Odisha news

ସାଂସଦ ଙ୍କ ସିନାପାଲି ଠାରେ ନାଗରିକ ସମ୍ମିଳନୀ

ନୂଆପଡା- ୧୫/୭ ସକାଳ ଖବର ( ସୁରେନ୍ଦ୍ର ପ୍ରସାଦ ତିୱାରୀ ) ନୂଆପଡା ଜିଲ୍ଲା ସିନାପାଲି ଠାରେ ଆଜି ନାଗରିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। କଲାହାଣ୍ଡି ସାଂସଦ ବସନ୍ତ କୁମାର ପଣ୍ଡା ମୁଖ୍ୟ ବକ୍ତା ରୂପେ ଯୋଗ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାଙ୍କ କୋଭିଡ ପରିସ୍ଥତି ର ସୁପରିଚାଳନା ଉପରେ ଲୋକଙ୍କୁ ବୁଝାଇ ସଚେତନ କରିଥିଲେ । ବୈଠକରେ ବୈଷମ୍ପାୟନ ମେହେର ସ୍ୱଭାପତିତ୍ବ କରିଥିବା ବେଳେ ମଞ୍ଚାସିନ ଅତିଥି ରୂପେ ପୁର୍ବତନ ବିଧାୟକ ହିତେସ କୁମାର ବଗର୍ତ୍ତି ଓ ଜିଲ୍ଲା ସଭାପତି ସୁବ୍ରତ ଠାକୁର ଯୋଗ ଦେଇଥିଲେ। ଜିଲ୍ଲା ସାଧାରଣ ସଂପାଦକ ରାତ୍ରନନ୍ଦ ମନହିରା ମଞ୍ଚ ପରିଚାଳନା କରିଥିଲେ। କେନ୍ଦ୍ର ସରକାରଙ୍କ ଜନକଲ୍ୟାଣକାରୀ ଯୋଜନା ଉପରେ ଅବଗତ ହେବା ସହ ସରକାରଙ୍କ ଯୋଜନା ସୁଫଳ ଉଠାଇବା ପାଇଁ ଉପସ୍ଥିତ ଜନତା ଙ୍କୁ ଆହ୍ବାନ ଦେଇଥିଲେ।

Govt

Comments are closed.