ବିଶାଖାପାଟନମ୍-ଗୁଣୁପୁର ବିଶେଷ ଟ୍ରେନ 27 ଜୁଲାଇ ଠାରୁ ଚଳାଚଳ କରିବ |
ଅଗରତାଲା-ବାଙ୍ଗାଲୋର କ୍ୟାଣ୍ଟ ସ୍ପେସିଆଲ୍ 31 ଜୁଲାଇରୁ ଚଳାଚଳ କରିବ |
ପରବର୍ତ୍ତୀ ପରାମର୍ଶ ପର୍ଯ୍ୟନ୍ତ ବିଶାଖାପାଟନମ୍ – ଗୁଣୁପୁର ଏବଂ ଅଗରତାଲା – ବାଙ୍ଗାଲୋର କ୍ୟାଣ୍ଟ ମଧ୍ୟରେ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରାଇବାକୁ ରେଳବାଇ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି |
08522/08521 ବିଶାଖାପାଟନମ୍-ଗୁଣୁପୁର-ବିଶାଖାପା
05488/05487 ଅଗରତାଲା-ବାଙ୍ଗାଲୋର କ୍ୟାଣ୍ଟ-ଅଗରତାଲା ଏସି ସ୍ପେସିଆଲ 31 ଜୁଲାଇ, 2021 ଅଗରତାଲାରୁ ଏବଂ 3 ଅଗଷ୍ଟ, 2021 ଠାରୁ ବାଙ୍ଗାଲୋର କ୍ୟାଣ୍ଟରୁ ଛାଡି ପରବର୍ତ୍ତୀ ପରାମର୍ଶ ପର୍ଯ୍ୟନ୍ତ ଚଳାଚଳ କରିବ | ଏହି ଟ୍ରେନ୍ ପ୍ରତ୍ୟେକ ଶନିବାର ଦିନ ସକାଳ ୬ଘ.୧୦ମି.ରେ ଅଗରତାଲାରୁ ଛାଡି ବାଙ୍ଗାଲୋର କ୍ୟାଣ୍ଟ ଅଭିମୁଖେ ଯାତ୍ରା କରିବ ଏବଂ ବାଙ୍ଗାଲୋର କ୍ୟାଣ୍ଟରୁ ପ୍ରତ୍ୟକ ମଙ୍ଗଳବାର ଦିନ ପୂର୍ବାହ୍ନ ୧୦ଘ.୧୫ମି.ରେ ଛାଡି ଅଗରତାଲା ଅଭିମୁଖେ ଯାତ୍ରା କରିବ | ଏହି ଟ୍ରେନ ଉଭୟ ଦିଗରୁ ଅଗରତାଲା ଏବଂ ବାଙ୍ଗାଲୋର କ୍ୟାଣ୍ଟ ମଧ୍ୟରେ ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ଭଦ୍ରକ, କଟକ, ଭୁବନେଶ୍ୱର, ଖୋର୍ଦ୍ଧା ରୋଡ୍, ବ୍ରହ୍ମପୁର, ପଲାସା, ଶ୍ରୀକାକୁଲମ୍ ରୋଡ୍, ବିଜୟନଗରମ୍, ବିଶାଖାପାଟନମ୍ ଏବଂ ଦୁଭାଡା ଷ୍ଟେସନ ମାନଙ୍କ ଠାରେ ରହଣି କରିବ |

Comments are closed.