ନୂଆଦିଲ୍ଲୀ : ସଂଯୁକ୍ତ ରାଷ୍ଟ୍ର ଲୋକସେବା ଦିବସ ପ୍ରତେକ ବର୍ଷ ଜୁନ ମାସ ୨୩ ତାରିଖରେ ପାଳନ ହୁଏ । ସଂଯୁକ୍ତ ରାଷ୍ଟ୍ର ଲୋକସେବା କୁ ୨୦୦୩ ରେ ରିଯୋଲ୍ୟୁସନ୍ A/RES /57/277 ରେ ନାମିତ କରାଯାଇଥିଲା । ଏହାର ଉଦ୍ଦେଶ୍ୟ ହେଲା ମାନବ ସମୁଦାୟ ପାଇଁ ସାର୍ବଜନୀକ ସେବା ମୂଲ୍ୟ ଓ ଗୁଣ କୁ ଜାଣିବା ଓ ବିକାଶ ପ୍ରକ୍ରିୟାରେ ଲୋକସେବା ର ଯୋଗଦାନ ବିଷୟରେ ଜଣେଇବା । ଏହାଦ୍ବାରା ଲୋକ ସେବକ ମାନଙ୍କ କାର୍ଯ୍ୟକୁ ମାନ୍ୟତା ମିଳିଥାଏ । ତା ସହିତ ଏହା ଯୁବକ ମାନଙ୍କୁ କାର୍ଯ୍ୟ କରିବା ପାଇଁ ପ୍ରୋତ୍ସାହନ ଦେଇଥାଏ ।
କଣ ରହିଛି ଇତିହାସ –
ସଂଯୁକ୍ତ ରାଷ୍ଟ୍ର ଆର୍ଥିକ ଓ ସାମାଜିକ ପରିଷଦ ପକ୍ଷରୁ ଲୋକ ସେବା ଦିବସରେ ଲୋକସେବା ର ଭୂମିକା , ପ୍ରତିଷ୍ଠା ଓ ଦୃଷ୍ୟତା ବଢ଼ାଇବାକୁ କରାଯାଇଥିବା ଯୋଗଦାନ ପାଇଁ ସଂଯୁକ୍ତ ରାଷ୍ଟ୍ର ଲୋକସେବା ପୁରସ୍କାର ପ୍ରଦାନ କରାଯାଇଥାଏ । ଏହିଦିନ ଅନ୍ତରାଷ୍ଟ୍ରିୟ ଶ୍ରମ ସଂଗଠନ ଶ୍ରମ ସମ୍ବନ୍ଧ ଉପରେ ଲୋକସେବା ୧୯୭୮ ରେ ଆପଣେଇ ଥିଲା ।

Comments are closed.