ନୂଆପଡା-୨୨/୭ ସକାଳ ଖବର (ସୁରେନ୍ଦ୍ର ପ୍ରସାଦ ତିୱାରି) ଅବିଭକ୍ତ କଲହାଣ୍ଡି ଜିଲ୍ଲାର ଜଣେ ଯୁବ କବି ଭବାନୀ ଶଙ୍କର ନିଆଁଲ ନିଜ କବିତାକୁ ନେଇ ବିଶ୍ଵ ଦରବାରରେ ଆଜି ବେଶ ଚର୍ଚ୍ଚାରେ। ତାଙ୍କ ଲିଖିତ କବିତା ବିଶ୍ୱର ସାତ ଗୋଟି ଭାଷାରେ ଅନୁବାଦିତ ହୋଇସାରିଛି। ସେ ମହୁରୀ ପତ୍ରିକାର ମୁଖ୍ୟ ସମ୍ପାଦକ ରହିଥିବା ବେଳ ହିନ୍ଦୀ ଏବଂ ଇଂରାଜୀ ଭାଷାରେ ବହୁ କବିତା ଲେଖିଛନ୍ତି ଓ ସେ ସବୁ ଜନ ଆଦୃତ ହୋଇପାରିଛି। ବହୁ ପୁସ୍ତକ ଓ କବିତା ସଂକଳନ ରଚନା କରିଛନ୍ତି। ତାଙ୍କ କବିତା ଇଂରାଜୀ, ଇଟାଲୀ,ସର୍ବିଆ, ରୁଷ, ଚୀନ, ଆର୍ବିକ,ଏବଂ ଫ୍ରାନ୍ସ, ଆଦି ଭାଷାରେ ଅନୁବାଦ ହୋଇ ଲୋକପ୍ରିୟତା ଅର୍ଜନକରି ବିଶ୍ୱ ସାହିତ୍ୟ ଦରବାର ରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସଫଳତା ହାସଲ କରିଛି। ମରୋକ୍କୋ କଲଚର ହ୍ୟୁମେନିଟେରିଏଣ୍ଡ ଏଲେନ୍ସ ଦ୍ବାରା ଡକ୍ଟରେଟ ଏବଂ ଆମ୍ବାସାଡ଼ର ଉପାଧିରେ ଭୂଷିତ ହୋଇଛନ୍ତି। ତାଙ୍କର ଏହି ସଫଳତାରେ କଳାହାଣ୍ଡି ଓ ନୂଆପଡା ଠାରେ ଆନନ୍ଦ ଖେଳି ଯାଇଛି ଏବଂ ସାହିତ୍ୟ ପ୍ରେମି ଓ ବିଭିନ୍ନ ବ୍ୟକ୍ତି ବିଶେଷମାନେ ଶୁଭେଚ୍ଛା ବାର୍ତ୍ତା ଦେଇଛନ୍ତି।

Comments are closed.