ସ୍ବେଚ୍ଛାସେବୀ ଅନୁଷ୍ଠାନ ପ୍ରଦତ୍ତ ୧୫ ହଜାର ମାସ୍କ ଜିଲ୍ଲା ପ୍ରେସ କ୍ଲବ ପକ୍ଷରୁ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ କୁ ହସ୍ତାନ୍ତର
ନୂଆପଡା-୨୭/୭ ସକାଳ ଖବର (ସୁରେନ୍ଦ୍ର ପ୍ରସାଦ ତିୱାରି) ଆଜି ଜିଲ୍ଲା ପ୍ରେସ କ୍ଲବ ଖଡ଼ିଆଳ ପକ୍ଷରୁ ମାସ୍କ (ଏନ-୯୫) ୧୫ ହଜାର ଜିଲ୍ଲା ମୁଖ୍ୟ ସ୍ବାସ୍ଥ୍ୟ ଅଧିକାରୀ ଡ଼ଃ. କାଳୀ ପ୍ରଶାଦ ବେହେରାଙ୍କୁ ହସ୍ତାନ୍ତର କରାଯାଇଅଛି। ଆଜି ସିଡିଏମଓ ଙ୍କ ନିର୍ଦ୍ଧେଶ କ୍ରମେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଭେକ୍ସିନ ଗାଡିରେ ଖଡ଼ିଆଳ ରୁ ୧୫ ହଜାର ମାସ୍କ ଦିଆଯାଇଅଛି । ଏ ଅବସର ରେ ଜିଲ୍ଲା ପ୍ରେସ କ୍ଲବ ସଭାପତି ଅଜିତ ପଣ୍ଡା, ସମ୍ପାଦକ ତପନ ଦାଶ, ଡ଼ଃ. ଅର୍ଣ୍ଣଦା ଶଙ୍କର ଦାଶ୍ ଉପସ୍ଥିତି ରହି ମାସ୍କ ପ୍ରଦାନ କରିଥିଲେ। ସ୍ବେଚ୍ଛାସେବୀ ଅନୁଷ୍ଠାନ ଭୂମି ଏବଂ ଭୋଲ୍ୟୁଣ୍ଟିଅର୍ ଗ୍ରୁପ୍ କୋଭିଡ଼ ରୁରାଲ, ବେଙ୍ଗାଳୁରୁ ମିଳିତ ସହାୟତା ରେ ୧୫ ହଜାର ମାସ୍କ ପ୍ରଦାନ କରିଥିଲେ ।
Comments are closed.