Odisha news

ଲଦୀଯୋଡ଼ି ଗ୍ରାମରେ ଅବକାରୀ ଚଡାଉ,୭୨୫୦ ଲିଟର ମହୁଲ ଓ ପୋଚ,୬୧୦ ଲିଟର ଚୋରା ମଦ ଜବତ।

ବୋରିଗୁମ୍ମା (କେ.ସାକିଲି ଦୋରା)—-ଦେଶୀ ଚୋରା ଦେଶୀ ମଦ ର କୁଟୀର ଶିଳ୍ପ କୁହାଯାଉଥିବା ବୋରିଗୁମ୍ମା ବ୍ଳକ ର ଲଦୀଯୋଡ଼ି ଗ୍ରାମରେ ପୋଲିସ ଓ ଅବକାରୀ ବିଭାଗ ଏକା ସଂଗେ ଚଡାଉ କରିଥିଲେ।କୋରାପୁଟ ଜିଲ୍ଲାପାଳ ଅବଦୁଲ ମହମ୍ମଦ ଅଖତର ଙ୍କ ନିର୍ଦ୍ଧେଶ ଓ ଅବକାରୀ ସୁପେରିଟେଣ୍ଡେଟ ମନୋଜ କୁମାର ସେଠୀ ଙ୍କ ପ୍ରତକ୍ଷ ତତ୍ୱବାଧାନରେ ଅବକାରୀ ଚଡାଉ କରାଯାଇଥିଲା।ଚଡାଉ ରେ ମୋଟ ୭୨୫୦ ଲିଟର ମହୁଲ ପୋଚ ନଷ୍ଟ କରିବା ସହ ୬୧୦ ଲିଟର ଦେଶୀ ଚୋରା ମଦ କୁ ଜବତ କରିବା ରେ ସଫଳ ହୋଇଛନ୍ତି ଉଭୟ ପୋଲିସ ଓ ଅବକାରୀ ବିଭାଗ। ବୋରିଗୁମ୍ମା ବ୍ଳକ ର ଲଦୀଯୋଡ଼ି ଗ୍ରାମ ହେଉଛି ଚୋରା ଦେଶୀ ମଦ ର କୁଟୀର ଶିଳ୍ପ। କିଛି ଲୋକ ବନ ଜଙ୍ଗଲ ଓ ନଦୀ କୂଳରେ ସ୍ଥାନୀୟ ବାସିନ୍ଦା ଙ୍କ ସହାୟତା ରେ ବହୁ ବର୍ଷ ହେଲା ଚୋରା ଦେଶୀ ମଦ ପ୍ରସ୍ତୁତ କରି ଆସୁଛନ୍ତି। ଏନେଇ ପୂର୍ବରୁ ବହୁ ଥର ଗଣମାଧ୍ୟମ ରେ ଖବର ପ୍ରକାଶ ପାଇଛି। ତେବେ ଉଭୟ ପୋଲିସ ଓ ଅବକାରୀ ବିଭାଗ ର କର୍ମଚାରୀ ଙ୍କୁ ଦେଖି ମଦ ମାଫିଆ ଘଟଣା ସ୍ଥଳ ରୁ ଚମ୍ପଟ ମାରିଥିବା କହିଛନ୍ତି ବୋରିଗୁମ୍ମା ଭାରପ୍ରାପ୍ତ ଅବକାରୀ ଅଧିକାରୀ କେ.ତ୍ରିପତୀ ପଟ୍ଟନାୟକ। ଏନେଇ ଏକ ମାମଲା ରୁଜୁ କରାଯାଇଛି ବୋଲି ଅବକାରୀ ବିଭାଗ ସୂଚନା ଦେଇଛନ୍ତି। ଆଜିର ଅବକାରୀ ଚଡାଉ ସମୟରେ ଜୟପୁର ଅବକାରୀ ଇନ୍ସପେକ୍ଟର ଦୃବଧଳ ବିଶ୍ୱାଳ, ବୋରିଗୁମ୍ମା ଭାରପ୍ରାପ୍ତ, ଅବକାରୀ ଅଧିକାରୀ କେ.ତ୍ରିପତି ପଟ୍ଟନାୟକ, ପୋଲିସ ଏସ ଆଇ ଶ୍ରୀକାନ୍ତ ସାହୁ, ଏ ଏସ ଆଇ ଉମାକାନ୍ତ ଲମତା, ହେମନ୍ତ କୁମାର ବାଗ ପ୍ରମୁଖ ଉପସ୍ଥିତ ଥିଲେ।

Comments are closed.