କିସମିସ ଖାଇବା ପାଇଁ ଯେତିକି ସ୍ୱାଦିଷ୍ଟ ହୋଇଥାଏ ସେତିକି ମଧ୍ୟ ଶରୀର ପାଇଁ ଲାଭଦାୟକ ଅଟେ l କିସମିସ ଥକାପଣ ଦୂର କରିବା ସହିତ ରୋଗରୁ ମଧ୍ୟ ଦୁରେଇ ରଖିଥାଏ l ଯଦି ଆପଣ ଶାରୀରିକ ଦୃଷ୍ଟିରୁ ଦୁର୍ବଳ ଅଟନ୍ତି ତେବେ କିସମିସ ସେବନ କରନ୍ତୁ l ଏହା ଶରୀରକୁ ଶକ୍ତି ଯୋଗାଇବା ସହ ହାଡ଼କୁ ମଜବୁତ ମଧ୍ୟ କରିଥାଏ l ଆୟୁର୍ବେଦରେ କୁହାଯାଇଛି ପୁରୁଷ ମାନଙ୍କ ପାଇଁ କିସମିସ ଖୁବ ଲାଭ ଦାୟକ l
କିସମିସ ରେ ଥିବା ପୋଷାକ ତତ୍ୱ –
କିସମିସ ରେ ରହିଛି ପ୍ରୋଟିନ , ଫାଇବର , ଐରଣ , ପୋଟାସିୟମ ,କପର , ଭିଟାମିନ ବି 6,, ମାଙ୍ଗାନିଜ ,କ୍ୟାଲସିୟମ , ମଗ୍ନେଶୀୟମ ,ଓ ଫାଇବର ମିଳିଥାଏ l ପ୍ରତିଦିନ ରାତିରେ ୧୦ ରୁ ୧୨ ଟି କିସମିସ ଖାଇବା ଦ୍ୱାରା ଶରୀର ପାଇଁ ଖୁବ ହିତକର ହୋଇଥାଏ l କିସମିସ ବିଶେଷକରି ପୁରୁଷ ମାନଙ୍କୁ ଶକ୍ତି ଯୋଗାଇବା ସହିତ ଯୌନ ସମ୍ବନ୍ଧୀୟ ସମସ୍ୟାକୁ ଦୂର କରେ l
– କିସମିସ ରେ ଫସଫରସ ,କ୍ୟାଲସିୟମ ଓ ପୋଟାସିୟମ ରହିଥିବା କାରଣରୁ ଛୋଟ ପିଲା ମାନଙ୍କର ଶାରୀରିକ ଓ ମାନସିକ ବିକାଶ କରାଇଥାଏ l
– ବତୁରା ଯାଇଥିବା କିସମିସ ଓଜନ ହ୍ରାସ କରିବାରେ ସାହାଯ୍ୟ କରିଥାଏ l ଏଥିରେ ଆଇରନ , ମଗ୍ନେଶୀୟମ ,କ୍ୟାଲସିୟମ ଓ ଫାଇବର ଭଳି ଗୁଣ ରହିଥିବା କାରଣରୁ ଓଜନ ହ୍ରାସ କରିଥାଏ l
– କ୍ୟାଲସିୟମ କାରଣରୁ ଆମର ହାଡ଼ , ଦାନ୍ତ ମଜବୁତ ରହିଥାଏ l ଅଧକାପ କିସମିସ ରେ ୪୫ ମିଲିଗ୍ରାମ କ୍ୟାଲସିୟମ ରହିଥାଏ l ଏହା ଆପଣଙ୍କ ହାଡ଼କୁ ମଜବୁତ ରଖିଥାଏ ଓ ଆଣ୍ଠୁ ଗଣ୍ଠି ଯନ୍ତ୍ରଣାରୁ ଆରାମ ଦେଇଥାଏ l
– ଯେଉଁ ପୁରୁଷ ମାନଙ୍କର ସ୍ପର୍ମ କାଉଣ୍ଟ ଶିଥିଳ ହୋଇଥାଏ ସେମାନେ ନିୟମିତ କିସମିସ ଖାଇବା ଆବଶ୍ୟକ l
– କିସମିସ ଭିତରେ ଫାଇଟ୍ର ନ୍ୟୁଟ୍ରିଏଣ୍ଟସ ରହିଛି , ଏହା ଆପଣଙ୍କ ମୁଖ ଗହ୍ୱରର ସମସ୍ତ ସମସ୍ୟାକୁ ଠିକ କରେ ଓ ଦାନ୍ତ କୁ କ୍ୟାଭିଟି ରୁ ରକ୍ଷା କରିଥାଏ l
– ସ୍ୱାସ୍ଥ୍ୟ ବିଶେଷଜ୍ଞ ଙ୍କ ମତ ଅନୁସାରେ କିସମିସ କୁ ବତୁରାଈ ଖାଇବା ଆବଶ୍ୟକ l ରାତିରେ ବତୁରାଈ ସକାଳୁ ଖାଇବା ଦ୍ୱାରା ଏହା ଆପଣଙ୍କ ଶରୀରକୁ ଶକ୍ତି ଯୋଗାଇବା ସହ ରୋଗ ସହ ଲଢ଼ିବା ପାଇଁ ସାହାଯ୍ୟ କରିବ l
Comments are closed.