Odisha news

ପଲସରରେ ଆସିଲେ ଦୁଇ ଦୁର୍ବୁତ୍ତ : ଝାମ୍ପିନେଲେ ଦୁଇ ଲକ୍ଷ ଟଙ୍କା

କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲାର ଖୋଦ ଫୁଲବାଣୀ ଟାଉନରେ ଏକ ପଲ୍‌ସରରେ ଦୁଇ ଦୁର୍ବୃତ୍ତ ଆସି ଦୁଇ ଲକ୍ଷ ଟଙ୍କା ଝାମ୍ପି ନେଲେ । ଏନେଇ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଘଟଣା ରୁ ପ୍ରକାଶ ଯେ,କନ୍ଧମାଳ ଜିଲ୍ଲା ଫୁଲବାଣୀ  ଢିପାସାହିର ଲକ୍ଷ୍ମୀ ସାହୁ ଜମି କିଣିବା ପାଇଁ ସୋମବାର ଦିନ ଫୁଲବାଣୀରେ ଏକ ବ୍ୟାଙ୍କରୁ ଦୁଇ ଲକ୍ଷ ଟଙ୍କା ଉଠାଇ ଥିଲେ। ସେହି ଟଙ୍କା ଧରି ନିଜ ଦିଅର ସହିତ ସ୍କୁଟିରେ ସବ୍‌ ରେଜିଷ୍ଟ୍ରାର୍‌ ଅଫିସ୍‌କୁ ଯାଇଥିଲେ।
ମାତ୍ର କୌଣସି କାରଣ ବଶତଃ ଜମି କ୍ରୟ ହୋଇପାରିଲା ନାହିଁ। ତେଣୁ ଲକ୍ଷ୍ମୀ ନିଜ ଦିଅରଙ୍କ ସହିତ ସ୍କୁଟିରେ ମାଷ୍ଟ୍ରପଡ଼ା ରାସ୍ତା ଦେଇ ଘରକୁ ଫେରୁଥିଲେ। ମାଷ୍ଟ୍ରପଡ଼ା ଛକ ନିକଟରେ ଦୁଇ ଜଣ ଦୁର୍ବୃତ୍ତ ଏକ ପଲସରରେ ଆସି ଲକ୍ଷ୍ମୀ ଧରିଥିବା ଟଙ୍କା ବ୍ୟାଗଟିକୁ ଝାମ୍ପି ନେଇଥିଲେ। ଦୁର୍ବୃତ୍ତ ମାନେ ଝାମ୍ପି ନେଲା ବେଳେ ଲକ୍ଷ୍ମୀ ଭାରସାମ୍ୟ ହରାଇ ତଳେ ପଡ଼ି ଯାଇଥିଲେ। ଫଳରେ ସେ ଆହତ ହୋଇଛନ୍ତି। ଏନେଇ ଶ୍ରୀମତୀ ଲକ୍ଷ୍ମୀ ଫୁଲବାଣୀ ଟାଉନ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।
Ad2

Comments are closed.