Odisha news

ଆଦର୍ଶ ପୋଖରୀ ଓ ମନରେଗା ର ଉନ୍ନୟନ କାର୍ଯ୍ୟ ତଦାରଖ କଲେ ବିଧାୟକ

ନୂଆପଡା-୨୨/୭ ସକାଳ ଖବର (ସୁରେନ୍ଦ୍ର ପ୍ରସାଦ ତିୱାରି) ଜିଲ୍ଲା ସଦର ବ୍ଲକ ଧରମବନ୍ଧା ଗ୍ରାମକୁ ନୂଆପଡା ବିଧାୟକ ରାଜେନ୍ଦ୍ର ଢୋଲକିଆ (ରାଜୁଭାଇ) ପରିଦର୍ଶନକରି ଚାଲିଥିବା ଉନ୍ନୟନମୂଳକ କାର୍ଯ୍ୟ ପ୍ରଥମେ ଆଦର୍ଶ ପୋଖରୀ ରୂପେ ମାନ୍ୟତା ପାଇଥିବା ଧରମବନ୍ଧା ଗ୍ରାମର ପୋଖରୀ କାର୍ଯ୍ୟ ତଦାରଖ କରିଥିଲେ ଏବଂ ମହାତ୍ମାଗାନ୍ଧୀ ଜାତୀୟ ନିଶ୍ଚତ କର୍ମ ନିଯୁକ୍ତି ଯୋଜନାରେ ୧୦ ଲକ୍ଷ ଟଙ୍କାର ଉନ୍ନତିକରଣ କାର୍ଯ୍ୟ ଶିଘ୍ର ତ୍ବରାନ୍ନିତ କରାଯିବା ପାଇଁ ଗୁରୁତ୍ୱାରୋପ କରିଥିଲେ।ଏ ଅବସରରେ ଯୁବନେତା ଜିଲ୍ଲା ପରିଷଦ ସଭ୍ୟ ଅବନୀ ରଞ୍ଜନ ଯୋଶୀ, ହରିଶ୍ଚନ୍ଦ୍ର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।

Nalco

Comments are closed.