ନୟାଗଡ଼ : ପିସିସି ସଭାପତିଙ୍କ ଅନୁମୋଦନକ୍ରମେ ନୟାଗଡ଼ ଜିଲ୍ଲା କଂଗ୍ରେସ କମିଟିର ପରିବର୍ଦ୍ଧିିତ କର୍ମକର୍ତ୍ତାଙ୍କ ନାମ ତାଲିକା ପ୍ରକାଶ ପାଇଛି । ଜିଲ୍ଲା କମିଟି ସଭାପତି ରଣଜିତ ଦାଶ ଗଣମାଧ୍ୟକୁ ପ୍ରଦାନ କରିଥିବା ଦଳୀୟ ନୂତନ କର୍ମକର୍ତ୍ତାଙ୍କ ତାଲିକା ରେ ଉପ-ସଭାପତି, କୋଷାଧ୍ୟକ୍ଷ, ସାଧାରଣ ସଂପାଦକ ଏବଂ ସଂପାଦକଙ୍କ ସମେତ ସ୍ଥାୟୀ ଓ ସ୍ୱତନ୍ତ୍ର ନିମନ୍ତ୍ରୀତ ସଦସ୍ୟଙ୍କ ନାମ ପ୍ରକାଶ ପାଇଛି ।
ଜିଲ୍ଲା କମିଟି ଉପ-ସଭାପତି ରୂପେ କମଳ ଚରଣ ସାହୁ, ପ୍ରଶାନ୍ତ କୁମାର ପାଇକରାୟ, ସତ୍ରୃଘନ ପାଇକରାୟ, ଶୁରେନ୍ଦ୍ର ନାଥ କଳଶ, ନିର୍ମଳ ଚନ୍ଦ୍ର ରଥ ଏବଂ କୋଷାଧ୍ୟକ୍ଷ ପଦବୀରେ ଚିତରଂଜନ ପ୍ରଧାନଙ୍କ ନାମ ରହିଛି । ସାଧାରଣ ସଂପାଦକ ରୂପେ ସତ୍ୟବାନ ନାୟକ, ବସନ୍ତ କୁମାର କର, ଲଡ଼ୁକେଶ୍ୱର ଷଢ଼ଙ୍ଗୀ, କ୍ରୀଷ୍ଣଚନ୍ଦ୍ର ନାୟକ, ଲକ୍ଷ୍ମଣ ଜେନା, ବାଳକୃଷ୍ଣ ଷଢ଼ଙ୍ଗୀ ନିଯୁକ୍ତ ହୋଇଛନ୍ତି । ସଂପାଦକ ତାଲିକାରେ ଦିପକ କୁମାର ବେହେରା, ରବିନ୍ଦ୍ର କୁମାର ରଥ, ପିତବାଷ ପାଢ଼ି, ବିଭୂତି କୁମାର ଜେନା ଏବଂ ମାନସ ଆଚାର୍ଯ୍ୟଙ୍କ ନାମ ପ୍ରକାଶ ପାଇଛି ।
ଜିଲ୍ଲାର ସ୍ଥାୟୀ ନିମନ୍ତ୍ରୀତ କମିଟିରେ ଜିଲ୍ଲାର ପୁରୁଖା ନେତା ତଥା ଏଆଇସିସି ସଭ୍ୟ ରମାକାନ୍ତ ମିଶ୍ର, ସନ୍ଧ୍ୟାରାଣୀ ମହାପାତ୍ର, ପିସିସି ସଭ୍ୟ ହୁସେନ ଖାନ, ସରୋଜ କୁମାର ପରିଡ଼ାଙ୍କ ନାମ ପ୍ରକାଶ ପାଇଛି । କଥିତ କମିଟିରେ ପୁରୀ ଲୋକସଭା ଆସନ ପାର୍ଥୀ ସତ୍ୟ ପ୍ରକାଶ ନାୟକ, କନ୍ଧମାଳ ଲୋକସଭା ଆସନ ପ୍ରାର୍ଥୀ ମନୋଜ କୁମାର ଆଚାର୍ଯ୍ୟ, କଟକ ଲୋକ ସଭା ଆସନ ପ୍ରାର୍ଥୀ ପଞ୍ଚାନନ କାନୁନଗୋ, ପୁରୀ ଲୋକସଭା ଆସନ ପୂର୍ବତନ ପ୍ରାର୍ଥୀ ସୁଚରିତା ମହାନ୍ତି ନାମ ପ୍ରକାଶ ପାଇଛି ।
ସେହିପରି ନୟାଗଡ଼ ବିଧାନସଭା ଆସନ ପ୍ରାର୍ଥୀ ମନୋଜ କୁମାର ସାହୁ, ଖଣ୍ଡପଡ଼ା ବିଧାନସଭା ଆସନ ପୂର୍ବତନ ପ୍ରାର୍ଥୀ ବିନୋଦିନୀ ମହାନ୍ତି, ରଣପୁର ବିଧାନସଭା ଆସନ ପ୍ରାର୍ଥୀ ଶୁଭଶ୍ରୀ ପଣ୍ଡା ଏବଂ ଖଣ୍ଡପଡ଼ା ବିଧାନସଭା ଆସନ ପ୍ରାର୍ଥୀ ବସନ୍ତ କୁମାର ମହାରଣା ଙ୍କ ନାମ ସ୍ଥାୟୀ ନିମନ୍ତ୍ରୀତ ସଦସ୍ୟ କମିଟି ତାଲିକାରେ ରହିଥିବା ଜଣାଯାଇଛି । ଏହାଛଡ଼ା ଜିଲ୍ଲା କମିଟି ସ୍ୱତନ୍ତ୍ର ନିମନ୍ତ୍ରୀତ ସଦସ୍ୟ ରୂପେ ନିରଜଂନ ତ୍ରିପାଠୀ, ରାଜୀବ ଲୋଚନ ମିଶ୍ର, ନକୁଳ ନାୟକ, ଗୁଣ୍ଡିଚା ଲେଙ୍କା, ଯୋଗେନ୍ଦ୍ର ସାହୁ, ଧିରେନ କୁମାର ଦାସ, ଯୋଗେନ୍ଦ୍ର ଗୌଡ଼ ଏବଂ ଦେବରାଜ ପାଢ଼ୀଙ୍କୁ ରଖା ଯାଇଥିବା ଦଳୀୟ ସୂଚନାରୁ ଜଣାପଡ଼ିଛି ।

Comments are closed.