାଖିଛେ ।

ସେତେବେଳର ନେତୃବୃନ୍ଦ ଗ୍ରାମ ସ୍ୱରାଜକୁ ଗୁରୁତ୍ୱ ଦେଉଥିଲେ, ଯାହାକି ଏଇ କେତେଯୁଗ ହେଲା ଆମେ ପାଶୋରି ଦେଲେ । ଆଉଗ୍ରାମସଭା ନାହିଁ କି ଗ୍ରାମର ମୁଖିଆମାନେ ନ୍ୟାୟନିଶାପ କରୁନାହାନ୍ତି । ଟିକେ କ’ଣ ହେଲେ ଲୋକେ ସରକାରୀ ନ୍ୟାୟାଳୟର କବାଟ ଠକ୍ଠକ୍ କରୁଛନ୍ତି । ଏହାଦ୍ୱାରା ଲକ୍ଷଲକ୍ଷ କେସ୍ ଅଦାଲତରେ ଅସମାହିତ ହୋଇ ପଡିରହୁଛି । ଏତ୍ଦ୍ୱାରା ପ୍ରକୃତ ନ୍ୟାୟ ଅପେକ୍ଷାରେ ଥିବାଲୋକଟି ନ୍ୟାୟର ବଂଚିତ ହୋଇ ଶେଷରେ ଆଖି ବୁଜୁଛି । କରୋନାରେ ସରକାର ଅକଳରେ ପଡି ପଂଚାୟତର ସରଂପଚମାନଙ୍କୁ ଜିଲ୍ଲାପାଳ କ୍ଷମତା ଦେଇଛନ୍ତି । ସୁଫଳ ମିଳୁଛି । ସେମିତି ନିକଟ ଭବିଷ୍ୟତରେ ଶିକ୍ଷାବିଭାଗରେ ସରକାର ଏକ ଆମୂଳଚୂଳ ପରିବର୍ତ୍ତନ କରି ଏକ ଐତିହାସିକ କ୍ରାନ୍ତିକାରୀ ପଦକ୍ଷେପ ନେବାକୁ ଯାଉଛନ୍ତି, ଯହାକୁ ବୁଦ୍ଧିଜୀବୀ ସମୟୋପଯୋଗୀ ବୋଲି ବିବେଚନା କରୁଛନ୍ତି । ଏବେ ନିର୍ବାଚିତ ପ୍ରତିନିଧି ସହ ସରକାର କିଛି କଲାପରି ମନେହେଉଛି ଏବଂ ଏହାର ସୁଫଳ ଆମକୁ ପାଂଚ ଦଶବର୍ଷ ଭିତରେ ନିଶ୍ଚିତ ଭାବରେ ଦେଖିବାକୁ ମିଳିବ ବୋଲି ଆଶା । ହୁଏତ ଆମଦେଶ ପ୍ରଥମେ ଆତ୍ମନିର୍ଭର ଭାରତ ହୋଇ ପରେ ସମ୍ପୂର୍ଣ୍ଣ ସ୍ୱାଧୀନତା ଆଡକୁ ଗତିଶୀଳ ହେବାକୁ ଆରମ୍ଭ କରିପାରେ ।

Comments are closed.