ଭାରତୀୟ ଏସ୍ୟୁଭି ମାର୍କେଟ ପାଇଁ କଟିଙ୍ଗ୍-ଏଜ୍ ‘କନେକ୍ଟେଡ୍ କାର୍ ସଲ୍ୟୁସନ୍’ ଆଣିବାକୁ ଏମ୍ଜି ମୋଟର ଇଣ୍ଡିଆ ଏବଂ ଜିଓ ମଧ୍ୟରେ ସହଭାଗିତା
ନୂଆଦିଲ୍ଲୀ: ସବୁଠାରୁ ଉତ୍ତମ ଶ୍ରେଣୀରେ ସଂଯୁକ୍ତ କାର ଟେକ୍ନୋଲୋଜି ଯୋଗାଇବା ପାଇଁ ପ୍ରତିଶ୍ରୁତିବଦ୍ଧ, ଏମ୍ଜି ମୋଟର ଇଣ୍ଡିଆ ଭାରତର ଅଗ୍ରଣୀ ଡିଜିଟାଲ ସେବା ପ୍ରଦାନକାରୀ ଜିଓ ସହ ଇଣ୍ଟରନେଟ୍ ଅଫ୍ ଥିଙ୍ଗ୍ସ୍ (ଆଇଓଟି) ସ୍ପେସରେ ସହଭାଗିତା ଘୋଷଣା କରିଛି । ଏକ ଅଟୋ-ଟେକ୍ ଆବିଷ୍କାରକ ଭାବରେ ଏହାର ସ୍ଥିତି ପ୍ରତିଷ୍ଠାକରି, ଏମ୍ଜି ମୋଟର ଇଣ୍ଡିଆ ଏହାର ଆଗାମୀ ମଧ୍ୟମ ବର୍ଗର ଏସ୍ୟୁଭିରେ ଜିଓର ଇଣ୍ଟରନେଟ୍ ଅଫ୍ ଥିଙ୍ଗ୍ସ୍ (ଆଇଓଟି) ସମାଧାନ ଦ୍ୱାରା ସକ୍ଷମ ଆଇଟି ସିଷ୍ଟମର ନିରନ୍ତର ସଂଯୋଗ ପ୍ରଦାନ କରିବ ।
ଏହି ସହଭାଗିତା ଏକ ସୁଦୃଢ ନୂତନ ଯୁଗର ମୋବିଲିଟି ସମାଧାନକୁ ସକ୍ଷମ କରିବ । ଭାରତର ସର୍ବବୃହତ୍ ଇଣ୍ଟିଗ୍ରେଟେଡ୍ ଟେଲିକମ୍ ଓ ଡିଜିଟାଲ୍ ସେବା ପ୍ରଦାନକାରୀ ଜିଓ ଏହି ସ୍ୱତନ୍ତ୍ର ଡିଜାଇନ୍ ଅଟୋମୋବାଇଲ୍ ସମାଧାନକୁ ସକ୍ଷମ କରିବ । ଏହାଦ୍ୱରା ଏମ୍ଜି ମୋଟର୍ସର ଆଗକୁ ଆସିବାକୁ ଥିବା ମଧ୍ୟମ ବର୍ଗର ଏସ୍ୟୁଭିର ଗ୍ରାହକମାନେ କେବଳ ମେଟ୍ରୋ ଓ ବଡ ସହର ନୁଡେଁ, ଛୋଟ ସହର ଓ ଗ୍ରାମାଞ୍ଚଳରେ ମଧ୍ୟ ଉଚ୍ଚ ଗୁଣବତ୍ତା ସଂଯୋଗ ସହିତ ଜିଓର ବ୍ୟାପକ ଇଂଟରନେଟ୍ ଦ୍ୱାରା ଉପକୃତ ହେବେ । ଜିଓର ନ୍ୟୁ-ଏଜ୍ କନେକ୍ଟେଡ୍ ବାହନ ସମାଧାନ ହେଉଛି ହାର୍ଡୱେର୍, ସଫ୍ଟୱେର୍ ଏବଂ କନେକ୍ଟେିଭିଟିର ଏକ ସମାହାର ଯାହା ଉପଭୋକ୍ତାମାନଙ୍କୁ ଟ୍ରେଣ୍ଡିଂ ଇନ୍ଫୋଟେନମେଂଟ୍ ଏବଂ ରିଅଲ୍ ଟାଇମ୍ ଟେଲିମାଟିକ୍ସକୁ ଯିବାରେ ସକ୍ଷମ କରିବ
Comments are closed.