Odisha news

ମୋବାଇଲ୍ ଚୋରୀ ଘଟଣାରେ ଯୁବକଙ୍କୁ ଗିରଫ କଲା ପୋଲିସ୍‌

ତାଳଚେର ତା ୧୪/୦୭ ଜୈନିକ ଯୁବକ ଅତି ଚତୁରତା ସହ ଗୋଟିଏ ପରେ ଗୋଟିଏ କରି ଏକାଧିକ ମୋବାଇଲ୍ ହଡ଼ପ କରିନେଲା ପରେ ଏସଂକ୍ରାନ୍ତରେ ତାଳଚେର ବ୍ଲକ କଣ୍ଢାଳ ଗ୍ରମାର ଶ୍ରୀକାନ୍ତ ମିଶ୍ର ତାଳଚେର ଥାନାରେ ଲିଖିତ ଅଭିଯୋଗ କରିବାପରେ ତାଳଚେର ପୋଲିସ୍ ରେମୁଁଆ ଗ୍ରାମର କାଳିଆ ନାଏକ (୩୩)କୁ ଗିରପ କରି କୋର୍ଟ ଚାଲାଣ କରିଥିବା ଥାନା ସୂତ୍ରରୁ ଜଣାପଡ଼ିଛି । ଘଟଣାରୁ ପ୍ରକାଶ, ଭୂବନେଶ୍ୱରୀ ରୋଡ଼୍ ସେଲ୍‌ରେ ଟ୍ରକ ଯୋଗେ କୋଇଲା ଲୋର୍ଡ଼ ପାଇଁ ଅପେକ୍ଷାରତ ଡ଼୍ରାଇଭରମାନଙ୍କ ଠାରୁ ବିଭିନ୍ନ କୌଶଳ ଅବଲମ୍ବନ କରି ଉକ୍ତ ଯୁବକ ମୋବାଇଲ୍ ଚୋରୀ କରି ଫେରାର ହୋଇଯାଉଥିଲା । ପୋଲିସ୍ ଏହି ଘଟଣା ଜାଣିବାପରେ ସମ୍ପୃକ୍ତ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

Ad2

Comments are closed.