ନାଗମଣି ବିଷୟରେ ଆମେ ସମସ୍ତେ ଅନେକ କଥା ଶୁଣିଛେ ଓ ପଢ଼ିଛେ l ଆମେ ମାନେ ନିଜର ପିଲାଦିନେ ସାପ ମୁଣ୍ଡରେ ମଣି ଥିବା କଥା ଅନେକ କାହାଣୀ ରେ ଶୁଣିଛେ , ବହିରେ ପଢ଼ିଛେ ଓ ଚଳଚିତ୍ରରେ ଦେଖିଛେ l କିନ୍ତୁ ସତ୍ୟଟି ଏହା ଯେ ଆଜି ମଧ୍ୟ ନାଗ ମଣି ରହସ୍ୟ ହୋଇ ରହିଛି l କିଛି ଲୋକ ସାପ ମୁଣ୍ଡରେ ମଣି ଥିବା କଥାକୁ ବିଶ୍ୱାସ ମଧ୍ୟ କରି ନଥାନ୍ତି ଓ ଏହାକୁ ଗୋଟିଏ କାଳ୍ପନିକ ଘଟଣା ଭାବି ଥାଆନ୍ତି l
ବରାହମିହିର ଙ୍କ ଦ୍ୱାରା ରଚିତ ଵୃହତସସଂହିତା ଅନୁସାରେ ନାଗ ମଣି କୌଣସି କାଳ୍ପନିକ ଜିନିଷ ନୁହେଁ l ତାହା ଏହି ପୃଥିବୀ ରେ ରହିଛି l ନାଗ ମଣି କୁ ସର୍ପମଣି କୁହାଯାଏ l ଏହି ସର୍ପମଣି ମସ୍ତକରେ ରହିଥାଏ l କୁହାଯାଏ ଯେ ଏପରି ନାଗ ଖୁବ ଦୁର୍ଲଭ ଅଟେ l କିନ୍ତୁ ଅଧିକାଂଶ ଲୋକ କହି ଥାଆନ୍ତି ଯେ ପୃଥିବୀରେ ସେପରି କୌଣସି ଦୁର୍ଲଭ ଜିନିଷ ନାହିଁ l ନାଗ ମଣି ଖୁବ ଚମତ୍କାର ହୋଇଥାଏ l
ବରାହମିହିର ନାଗ ମଣି ବିଷୟରେ କହିଥିଲେ –
ମିଳିଥିବା ସୂଚନା ଆଧାରରେ ନାଗ ମଣି ଅନ୍ୟ ସମସ୍ତ ମଣି ଅପେକ୍ଷା ଅଧିକ ପ୍ରଭାବଶାଳୀ ଓ ଅଲୌକିକ ହୋଇଥାଏ l ଯେଉଁ ଲୋକ ମାନଙ୍କ ନିକଟରେ ଏହି ନାଗ ମଣି ରହିଥାଏ ସେମାନେ ନିରୋଗୀ ହୋଇ ଥାଆନ୍ତି l ସମସ୍ତ ରୋଗ ବୈରାଗ ଠାରୁ ଦୁରେଇ ରହି ଥାଆନ୍ତି l ଯେଉଁ ଲକଙ୍କ ନିକଟରେ ନାଗ ମଣି ରହିଥାଏ ସେମାନଙ୍କ ଉପରେ ବିଷର ପ୍ରଭାବ ମଧ୍ୟ ପଡି ନଥାଏ l ବରାହ ମିହିର କହିଛନ୍ତି ଯେ ଜଣେ ରାଜାଙ୍କ ନିକଟରେ ଯଦି ନାଗ ମଣି ଥାଏ ତେବେ ତାଙ୍କୁ ଦୁନିଆର କୌଣସି ଶତ୍ରୁ ମଧ୍ୟ ହରାଇ ପାରନ୍ତି ନାହିଁ l ନାଗ ମଣିର ବିଶେଷତ୍ୱକୁ ଦେଖିଲେ ଜଣା ଯିବ ଯେ ପୁରାତନ ସଭ୍ୟତାରେ ଏହାର ଚାହିଦା ଖୁବ ଥିଲା l

Comments are closed.